Advertisment

ଜଙ୍ଗଲରେ ବୁଲୁଛି କଳା ବାଘ, ସିସିଟିଭିରେ କଏଦ ହେଲା ଫଟୋ

କଳା ମଚମଚ ଏକ ବାଘର ଚିତ୍ର ସିସିଟିଭିରେ କଏଦ ହେବା ପରେ ଏହା ସ୍ପଷ୍ଟ ହୋଇଛି।

Black Tiger

Black Tiger

Advertisment

ରାତିର ଅନ୍ଧକାରରେ ହେଉ ଅବା ଦିନର ଆଲୁଅରେ ଜଙ୍ଗଲରେ ବୁଲୁଛି କଳା ବାଘ । କଳା ମଚମଚ ଏକ ବାଘର ଚିତ୍ର ସିସିଟିଭିରେ କଏଦ ହେବା ପରେ ଏହା ସ୍ପଷ୍ଟ ହୋଇଛି। ଏହି କଳାବାଘଟି ସୁନ୍ଦରଗଡ ବନଖଣ୍ଡ ଗର୍ଜନ ପାହାଡ ଧନୁ ବାଉଁଶ ସଂରକ୍ଷିତ ଜଙ୍ଗଲରେ ଦେଖିବାକୁ ମିଳିଛି। ଏନେଇ ଜିଲ୍ଲା ବନବିଭାଗ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି।

Advertisment

୨୦୨୩ ମସିହା ନଭେମ୍ଵରରେ ରାଜ୍ୟରେ ବାଘ ଗଣନା ଆରମ୍ଭ ହୋଇଥିଲା। ଏହି ଯୋଜନା ଅଧୀନରେ ବନବିଭାଗ ପକ୍ଷରୁ ରାଜ୍ୟ ବ୍ୟାପୀ ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯ।ଇଥିଲା।

ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲା ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ୨୫ଟି କ୍ୟାମେରା ଲଗାଯାଇଥିଲା। ଧନୁବାଉଁଶ ସଂରକ୍ଷିତ ଜଙ୍ଗଲରେ ଏହି କଳାବାଘର ଫଟୋ ସିସିଟିଭିରେ କଏଦ ହୋଇଛି।

Advertisment

ଗତ ୨୦୧୮ ମସିହାରେ ମଧ୍ୟ ଏହି ଗର୍ଜନ ପାହାଡ ଅଞ୍ଚଳରେ ଏକ କଳାବାଘ ଦେଖାଯାଇଥିଲା । ବନବିଭାଗର କ୍ୟାମେରାରେ ଉକ୍ତ କଳା ବାଘର ଫଟୋ କଏଦ ହୋଇଥିଲା । ତେବେ ପ୍ରାୟ ୬ ବର୍ଷ ପରେ ପୁଣି ଥରେ ଉକ୍ତ ଅଞ୍ଚଳରେ କଳା ବାଘ ଦେଖାଯିବା ଘଟଣା ପ୍ରଚାରିତ ହେବା ପରେ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି।

ଏହି ଅଞ୍ଚଳରେ ଅ।ଉ ବାଘ ଅଛନ୍ତି ନା ନାହାନ୍ତି ସେ ନେଇ ମଧ୍ୟ ବନବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ଅନୁସନ୍ଧାନ କରାଯାଉଛି । ଏହା ସହ ବର୍ତ୍ତମାନ ଠାବ ହୋଇଥିବା ବାଘକୁ କିଭଳି ଭାବରେ ସୁରକ୍ଷିତ ରଖାଯାଇପାରିବ ଏବଂ ଜଙ୍ଗଲକୁ ସାଧାରଣ ଲୋକ କିଭଳି ନ ଯିବେ ସମସ୍ତ ଦିଗକୁ ଧ୍ୟାନ ଦିଅ।ଯାଉଥିବା ବନ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି।

Sundargarh Black Tiger
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe