Advertisment

୨୦୨୫ ସୁଦ୍ଧା ମହାକାଶକୁ ଯିବେ ମହାକାଶଚାରୀ, ୨୦୩୫ ସୁଦ୍ଧା ଭାରତର ସ୍ପେଶ ଷ୍ଟେସନ

ଗଗନଯାନ ପଠାଇବା ପୂର୍ବରୁ ପ୍ରାୟ ୨୦ଟି ବଡ଼ଧରଣର ଟେଷ୍ଟ କରାଯିବ।

ଅଦ୍ୟତନ ହୋଇଛି
Space

Space

Advertisment

ଭାରତର ପ୍ରଥମ ମାନବଯୁକ୍ତ ସ୍ପେଶ ଫ୍ଲାଇଟ ଗଗନଯାନ ସମ୍ପର୍କରେ ଆଜି ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗଗନଯାନ ପଠାଇବା କାମ କେତେ ଦୂର ଯାଇଛି ଓ ଏହା ସହ ଜଡ଼ିତ ଅନ୍ୟାନ୍ୟ ବିଷୟବସ୍ତୁ ଗୁଡ଼ିକ ଉପରେ ସେ ସମୀକ୍ଷା କରିଛନ୍ତି। ଏଥିସହ ମହାକାଶ ଗବେଷଣା କ୍ଷେତ୍ରରେ ଭବିଷ୍ୟତ ଯୋଜନା ଗୁଡ଼ିକ ପାଇଁ ଟାର୍ଗେଟ ସେଟ୍‌ କରିଛନ୍ତି।

Advertisment

ସ୍ପେଶ ବିଭାଗ ସହ ମୋଦି କରିଥିବା ସମୀକ୍ଷା ବୈଠକ ବେଳେ ଗଗଯାନ ସମ୍ପର୍କରେ ତାଙ୍କୁ ଇସ୍ରୋ ମୁଖ୍ୟ ଓ ଅନ୍ୟ ବରିଷ୍ଠ ବୈଜ୍ଞାନିକମାନେ ବିସ୍ତୃତ ତଥ୍ୟ ଦେଇଛନ୍ତି। ଗଗନଯାନରେ ବ୍ୟବହୃତ ହୋଇଥିବା ଟେକ୍ନୋଲୋଜି ଓ ସିଷ୍ଟମଗୁଡ଼ିକ ସମ୍ପର୍କରେ ମୋଦିଙ୍କୁ ଅବଗତ କରାଯାଇଛି।

ଗଗନଯାନ ପଠାଇବା ପୂର୍ବରୁ ପ୍ରାୟ ୨୦ଟି ବଡ଼ଧରଣର ଟେଷ୍ଟ କରାଯିବ। ଟିଭି-ଡି୧ର ଟେଷ୍ଟ ଅକ୍ଟୋବର ୨୧ ତାରିଖ ସକାଳ ୭ଟାରୁ ୯ଟା ଭିତରେ କରାଯିବାକୁ ଧାର୍ଯ୍ୟ କରାଯାଇଥିବା ମଧ୍ୟ ମୋଦିଙ୍କୁ କୁହାଯାଇଛି।

Advertisment

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ୨୦୨୫ ସୁଦ୍ଧ ଭାରତ ମହାକାଶକୁ ମହାକାଶଚାରୀଙ୍କୁ ପଠାଇବ। ଚନ୍ଦ୍ରଯାନ -୩ ଓ ଆଦିତ୍ୟ ଏଲ-୧ ମିଶନ ସଫଳ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ମହାକାଶ ବିଜ୍ଞାନୀଙ୍କ ପାଇଁ ବିଭିନ୍ନ ଟାର୍ଗେଟ ସେଟ୍‌ କରିଛନ୍ତି।

ସେ ସ୍ପେଶ ବିଭାଗକୁ ୨୦୩୫ ସୁଦ୍ଧା ଭାରତର ସ୍ପେଶ ଷ୍ଟେସନ ପ୍ରତିଷ୍ଠା କରିବାକୁ କହିଛନ୍ତି। ଏଥିସହ ଚନ୍ଦ୍ରକୁ ୨୦୪୦ ସୁଦ୍ଧା ଭାରତୀୟ ମହାକାଶଚାରୀଙ୍କୁ ପଠାଇବାକୁ ମଧ୍ୟ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି। 

ଏହି ଟାର୍ଗେଟକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ସ୍ପେଶ ବିଭାଗକୁ ବିସ୍ତୃତ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ କହିଛନ୍ତି। ଏହି ରୋଡମ୍ୟାପ୍‌ରେ ଚନ୍ଦ୍ରଯାନ ମିଶନର ବିଭିନ୍ନ ସିରିଜ ମଧ୍ୟ ରହିଛି। ପରବର୍ତ୍ତୀ ପିଢ଼ି ଲଞ୍ଚ ଭେଇକିଲ ବା ଏନଜିଏଲଭିକୁ ତିଆରି କରିବା, ଲଞ୍ଚ ପ୍ୟାଡ ଗଠନ କରିବା, ମଣିଷକୁ ସୁହାଉଥିବା ଲ୍ୟାବ ଓ ଏହା ସହ ଜଡ଼ିତ ବିଭିନ୍ନ ଟେକ୍ନୋଲୋଜିକୁ ବିକଶିତ କରିବାକୁ ମଧ୍ୟ କୁହାଯାଇଛି।

PM Modi ISRO Gaganyaan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe