Advertisment

ଜହ୍ନରେ ଉଡ଼ିଲା ତ୍ରିରଙ୍ଗା: ଜାଣନ୍ତୁ ପୂରା ଘଟଣାକ୍ରମ

୪ ବର୍ଷ ତଳେ ବିଫଳ ହୋଇଥିବା ମିଶନ ଚନ୍ଦ୍ର ୨୦୨୩ ମସି ଅଗଷ୍ଟ ୨୩ରେ ସଫଳ ହୋଇଛି।

ଅଦ୍ୟତନ ହୋଇଛି
Moon

Moon

Advertisment

ଇତିହାସ ରଚିଛି ଇସ୍ରୋ। ଜହ୍ନରେ ଭାରତ ତା’ର ନାଁ ଲେଖିଛି। ଚନ୍ଦ୍ରପୃଷ୍ଠରେ ଉଡ଼ିଛି ତ୍ରିରଙ୍ଗା। ଇସ୍ରୋର ମିଶନ ଚନ୍ଦ୍ର ସଫଳ ହୋଇଛି। ୪ ବର୍ଷ ତଳେ ବିଫଳ ହୋଇଥିବା ମିଶନ ଚନ୍ଦ୍ର ୨୦୨୩ ମସି ଅଗଷ୍ଟ ୨୩ରେ ସଫଳ ହୋଇଛି। ତେବେ ଏହି ମିଶନର ଘଟଣାକ୍ରମ ଉପରେ ନଜର ପକାନ୍ତୁ।

Advertisment

୧- ଜୁଲାଇ ୧୪- LVM-3 M4 ରକେଟରେ ହୋଇଥିଲା ଚନ୍ଦ୍ରଯାନର ଉତକ୍ଷେପଣ

୨- ଜୁଲାଇ ୧୪- କକ୍ଷପଥରେ ଅବସ୍ଥାପିତ ହୋଇ ପୃଥିବୀ ଚାରିପଟେ ବୁଲିବା ଆରମ୍ଭ କରିଥିଲା ଚନ୍ଦ୍ରଯାନ

୩- ଜୁଲାଇ ୧୫- ପ୍ରଥମଥର କକ୍ଷପଥ ପରିବର୍ତ୍ତନ କରିଥିଲା ଚନ୍ଦ୍ରଯାନ-୩

୪- ଜୁଲାଇ ୨୫- ପଞ୍ଚମ ତଥା ପୃଥିବୀ ଚାରିପଟେ ଅନ୍ତିମ କକ୍ଷପଥ ପରିବର୍ତ୍ତନ କରିଥିଲା ଚନ୍ଦ୍ରଯାନ

Advertisment

୫ - ଅଗଷ୍ଟ ୧- ପୃଥିବୀକୁ ଛାଡ଼ି ଚନ୍ଦ୍ର ଆଡ଼କୁ ଯାତ୍ରା ଆରମ୍ଭ ହୋଇଥିଲା

୬- ଅଗଷ୍ଟ ୬- ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା ଚନ୍ଦ୍ରଯାନ-୩

୭- ଅଗଷ୍ଟ ୭- ଚନ୍ଦ୍ରର ପ୍ରଥମ ଭିଡିଓ ପଠାଇଥିଲା ଲ୍ୟାଣ୍ଡର୍ ବିକ୍ରମ

୮- ଅଗଷ୍ଟ ୯- ଚନ୍ଦ୍ରଯାନର କକ୍ଷପଥରେ ବେଗ ହ୍ରାସ କରାଯାଇଥିଲା

୯- ଅଗଷ୍ଟ ୧୭- ପ୍ରପଲ୍ସନ ମଡ୍ୟୁଲରୁ ଅଲଗା ହୋଇଥିଲା ଲ୍ୟାଣ୍ଡର ବିକ୍ରମ

୧୦- ଅଗଷ୍ଟ ୨୦- ଏକାକୀ କକ୍ଷପଥ ହ୍ରାସ କରିଥିଲା ଲ୍ୟାଣ୍ଡର

୧୧- ଅଗଷ୍ଟ ୨୦- ଚୂଡ଼ାନ୍ତ କକ୍ଷପଥରେ ଅବସ୍ଥାପିତ ହୋଇଥିଲା ଲ୍ୟାଣ୍ଡର

୧୨- ଅଗଷ୍ଟ ୨୦- ଲ୍ୟାଣ୍ଡର ବିକ୍ରମ କ୍ୟାମେରା ୪ରେ ଚନ୍ଦ୍ରର ଫଟୋ ଇସ୍ରୋକୁ ପଠାଇଥିଲା

୧୩- ଅଗଷ୍ଟ ୨୧- ଚନ୍ଦ୍ରଯାନ-୨ର ଅର୍ବିଟର ଚନ୍ଦ୍ରଯାନ-୩କୁ ସ୍ୱାଗତ କରିଥିଲା

୧୪- ଅଗଷ୍ଟ ୨୩- ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡ କରିଛି

ISRO Mission ISRO ISRO Moon Mission
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe