Advertisment

ରାଜଧାନୀରେ ରେକର୍ଡ ଭାଙ୍ଗିଲା ବାୟୁ ପ୍ରଦୂଷଣ

ଦୀପାବଳି ବାଣ ଫୁଟା ଯୋଗୁ ରବିବାର ରାତି ଗୋଟାଏରେ ତାଳଚେର, ଭୁବନେଶ୍ୱର, କଟକ ଓ ବାଲେଶ୍ୱରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୫୦୦ ଛୁଇଁଥିଲା।

author-image
Manoj Swain

ଦୀପାବଳି ବାଣ ଫୁଟା ଯୋଗୁ ରବିବାର ରାତି ଗୋଟାଏରେ ତାଳଚେର, ଭୁବନେଶ୍ୱର, କଟକ ଓ ବାଲେଶ୍ୱରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୫୦୦ ଛୁଇଁଥିଲା। ଏହି ସମୟରେ ତାଳଚେରର ହାରାହାରି ପ୍ରଦୂଷଣ ମାତ୍ରା ୩୩୫ ଥିଲା ବେଳେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ୩୩୨, ବାଲେଶ୍ୱରରେ ୩୨୪ ବା ଅତି ଖରାପ ସ୍ଥିତିକୁ ପହଞ୍ଚି ଯାଇଥିଲା। କଟକରେ AQI ୨୯୪ ଓ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ୨୯୦ ରହିଥିଲା। ଆଶ୍ଚର୍ଯ୍ୟର କଥା ଗତକାଲି ରାତି ଗୋଟାଏରେ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ PM10 ମାତ୍ରା ୯୯୯ ଛୁଇଁଥିବା ବେଳେ ପଟିଆରେ ୬୭୬ ଓ କଟକରେ ୮୮୨ ରହିଥିଲା।

Advertisment
Odisha Bhubaneswar Air Pollution