Advertisment

ପୃଥିବୀ ବାହାରେ ଜୀବ ସତ୍ତା ସମ୍ଭବ! ମଙ୍ଗଳରେ ନଦୀ ଠାବ କଲା ନାସା

ପୃଥିବୀ ବାହାରେ ଜୀବ ସତ୍ତାକୁ ନେଇ ଆମେରିକା ଅନୁସନ୍ଧାନ ସଂସ୍ଥାନ(ନାସା)କୁ ମିଳିଛି ନୂଆ ପ୍ରମାଣ। ମଙ୍ଗଳ ଗ୍ରହରେ ଏକ ନଦୀ ଠାବ କରିଛି ନାସା।

ଅଦ୍ୟତନ ହୋଇଛି
River Found In Mars

River Found In Mars

Advertisment

ପୃଥିବୀ ବାଦ୍ ଆଉ କେଉଁଠି ମାନବ ସମାଜ ଅଛି କିମ୍ବା ଅନ୍ୟ ଗ୍ରହରେ ଜୀବ ସତ୍ତା ସମ୍ଭବ କି ସେନେଇ ବୈଜ୍ଞାନିକମାନେ ସର୍ବଦା ଅନୁସନ୍ଧାନ ଜାରି ରଖିଛନ୍ତି। ଏଥିପାଇଁ ଅନେକ ସମୟରେ ମହାକାଶକୁ ରକେଟ୍ ପ୍ରେରଣ କରାଯାଉଛି। ଏସବୁ ମଧ୍ୟରେ ପୃଥିବୀ ବାହାରେ ଜୀବ ସତ୍ତାକୁ ନେଇ ଆମେରିକା ଅନୁସନ୍ଧାନ ସଂସ୍ଥାନ(ନାସା)କୁ ମିଳିଛି ନୂଆ ପ୍ରମାଣ। ମଙ୍ଗଳ ଗ୍ରହରେ ଏକ ନଦୀ ଠାବ କରିଛି ନାସା।

Advertisment

ନାସାର ପର୍ସେଭରେନ୍ସ ରୋଭର ସଫଳତାର ସହିତ ମଙ୍ଗଳ ଗ୍ରହରେ ଏହାର ୨୦ତମ ପଥର କୋର୍ ନମୁନା ସଂଗ୍ରହ କରିଛି। ଅନ୍ୟ ପଥରଗୁଡ଼ିକର କ୍ଷୁଦ୍ର ଖଣ୍ଡଗୁଡ଼ିକୁ ନେଇ ଗଠିତ ଏକ ବାହ୍ୟାବରଣରୁ ଖୋଳାଯାଇଥିବା ଏହି ନମୁନା ମଙ୍ଗଳ ଗ୍ରହର ପ୍ରାଚୀନ ଅତୀତ ବିଷୟରେ ଅନେକ ଭୌଗୋଳିକ ସୂଚନା ପ୍ରଦାନ କରୁଛି। ଏହି ନମୁନାକୁ ଏକ ଅଞ୍ଚଳରୁ ନିଆଯାଇଥିଲା, ଯାହା ଏକ ନଦୀ ଦ୍ୱାରା ସୃଷ୍ଟି ହୋଇଥିଲା ଏବଂ ବିଭିନ୍ନ ସ୍ଥାନରୁ ଏହି ଖଣ୍ଡଗୁଡ଼ିକୁ ନେଇ ବର୍ତ୍ତମାନ ଠାବ ହୋଇଥିବା ସ୍ଥାନରେ ଜମା କରିଥିବା ଜାଣିବାକୁ ପାଇଛନ୍ତି ବୈଜ୍ଞାନିକ।

Rock Found In Marsମଙ୍ଗଳରେ ଠାବ ହୋଇଥିବା ପଥର

ଏକତ୍ରିତ ହୋଇଥିବା ଏହି ପଥର ଖଣ୍ଡଗୁଡିକ ଏକ ଅନନ୍ୟ ଭୌଗୋଳିକ କାହାଣୀ ବାବଦରେ ସୂଚନା ଦିଏ। ଅର୍ଥାତ୍ ଏହା ମଙ୍ଗଳ ଗ୍ରହର କ୍ଷେତ୍ରଗୁଡିକ ବିଷୟରେ ସୂଚନା ପ୍ରଦାନ କରିଥାଏ, ଯାହାକୁ ରୋଭର କେବେବି ପରିଦର୍ଶନ କରିପାରିନଥାଏ। ପର୍ସେଭରେନ୍ସ ପ୍ରୋଜେକ୍ଟର ବୈଜ୍ଞାନିକ କହିଛନ୍ତି ଯେ, "ନଦୀରୁ ମିଳିଥିବା ପଥର ଏବଂ ବୋଲ୍ଡର ଦୂରରୁ ସନ୍ଦେଶ ପ୍ରେରଣ କରୁଛି। ଏହି ପଥରଗୁଡିକ ଦର୍ଶାଉଛନ୍ତି ଯେ, ଯେଉଁଠାରେ କଙ୍ଗ୍ଲୋମେରେଟ ପଥର ରହିଛି ସେହି ସ୍ଥାନର ପାଣି ପରିସ୍କାର।"

Advertisment
Perseverance Rover Of NASAନାସାର ପର୍ସେଭରେନ୍ସ ରୋଭର

ପର୍ସେଭରେନ୍ସ ରୋଭର ହେଉଛି ନାସାର ଉଚ୍ଚାଭିଳାଷୀ ମାର୍ସ ସାମ୍ପଲ ରିଟର୍ନ ଅଭିଯାନର ଏକ ଅଂଶ, ୟୁରୋପୀୟ ସ୍ପେସ୍ ଏଜେନ୍ସି(ESA) ସହିତ ମିଳିତ ଉଦ୍ୟମରେ ନାସା ଏହି ପରୀକ୍ଷଣ କରୁଛି। ଯାହା ଲାବୋରେଟୋରୀ ଉପକରଣ ବ୍ୟବହାର କରି ବିସ୍ତୃତ ଅଧ୍ୟୟନ ପାଇଁ ଏହି ମାର୍ଟିଆନ୍ ନମୁନାଗୁଡ଼ିକୁ ପୃଥିବୀକୁ ଫେରାଇ ଆଣିବାକୁ ଲକ୍ଷ୍ୟ ରଖିଛି। ଏଥିସହ ବୈଜ୍ଞାନିକମାନେ ମଧ୍ୟ ସେଠାରେ ଜୀବ ସତ୍ତା ସମ୍ଭବ କି ଏବଂ ଏହିସବୁ ପଥରଗୁଡିକ କେତେ ପୂରୁଣା ସେ ବାବଦରେ ଅନୁସନ୍ଧାନ କରିବେ।

NASA Ancient River On Mars Life Outside Earth Mars Mission NASA Research River Found In Mars
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe