Advertisment

ଗଞ୍ଜେଇ ରୋକୁଛି କରୋନା ଭୂତାଣୁ!

ନ୍ୟୁୟର୍କ: ଗଞ୍ଜେଇକୁ ସମସ୍ତେ ନିଶା ଭାବେ ବିବେଚନା କରିନ୍ତି। ହେଲେ ଏହାର ଅନେକ ଔଷଧୀୟ ଗୁଣ ରହିଛି। ଅନେକ ଦେଶ ଗଞ୍ଜେଇ ଚାଷ ଓ ଉତ୍ପାଦନକୁ ମଧ୍ୟ ଅନୁମତି ଦିଆଯାଇଛି। ଏସବୁ ଭିତରେ ଗଞ୍ଜେଇରେ ଥିବା କିଛି ଉପାଦନ ମହାମାରୀ କରୋନା ବିରୋଧରେ ଫଳପ୍ରଦ ହେଉଥିବା ଗବେଷଣାରୁ ଜଣାପଡ଼ିଛି। ଆମେରିକୀୟ ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଗଞ୍ଜେଇରେ ଥିବା କାନାବିନଏଡ୍‌ ଏସିଡ୍‌ କୋଭିଡ-୧୯ ସୃଷ୍ଟି କରୁଥିବା ସାର୍ସ-କୋଭ୍‌-୨ ଭୂତାଣୁକୁ ମଣିଷର କୋଷରେ ପ୍ରବେଶ କରିବାକୁ ଦିଏନାହିଁ। ଗଞ୍ଜେଇ […]

ଅଦ୍ୟତନ ହୋଇଛି
ଗଞ୍ଜେଇ ରୋକୁଛି କରୋନା ଭୂତାଣୁ!

canbians

Advertisment

ନ୍ୟୁୟର୍କ: ଗଞ୍ଜେଇକୁ ସମସ୍ତେ ନିଶା ଭାବେ ବିବେଚନା କରିନ୍ତି। ହେଲେ ଏହାର ଅନେକ ଔଷଧୀୟ ଗୁଣ ରହିଛି। ଅନେକ ଦେଶ ଗଞ୍ଜେଇ ଚାଷ ଓ ଉତ୍ପାଦନକୁ ମଧ୍ୟ ଅନୁମତି ଦିଆଯାଇଛି। ଏସବୁ ଭିତରେ ଗଞ୍ଜେଇରେ ଥିବା କିଛି ଉପାଦନ ମହାମାରୀ କରୋନା ବିରୋଧରେ ଫଳପ୍ରଦ ହେଉଥିବା ଗବେଷଣାରୁ ଜଣାପଡ଼ିଛି। ଆମେରିକୀୟ ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଗଞ୍ଜେଇରେ ଥିବା କାନାବିନଏଡ୍‌ ଏସିଡ୍‌ କୋଭିଡ-୧୯ ସୃଷ୍ଟି କରୁଥିବା ସାର୍ସ-କୋଭ୍‌-୨ ଭୂତାଣୁକୁ ମଣିଷର କୋଷରେ ପ୍ରବେଶ କରିବାକୁ ଦିଏନାହିଁ।

Advertisment

ଗଞ୍ଜେଇ ହେଉଛି ଫାଇବରର ଉତ୍ସ। ମଣିଷ ଓ ପଶୁର ଖାଦ୍ୟ ପାଇଁ ଏହା ବ୍ୟବହୃତ ହୋଇଥାଏ। ଏହାକୁ କସମେଟିକ, ବଡି ଲୋସନ, ଡାଏଟାରୀ ସପ୍ଲିମେଣ୍ଟ ଓ ଖାଦ୍ୟରେ ସାମିଲ କରାଯାଏ ବୋଲି ଆମେରିକାର ଓରେଗନ୍‌ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟର ଗବେଷକ ରିଚାର୍ଡ ଭାନ ବ୍ରେମେନ କହିଛନ୍ତି।

ଗବେଷଣା କରୁଥିବା ଟିମ୍‌ ଜାଣିବାକୁ ପାଇଛନ୍ତି ଯେ କାନନାବିନଏଡ୍ ଏସିଡ SARS-CoV-2 ସ୍ପାଇକ୍ ପ୍ରୋଟିନରେ ବାନ୍ଧି ହୋଇ ଏହି ଭୂତାଣୁକୁ ସଂକ୍ରମିତ କରିବା ଦିଗରେ ପ୍ରତିବନ୍ଧକ ସାଜିଥାଏ। ଏହି ଗବେଷଣା ରିପୋର୍ଟ ଜର୍ଣ୍ଣାଲ ଅଫ ନ୍ୟାଚୁରାଲ ପ୍ରଡକ୍ଟରେ ପ୍ରକାଶ ପାଇଛି।

Advertisment

କାନାବିଗେରୋଲିକ୍ ଏସିଡ୍ ବା CBGA, କାନାବିଡିଓଲିକ୍ ଏସିଡ୍ ବା CBDA ଓ ସ୍ପାଇକ୍ ପ୍ରୋଟିନ୍ ହେଉଛି ସମାନ ଔଷଧ, ଯାହା କୋଭିଡ ବିରୋଧୀ ଟିକା ଏବଂ ଆଣ୍ଟିବଡି ଥେରାପିରେ ବ୍ୟବହୃତ ହୁଏ।

ରିଚାର୍ଡ ଭାନ ବ୍ରେମେନ କହିଛନ୍ତି ଯେ ହେମ୍ପରେ ପ୍ରଚୁର ପରିମାଣର କାନାବିନଏଡ୍ ଏସିଡ୍ ରହିଥାଏ। ସେଗୁଡ଼ିକ ଗଞ୍ଜେଇରେ ଥିବା ସାଇକୋଆକ୍ଟିଭ୍ ଉପାଦାନ THC ପରି ନିୟନ୍ତ୍ରିତ ପଦାର୍ଥ ନୁହନ୍ତି। ଏହାର ଅର୍ଥ ଏହା ଲୋକମାନଙ୍କୁ ଭଲ ସୁରକ୍ଷା ଯୋଗାଇ ଦେଇପାରେ। ଆମ ଅନୁସନ୍ଧାନରୁ ଜଣାପଡିଛି ଯେ ହେମ୍ପ ଉପାଦନଗୁଡ଼ିକ SARS-CoV-2ର ସବୁ ଭ୍ୟାରିଏଣ୍ଟ ବିରୋଧରେ ସମାନ ଭାବରେ ପ୍ରଭାବଶାଳୀ ହେଉଛି। ପୂର୍ବରୁ ଏହା ଆଲଫା ଓ ବିଟା ଭାରିଆଣ୍ଟ ବିରୋଧରେ ସୁରକ୍ଷା ଦେଉଥିବା ଜଣାପଡ଼ିଥିଲା।

ଲ୍ୟାବ ଟେଷ୍ଟରୁ ଜଣାପଡ଼ିଛି ଯେ କାନାବିଗେରୋଲିକ୍ ଏସିଡ୍ ଓ କାନାବିଡିଓଲିକ୍ ଏସିଡ୍ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେଉଥିବା ଏପିଏଥେଲିଆ ସେଲର ସଂକ୍ରମଣକୁ ରୋକିଥାଏ। ଏଥିସହ କୋଷରେ ସାର୍ସ କୋଭ-୨ର ପ୍ରବେଶକୁ ରୋକିଥାଏ। ଏହି ଉପାଦନକୁ ପାଟି ଯୋଗେ ନିଆଯାଇ ପାରିବ ଓ ଏହା ସୁରକ୍ଷିତ ବୋଲି ଦୀର୍ଘ ଦିନରୁ ପ୍ରମାଣିତ ହୋଇ ଆସିଛି। ଏହା କେବଳ ସଂକ୍ରମଣକୁ ରୋକିବ ନାହିଁ ବରଂ ସାର୍ସ କୋଭ-୨ର ଚିକିତ୍ସାରେ ମଧ୍ୟ ବ୍ୟବହୃତ ହୋଇପାରିବ। ଗଞ୍ଜେଇ ଗଛରୁ ହିଁ CBDA and CBGA ଉତ୍ପାଦିତ ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe