Advertisment

ଜହ୍ନରେ ନାଁ ଲେଖିଲା ଭାରତ: ଚନ୍ଦ୍ରଯାନ-୨ ଠାରୁ କେତେ ଭିନ୍ନ ଥିଲା ଚନ୍ଦ୍ରଯାନ-୩?

୪ ବର୍ଷ ତଳେ ଇସ୍ରୋ ସଫଳତାର ଅତି ନିକଟରେ ପହଞ୍ଚି ଫେଲ ମାରିଥିଲା। କିନ୍ତୁ ଏବେ ସଂସ୍ଥା ବେଶ ସଫଳତାର ସହ ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରର ଦକ୍ଷିଣ ମେରୁରରେ ସଫଳତାର ସହ ଅବତରଣ କରାଇପାରିଛି।

author-image
Hemant Lenka
ଅଦ୍ୟତନ ହୋଇଛି
ISRO

ISRO

ଇତିହାସ ରଚିଛି ଭାରତ। ଜହ୍ନ ରାଇଜରେ ଦେଶ ନାଁ ଲେଖିଛି। ଚନ୍ଦ୍ରପୃଷ୍ଠରେ ଉଡ଼ିଛି ତ୍ରିରଙ୍ଗା। ଇସ୍ରୋର ମିଶନ ଚନ୍ଦ୍ର ସଫଳ ହେବା ପରେ ପ୍ରତି ଭାରତୀୟ ଗର୍ବରେ କୁଣ୍ଡେ ମୋଟ ହୋଇଯାଉଛନ୍ତି। ୪ ବର୍ଷ ତଳେ ଇସ୍ରୋ ସଫଳତାର ଅତି ନିକଟରେ ପହଞ୍ଚି ଫେଲ ମାରିଥିଲା। କିନ୍ତୁ ଏବେ ସଂସ୍ଥା ବେଶ୍ ସଫଳତାର ସହ ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରର ଦକ୍ଷିଣ ମେରୁରରେ ସଫଳତାର ସହ ଅବତରଣ କରାଇପାରିଛି। ଏବେ ରୋଭର୍ ପ୍ରଜ୍ଞାନ ୧୪ ଦିନ କାଳ ଚନ୍ଦ୍ର ପୃଷ୍ଟରେ ରହି ସେଠାରୁ ତଥ୍ୟ ଭାରତକୁ ପଠାଇବ।

Advertisment

୧ ହଜାର ୭୫୨ କିଲୋଗ୍ରାମ ଓଜନର ଲ୍ୟାଣ୍ଡର୍ ବିକ୍ରମ ମାତ୍ର ୧୯ ମିନିଟ୍ ଭିତରେ ୩୦ କିଲୋମିଟର ଉଚ୍ଚତାରୁ ଖସି ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇବାକୁ ସକ୍ଷମ ହୋଇଛି। ନିଜର ବେଗ କମ୍ କରିବା, ଲ୍ୟାଣ୍ଡିଂ ପାଇଁ ଉପଯୁକ୍ତ ସ୍ଥାନ ଖୋଜିବା ଓ ସୁରକ୍ଷିତ ଭାବେ ସଫ୍ଟଲ୍ୟାଣ୍ଡିଂ କରିବା ଆଦି ସବୁ କିଛି ସ୍ୱଂୟଚାଳିତ ଢଙ୍ଗରେ ଶେଷ ହୋଇଛି।

ତେବେ ଚନ୍ଦ୍ରଯାନ -୨ ତୁଳନାରେ ଚନ୍ଦ୍ରଯାନ ୩ କେତେ ଭିନ୍ନ। ଚନ୍ଦ୍ରଯାନ-୨ ତୁଳନାରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରକୁ ଅଧିକ ମଜବୁତ ଓ ଉନ୍ନତ କରାଯାଇଛି। ଏହା ସବୁପ୍ରକାର ତ୍ରୁଟିର ତତ୍କାଳ ସମାଧାନ ପାଇଁ ସକ୍ଷମ କରାଯାଇଛି। କେବଳ ଏତିକି ନୁହେଁ, ଲ୍ୟାଣ୍ଡର ପାଇଁ ଏଥର ପୂର୍ବାପେକ୍ଷା ବଡ଼ ଆକାରର ଲ୍ୟାଣ୍ଡିଂ ସାଇଟ୍ ମଧ୍ୟ ଧାର୍ଯ୍ୟ କରାଯାଇଥିଲା। ବହୁ ଉଚ୍ଚ ମାନର ଯନ୍ତ୍ରକୌଶଳ ନିୟୋଜିତ ହୋଇଥିଲା। ପାଖାପାଖି ୪୦୦ କମ୍ପାନୀର ଉଚ୍ଚ ମାନର ଯନ୍ତ୍ରପାତି ଖଞ୍ଜା ଯାଇଥିଲା ଚନ୍ଦ୍ରଯାନ-୩ରେ, ଏଥିରେ ଭୁବନେଶ୍ୱରର ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର ମଧ୍ୟ ଟେକ୍ନୋଲୋଜି ଯୋଗାଇଥିଲା।

Advertisment

 ଚନ୍ଦ୍ରଯାନ-3ର ଲ୍ୟାଣ୍ଡିଂ ସାଇଟ୍ ଦୈର୍ଘ୍ୟ ୪ କିଲୋମିଟର ଏବଂ ପ୍ରସ୍ଥ ୨.୪ କିଲୋମିଟର ରହିଥିଲା। ସଫ୍ଟଲ୍ୟାଣ୍ଡିଂ ସଫଳ ହେବା ପରେ ଲ୍ୟାଣ୍ଡର୍ ଭିତରୁ ରୋଭରକୁ ବାହାର କରାଯାଇଛି। ଏବେ ସୁରକ୍ଷିତ ଭାବେ ଆଗାମୀ ୧୪ ଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଏହାକୁ ଗଡ଼ାଇ ବୈଜ୍ଞାନିକମାନେ ତଥ୍ୟ ହାସଲ କରିବେ। ଏହା ଇସ୍ରୋର ବୈଜ୍ଞାନିକମାନଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଅଭିଜ୍ଞତା। ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବାରେ ଭାରତ ପ୍ରଥମ ଦେଶର ମାନ୍ୟତା ବି ପାଇଛି।

ISRO Chandrayan Chandrayaan-3 ISRO Moon Mission Chandrayan3 Successful