Advertisment

ପୃଥିବୀ ନିକଟରେ ଏକ ନୂଆ ଆଷ୍ଟ୍ରଏଡ୍, ସୂର୍ଯ୍ୟଙ୍କୁ କରୁଛି ପରିକ୍ରମା

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ପୃଥିବୀ ନିକବର୍ତ୍ତୀ ଏକ ନୂଆ ଆଷ୍ଟ୍ରଏଡ୍ ଠାବ କରିଛନ୍ତି। ଆସନ୍ତା ମାସ ସୁଦ୍ଧା ଏହା ପୃଥିବୀର ଆହୁରି ନକଟତର ହେବାର ସମ୍ଭାବନା ରହିଛି। ତେବେ ଏହା ଦେଖିବାକୁ ଛୋଟ ଚନ୍ଦ୍ର ଭଳି ଦେଖାଯାଇପାରେ। ଅନ୍ତରୀକ୍ଷରେ ଥିବା ପଥର ଭଳି ଆଷ୍ଟ୍ରଏଡଠାରୁ ଭିନ୍ନ ଏହା ଏକ ରକେଟ୍ ଭଳି ବୋଲି ଜଣାପଡ଼ିଛି। ଚନ୍ଦ୍ର ପୃଷ୍ଠକୁ ୫୪ ବର୍ଷ ପୂର୍ବେ ନାସା ଦ୍ୱାରା ପଠାଯାଇଥିବା ରକେଟ୍ ଲ୍ୟାଣ୍ଡିଂ ବିଫଳ ହୋଇଯାଇଥିଲା, ଯାହାର ଏହା ଏକ ଅଂଶ ବୋଲି […]

ଅଦ୍ୟତନ ହୋଇଛି
ପୃଥିବୀ ନିକଟରେ ଏକ ନୂଆ ଆଷ୍ଟ୍ରଏଡ୍, ସୂର୍ଯ୍ୟଙ୍କୁ କରୁଛି ପରିକ୍ରମା

asteriod

Advertisment

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ପୃଥିବୀ ନିକବର୍ତ୍ତୀ ଏକ ନୂଆ ଆଷ୍ଟ୍ରଏଡ୍ ଠାବ କରିଛନ୍ତି। ଆସନ୍ତା ମାସ ସୁଦ୍ଧା ଏହା ପୃଥିବୀର ଆହୁରି ନକଟତର ହେବାର ସମ୍ଭାବନା ରହିଛି। ତେବେ ଏହା ଦେଖିବାକୁ ଛୋଟ ଚନ୍ଦ୍ର ଭଳି ଦେଖାଯାଇପାରେ। ଅନ୍ତରୀକ୍ଷରେ ଥିବା ପଥର ଭଳି ଆଷ୍ଟ୍ରଏଡଠାରୁ ଭିନ୍ନ ଏହା ଏକ ରକେଟ୍ ଭଳି ବୋଲି ଜଣାପଡ଼ିଛି। ଚନ୍ଦ୍ର ପୃଷ୍ଠକୁ ୫୪ ବର୍ଷ ପୂର୍ବେ ନାସା ଦ୍ୱାରା ପଠାଯାଇଥିବା ରକେଟ୍ ଲ୍ୟାଣ୍ଡିଂ ବିଫଳ ହୋଇଯାଇଥିଲା, ଯାହାର ଏହା ଏକ ଅଂଶ ବୋଲି ଆଶଙ୍କା କରାଯାଉଛି।

Advertisment

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଠାବ କରାଯାଇଥିବା ଆଷ୍ଟ୍ରଏଡକୁ ସେହି ରକେଟର ଅଂଶ ବୋଲି ମନେ କରାଯାଉଛି। ଲ୍ୟାଣ୍ଡିଂ ବିଫଳ ହେବା ପରେ ରକେଟକୁ ପୃଥିବୀକୁ ଫେରାଇ ଅଣାଯିବା ସମୟରେ ଏହାର କିଛି ଅଂଶ ସେଠାରେ ରହିଯାଇଥିଲା। ଏହି ଆଷ୍ଟ୍ରଏଡକୁ ଠାବ କରିଥିବା ବୈଜ୍ଞାନିକ ପାଲ୍ ଚୋଡାସ୍ ଏହାକୁ ଦେଖି ଆଶ୍ଚର‌୍ୟ୍ୟ ଚକିତ ହୋଇଯାଇଥିବା କହିଛନ୍ତି। ସେ ନାସାର ସେଣ୍ଟର ଫର୍ ନିୟର୍ ଆର୍ଥ ଅବଜେକ୍ଟ ଷ୍ଟଡିଜର ନିର୍ଦ୍ଦେଶକ ଅଟନ୍ତି।

ସେ କହିଛନ୍ତି, ଅନ୍ତରୀକ୍ଷରେ ଏପରି ଜିନିଷ ଖୋଜିବାକୁ ତାଙ୍କୁ ଭଲଲାଗେ ଆଉ ସେ ଦଶନ୍ଧି ଧରି ମୁଁ ଏହି କାମ କରିଆସୁଛି। ସେ ଏହି ଆଷ୍ଟ୍ରଏଡର ନାମ ୨୦୨୦ ଏସଓ ରଖିଛନ୍ତି। ପ୍ରକୃତରେ ଏହା ନାସା କ୍ଷେପଣ କରିଥିବା ସେଣ୍ଟୁର ରକେଟର ଉପର ଭାଗ। ୧୯୬୬ରେ ନାସା ଚନ୍ଦ୍ର ପଷ୍ଠକୁ ଏହି ରକେଟ୍ ପଠାଇଥିଲା। ଏହି ଅଭିଯାନ ଚନ୍ଦ୍ର ପୃଷ୍ଠ ସହ ଧକ୍କା ହୋଇ ଲ୍ୟାଣ୍ଡିଂ କରିବାରେ ବିଫଳ ହୋଇଥିଲା।

Advertisment

publive-image

ଗତ ସେପ୍ଟେମ୍ବରରେ ସାରା ଦୁନିଆ କରୋନା ମହାମାରୀ ସହ ଲଢ଼ୁଥିବା ବେଳେ ଚୋଡାସ୍ ଆମେରିକାର ହାଓ୍ୱାଇ ଦୀପରୁ ଟେଲିସ୍କୋପ ଜରିଆରେ ଏହି ଆଷ୍ଟ୍ରଏଡ ପରି ରକେଟର ଭଗ୍ନାବଶେଷ ଖୋଜି ବାହାର କରିଛନ୍ତି। ସୋଲାର ସିଷ୍ଟମରେ ଥିବା ଏହି ଚମକୁଥିବା ଆଷ୍ଟ୍ରଏଡ୍ ସୂର‌୍ୟ୍ୟଙ୍କୁ ପରିକ୍ରମା କରୁଛି, ଠିକ୍ ଯେପରି ପୃଥିବୀ ସୂର‌୍ୟ୍ୟଙ୍କ ପରିକ୍ରମା କରୁଛି। ଏକ ଆଷ୍ଟ୍ରଏଡ ଭଳି ଏହାର ଆଚରଣ ଆଶ୍ଚର‌୍ୟ୍ୟଜନକ ବୋଲି ଚୋଡାସ୍ କହିଛନ୍ତି।

publive-image

ଏହି ଆଷ୍ଟ୍ରଏଡ୍ ପ୍ରାୟ ୨୬ ଫୁଟ ଲମ୍ବ ବିଶିଷ୍ଟ, ଯାହା ୩୨ ଫୁଟ ଲମ୍ବ ଓ ୧୦ ଫୁଟ ଚଉଡ଼ା ବିଶିଷ୍ଟ ସେଣ୍ଟୁର ରକେଟର ଏକ ଅଂଶ। ଏହା ଘଣ୍ଟା ପ୍ରତି ୨୪,୦୦ କିଲୋମିଟର ବେଗରେ ପୃଥିବୀ ଆଡ଼କୁ ଆସୁଛି, ଯାହା ସାଧାରଣତଃ କୌଣସି ଆଷ୍ଟ୍ରଏଡ୍ ପୃଥିବୀ ଆଡ଼କୁ ଆସିବା ଗତିଠାରୁ ବହୁତ କମ୍ ବୋଲି ସେ କହିଛନ୍ତି।

NASA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe