ରହସ୍ୟରେ 'ଆଲାସ୍କା ଟ୍ରାୟଙ୍ଗଲ'; ନିଖୋଜ ହୋଇ ଯାଇଛନ୍ତି ୨୦ ହଜାର ଲୋକ

ଗତ ପାଞ୍ଚ ଦଶନ୍ଧି ମଧ୍ୟରେ ଆଲାସ୍କାରେ ପ୍ରାୟ ୨୦ ହଜାର ଲୋକ ଅଦୃଶ୍ୟ ହୋଇ ଯାଇଥିବା କୁହାଯାଏ। 

Alaska Triangle

ଆଲାସ୍କା ଟ୍ରାୟଙ୍ଗଲ

Debibandita Barick
  • Published: Thursday, 05 September 2024
  • Updated: 05 September 2024, 01:52 PM IST

Sports

Latest News

ଦୁନିଆରେ ଅନେକ ସ୍ଥାନ ଅଛି, ଯେଉଁଠି ରହସ୍ୟ ଘେରିରହିଛି। ବିଜ୍ଞାନ ବି ସେ ରହସ୍ୟକୁ ଭେଦି ପାରିନାହିଁ। ଏପରି କିଛି ସ୍ଥାନ ମଧ୍ୟରୁ ଆଲାସ୍କା ଟ୍ରାୟଙ୍ଗଲ ବା ତ୍ରିଭୁଜ ହେଉଛି ଅନ୍ୟତମ। ଏଠାକୁ ଯାଉଥିବା ଲୋକେ ରହସ୍ୟମୟ ଭାବେ ଅଦୃଶ୍ୟ ହୋଇଯା'ନ୍ତି। ଗତ ପାଞ୍ଚ ଦଶନ୍ଧି ମଧ୍ୟରେ ଆଲାସ୍କାରେ ପ୍ରାୟ ୨୦ ହଜାର ଲୋକ ଅଦୃଶ୍ୟ ହୋଇ ଯାଇଥିବା କୁହାଯାଏ। 

ଆଲାସ୍କା ଟ୍ରାୟଙ୍ଗଲ ଦକ୍ଷିଣରେ ଥିବା ଆଙ୍କୋରେଜ୍ ଏବଂ ଜୁନାଉର ତିନୋଟି ପଏଣ୍ଟ ଏବଂ ଉତ୍ତର ଉପକୂଳବର୍ତ୍ତୀ ସହର ଉତକିଆଗଭିକ୍ ନିକଟରେ ଅବସ୍ଥିତ। ଏହା ଦେଖିବାକୁ ତ୍ରିଭୁଜ ଆକାରର। ତେଣୁ ଏହାକୁ ତଥାକଥିତ ଭାବେ ଆଲାସ୍କା ଟ୍ରାୟଙ୍ଗଲ କୁହାଯାଉଛି। ଏହି ଅଞ୍ଚଳରେ ଘଟୁଥିବା ରହସ୍ୟ ୧୯୭୨ ମସିହାରେ ସର୍ବ ସମ୍ମୁଖକୁ ଆସିଥିଲା।

IFL Science ରିପୋର୍ଟ ଅନୁସାରେ, ୧୯୭୨ ମସିହାରେ ଆମେରିକାର ଦୁଇ ଜଣ ରାଜନେତାଙ୍କୁ ନେଇ ଯାଉଥିବା ଏକ ଛୋଟିଆ ବିମାନ ଏହିଠାରେ ନିଖୋଜ ହୋଇ ଯାଇଥିଲା। ଏହାପରେ ନା ବିମାନ, ନା ଯାତ୍ରୀ କାହାର ଖୋଜ ଖବର ମିଳିନଥିଲା।

ବିମାନରେ ଆମେରିକା ସଂସଦର ସଦସ୍ୟ ଥୋମାସ ହାଲ ବଗ୍ସ ସିନିୟର, ଆଲାସ୍କା କଂଗ୍ରେସମ୍ୟାନ ନିକ୍ ବେଗିଚ, ବେଗିଚଙ୍କ ସହଯୋଗୀ ରସେଲ ବ୍ରାଉନ ଏବଂ ପାଇଲଟ ଡନ୍ ଜୋନଜ ଥିଲେ। ସେମାନେ ଆଙ୍କୋରେଜରୁ ଜୁନାଉକୁ ଯାତ୍ରା କରିବା ସମୟରେ ଆଲାସ୍କା ଟ୍ରାୟଙ୍ଗଲ ନିକଟରେ ଅଦୃଶ୍ୟ ହୋଇ ଯାଇଥିଲେ। 

Also Read

ସେମାନଙ୍କୁ ଖୋଜିବା ପାଇଁ ଶତ ଚେଷ୍ଟା କରାଯାଇ ଥିଲେ ମଧ୍ୟ ନା ମୃତଦେହ ନା ବିମାନ, କାହାର ବି କୌଣସି ପତ୍ତା ମିଳିନଥିଲା। ଏହି ଘଟଣାକୁ ଅନେକ ଷଡ଼ଯନ୍ତ୍ରର ଆଖ୍ୟା ଦେଇଥିଲେ। କାରଣ ବଗ୍ସ ଜନ୍ ଏଫ୍ କେନେଡିଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ ଗଠିତ କମିଟିର ସଦସ୍ୟ ଥିଲେ। କିନ୍ତୁ ତାଙ୍କ ବିମାନ ନିଖୋଜର କୌଣସି ସ୍ପଷ୍ଟତା ଆସିପାରି ନଥିଲା।

ଏହି ସ୍ଥାନରେ କେହି ଅଦୃଶ୍ୟ ହେବାର ଅନ୍ୟ ଏକ ପ୍ରମୁଖ ମାମଲା ହେଉଛି- ୨୫ ବର୍ଷୀୟ ନ୍ୟୁୟର୍କର ଗ୍ୟାରି ଫ୍ରାଙ୍କ ସୋଥେର୍ଡେନ। ସେ ୧୯୭୦ ଦଶକ ମଧ୍ୟ ଭାଗରେ ଶିକାର ପାଇଁ ଆଲାସ୍କାନ୍ ମରୁଭୂମିକୁ ଯାଇଥିଲେ କିନ୍ତୁ ଆଉ ଫେରି ନଥିଲେ। ଦୁଇ ଦଶନ୍ଧି ପରେ, ୧୯୯୭ରେ ଉତ୍ତର-ପୂର୍ବ ଆଲାସ୍କାର ପୋର୍କୁପାଇନ୍ ନଦୀ କୂଳରେ ଏକ ମାନବ ଖପୁରୀ ମିଳିଥିଲା। ୨୦୨୨ରେ ଏକ ଅନୁସନ୍ଧାନରୁ ଜଣାପଡିଥିଲା ଯେ, ଏହି ଖପୁରୀଟି ୧୯୭୦ ଦଶକରେ ଆଲାସ୍କା ଯାଇଥିବା ନ୍ୟୁୟର୍କର ସୋଥେର୍ଡେନଙ୍କର। ଏହିପରି ଏଠାରେ ପ୍ରାୟ ୨୦ ହଜାର ଲୋକ ନିଖୋଜ ହୋଇ ଯାଇଥିବା କୁହାଯାଉଛି। 

ଆଲାସ୍କା ଟ୍ରାୟଙ୍ଗଲର ଏହି ଅଦୃଶ୍ୟ ଘଟଣାକୁ ନେଇ ବିଶେଷଜ୍ଞମାନେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। କେତେକ ବିଶ୍ୱାସ କରନ୍ତି ଯେ, ଏଠାରେ ଚୁମ୍ବକୀୟ ଶକ୍ତି ଥିବାରୁ ନିଜ ଆଡ଼କୁ ଆକର୍ଷିକ କରିନିଏ। ଏପରିକି ଏଠାରେ ଏଲିୟନ ଥିବା ମଧ୍ୟ ଦାବି କରାଯାଏ।  

ସେହିପରି ଅନ୍ୟ କେତେକ ମଧ୍ୟ ସରଳ ଭାବେ ବ୍ୟାଖ୍ୟା କରନ୍ତି ଯେ, ଏହି ଅଞ୍ଚଳ ପ୍ରାକୃତିକ ଉପାଦାନରେ ପରିପୂର୍ଣ୍ଣ। ଏଠାରେ ଘଞ୍ଚ ଜଙ୍ଗଲ ସାଙ୍ଗକୁ ଦୁର୍ଗମ ପର୍ବତଶୃଙ୍ଖଳ ରହିଛି। ଏହି ଅଞ୍ଚଳରେ ମଧ୍ୟ ପାଗ ଅତ୍ୟନ୍ତ ଥଣ୍ଡା ଏବଂ ଏଠାରେ ଭାଲୁ ବସବାସ କରନ୍ତି। ଏହି କାରଣରୁ ନିଖୋଜ ହୋଇ ଯାଉଥିବା ଲୋକେ ଫେରିପାରନ୍ତି ନାହିଁ। କିନ୍ତୁ ବାସ୍ତବରେ କେଉଁ କାରଣରୁ ଲୋକେ ଏଠାରେ ଅଦୃଶ୍ୟ ହୋଇଯାଇଛନ୍ତି ତାର ରହସ୍ୟ କେହି ଭେଦି ପାରିନାହାନ୍ତି।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story