Advertisment

ମିଶନ୍ ମୁନର ସଫଳତା ପରେ ଫୋକସରେ ସନ୍, ସେପ୍ଟେମ୍ବର 2ରେ ଲଞ୍ଚ୍ ହେବ ଆଦିତ୍ୟ-ଏଲୱାନ

ମିଶନ୍ ମୁନ୍ ସଫଳ ହେବା ପରେ ଏବେ ଇସ୍ରୋର ଫୋକସରେ ମିଶନ୍ ସନ୍। ଆସନ୍ତା ସେପ୍ଟେମ୍ବର 2ରେ ହେବ ଆଦିତ୍ୟ-ଏଲୱାନ ଲଞ୍ଚ୍।

ଅଦ୍ୟତନ ହୋଇଛି
Representational Pic

Representational Pic

Advertisment

ମିଶନ୍ ମୁନ୍ ସଫଳ ହେବା ପରେ ଏବେ ଇସ୍ରୋର ଫୋକସରେ ମିଶନ୍ ସନ୍। ସୂର୍ଯ୍ୟଙ୍କ ଉପରେ ପରୀକ୍ଷା ନୀରିକ୍ଷା ନେଇ ଲକ୍ଷ୍ୟ ରଖିଛନ୍ତି ଭାରତୀୟ ମହାକାଶ ଅନୁସନ୍ଧାନୀ। ଏହିପରିପ୍ରେକ୍ଷୀରେ ଇସ୍ରୋର ସନ୍ ମିଶନ ଆଦିତ୍ୟ-ଏଲୱାନକୁ ନେଇ ବଡ଼ ଘୋଷଣା କରାଯାଇଇଛି। ଆସନ୍ତା ସେପ୍ଟେମ୍ବର ୨ରେ ଲଞ୍ଚ୍‌ ହୋଇପାରେ ଆଦିତ୍ୟ-ଏଲୱାନ।

Advertisment

ପିଏସଏଲଭି ରକେଟ୍ ଜରିଆରେ ଶ୍ରୀହରୀକୋଟା ସ୍ଥିତ ସତିଶ ଧାବନ ଲଞ୍ଚ୍ ପ୍ୟାଡରୁ ଉତକ୍ଷେପଣ ହେବ। ଏନେଇ ସ୍ପେସ୍‌ ଆପ୍ଲିକେସନ ସେଣ୍ଟର ମୁଖ୍ୟ ନିଲେଶ ଦେଶାଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସୂର୍ଯ୍ୟ ମିଶନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି, ସେପ୍ଟେମ୍ବର ୨ରେ ଏହାକୁ ଲଞ୍ଚ କରାଯାଇପାରେ। ସୂର୍ଯ୍ୟଙ୍କ ଉପରେ ଅନୁସନ୍ଧାନ କ୍ଷେତ୍ରରେ ଏହା ହେଉଛି ଇସ୍ରୋର ପ୍ରଥମ ପଦକ୍ଷେପ। ମୁନ୍ ମିଶନ୍ ଭଳି ସନ୍ ମିଶନ୍ ମଧ୍ୟ ସଫଳ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି।

ସେପଟେ ଇସ୍ରୋ ଗଗନଯାନ ନେଇ ମଧ୍ୟ ପ୍ରସ୍ତୁତ ହେଉଛି। ଏହି ମିଶନରେ ପ୍ରଥମ କରି ମହାକାଶକୁ ଲେଡି ରୋବୋଟ୍ ପଠାଯିବ। ଏନେଇ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ସୂଚନା ଦେଇଛନ୍ତି। ଅକ୍ଟୋବର ପ୍ରଥମ କିମ୍ୱା ଦ୍ୱିତୀୟ ସପ୍ତାହରେ ଗଗନଯାନ ଉତକ୍ଷେପଣ କରାଯିବାର ସମ୍ଭାବନା ଅଛି ବୋଲି ସେ କହିଛନ୍ତି। ଏହି ମିଶନ 3 ପର୍ଯ୍ୟାୟରେ ହେବ। ଦୁଇଟି ପର୍ଯ୍ୟାୟ ସଫଳ ହେବା ପରେ ତୃତୀୟ ପର୍ଯ୍ୟାୟରେ ତିନି ଜଣ ମହାକାଶଚାରୀ ମହାକାଶ ଯାତ୍ରା କରିବେ। 

Advertisment
ISRO Chandrayaan-3 Sun Mission Aditya-L1
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe