Advertisment

‘ ପ୍ରତିବର୍ଷ ଅଗଷ୍ଟ ୨୩ରେ ପାଳିତ ହେବ ଜାତୀୟ ମହାକାଶ ଦିବସ’

ଚନ୍ଦ୍ରଯାନ -୩ ର ସଫଳତା ଅବସରରେ ବେଙ୍ଗଳୁରୁର ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇବା ଅବସରରେ ସେ ଏହି ଘୋଷଣା କରିଛନ୍ତି।

author-image
Niharika Rout
Modi In Isro

Modi In Isro

ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିବ ଭାରତ। ଆଜି ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚନ୍ଦ୍ରଯାନ -୩ ର ସଫଳତା ଅବସରରେ ବେଙ୍ଗଳୁରୁର ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇବା ଅବସରରେ ସେ ଏହି ଘୋଷଣା କରିଛନ୍ତି। ତା ସହିତ ଯେଉଁଠି ଚନ୍ଦ୍ରଯାନ ୩ ଅବତରଣ କରିଛି, ଚନ୍ଦ୍ରର ସେହି ସ୍ଥାନକୁ ଶିବଶକ୍ତି ଏବଂ ଯେଉଁଠି ଚନ୍ଦ୍ରୟାନ ୨ ଅବତରଣ କରିଥିଲା, ତାର ନାଁ ତ୍ରିରଙ୍ଗା ରଖିଛନ୍ତି ମୋଦି।

Advertisment

ଗତ ୨୩ରେ ଚନ୍ଦ୍ରଯାନ ୩ ଯେତେବେଳେ ସଫଳତାର ସହିତ ଲାଣ୍ଡିଂ କରିଥିଲା, ସେତେବେଳେ ଭାରତରେ ନ ଥିଲେ ମୋଦି। ବ୍ରିକସ ସମ୍ମିଳନୀରେ ଯୋଗ ଦେବାକୁ ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରେ ଥିଲେ। ସେଠାରୁ ଗ୍ରୀସ୍ ଯାଇ ଆଜି ସକାଳେ ସିଧା ବାଙ୍ଗାଲୁରୁକୁ ଯାଇ ଇସ୍ରୋର ବୈଜ୍ଞାନିକଙ୍କୁ ଭେଟିଛନ୍ତି ଏବଂ ଅଭିନନ୍ଦନ ଜଣାଇଛନ୍ତି। ସମସ୍ତ ବୈଜ୍ଞାନିକଙ୍କୁ ସେ ଭୁରି ଭୁରି ପ୍ରଶଂସା କରିଛନ୍ତି।

ମୋଦି କହିଛନ୍ତି, ମଣିଷ ଜୀବନରେ ବେଳେ ବେଳେ ଏପରି ଘଟଣା ଘଟେ ଯାହାକୁ କି ସେ ଖୁବ୍‌ ବ୍ୟଗ୍ରତାର ସହ ଅପେକ୍ଷା କରିଥାଏ। ମୋ’ ସହ ବି ତାହା ହିଁ ଘଟିଛି। ସାଉଥ ଆଫ୍ରିକା, ଗ୍ରୀସ୍‌ ଯେଉଁଠି ଥିଲେ ବି ମୋ’ ମନ କିନ୍ତୁ ଆପଣମାନଙ୍କ ପାଖରେ ଥିଲା। ଭାରତ ଫେରିବାକୁ ମୋ’ ମନ ଛଟପଟ ହେଉଥିଲା । କାରଣ ଏପରି ବିରଳ ମୁହୂର୍ତ୍ତ ବାରମ୍ବାର ଆସେନି। ତେଣୁ ଭାରତକୁ ଫେରିବା ପରେ ଦିଲ୍ଲୀ ନ ଯାଇ ମୁଁ ସିଧାସଳଖ ଆପଣମାନଙ୍କ ପାଖକୁ ଚାଲି ଆସିଲି।

Advertisment

ମହିଳା ବୈଜ୍ଞାନିକମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ସେମାନଙ୍କୁ ମୋଦି ପ୍ରଶଂସା କରିଛନ୍ତି। କହିଛନ୍ତି, ଜନକଲ୍ୟାଣ ହେଉଛି ଆମର ସର୍ବୋଚ୍ଚ ପ୍ରାଥମିକତା। ଚନ୍ଦ୍ରଯାନ ୩ର ସଫଳତା ଯୁଗ ଯୁଗକୁ ସମସ୍ତଙ୍କୁ ପ୍ରେରଣା ଯୋଗାଇବ। ବୈଜ୍ଞାନିକଙ୍କ ସଫଳତା ସାରା ଦେଶକୁ ଗର୍ବିତ କରିଛି।

PM Modi ISRO