Advertisment

ପାକିସ୍ତାନ ଗଣମାଧ୍ୟମ ମୁହଁରେ ଚନ୍ଦ୍ରଯାନ-୩ର ସଫଳ ଗାଥା

ଭାରତ- ପାକିସ୍ତାନ ମଧ୍ୟରେ ଦୁଇ ପାକ୍ଷିକ ସମ୍ପର୍କ ଭଲ ନଥିବା ସତ୍ତ୍ୱେ ପାକିସ୍ତାନର ପ୍ରମୁଖ ଖବର କାଗଜର ପ୍ରଥମ ପୃଷ୍ଠାରେ ଚନ୍ଦ୍ରଯାନ-୩ର ସଫଳତାର ରିପୋର୍ଟ ପ୍ରକାଶ ପାଇଛି।

author-image
Manoj Swain
ଅଦ୍ୟତନ ହୋଇଛି
Chandrayaan-3

Chandrayaan-3

ଦିନେ ଯେଉଁ ପାକିସ୍ତାନ ଗଣମାଧ୍ୟମ କଥା କଥାରେ ଭାରତକୁ ସମାଲୋଚନା କରୁଥିଲା, ଆଜି ସିଏ ସତମୁଖ। ଭାରତକୁ ପ୍ରଶଂସାରେ ପତି ପକାଉଛି । ପାକିସ୍ତାନ ଗଣମାଧ୍ୟମ ମୁହଁରେ ଚନ୍ଦ୍ରଯାନ-୩ର ସଫଳ ଗାଥା । ଇତିହାସ ରଚିଛି ଭାରତ । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଭାରତ ଦକ୍ଷିଣ ମେରୁରେ ନିଜର ଚନ୍ଦ୍ରଯାନ-୩କୁ ସଫ୍ଟ ଲ୍ୟାଣ୍ତିଂ କରି ନୂଆ ଅଧ୍ୟାୟ ସୃଷ୍ଟି କରିପାରିଛି। ଏହି ସଫଳତା ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି।    

Advertisment

ପାକିସ୍ତାନରେ ମଧ୍ୟ ଭାରତର ଚନ୍ଦ୍ରଯାନ-୩ର ସଫଳତାକୁ ପ୍ରଶଂସା କରାଯାଇଛି। ଭାରତ- ପାକିସ୍ତାନ  ଦ୍ୱିପାକ୍ଷିକ ସମ୍ପର୍କ କଥା ସମସ୍ତଙ୍କୁ ଜଣା। ଦୁଇ ଦେଶ ମଧ୍ୟରେ ତିକ୍ତତା ମଧ୍ୟ ଲାଗି ରହିଛି। ଏହା ସତ୍ତ୍ୱେ ପାକିସ୍ତାନର ପ୍ରମୁଖ ଖବର କାଗଜଗୁଡ଼ିକ ନିଜର ପ୍ରଥମ ପୃଷ୍ଠାରେ ଚନ୍ଦ୍ରଯାନ-୩ର ସଫଳତା କଥା ଉଲ୍ଲେଖ କରିଛନ୍ତି। ଏହା ପୂର୍ବରୁ ପାକିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀ ଇସ୍ରୋର ସଫଳତାକୁ ନେଇ ଭାରତକୁ ପ୍ରସଂଶା କରିଥିଲେ । 

ପାକିସ୍ତାନର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ନ୍ୟୁଜ ଇଣ୍ଟରନ୍ୟାସନାଲ, ଡନ ନ୍ୟୁଜ ପେପର, ବିଜନେସ ରେର୍କରଡର ଓ ଦୁନିଆ ନ୍ୟୁଜ ଭଳି ଗଣମାଧ୍ୟମର ପ୍ରଥମ ପୃଷ୍ଠାରେ ଖବର ପ୍ରକାଶିତ ହୋଇଛି । ସେହିଭଳି ବିଶ୍ୱର ବିଭିନ୍ନ ଗଣମାଧ୍ୟମଗୁଡ଼ିକରେ ମଧ୍ୟ ଭାରତର ଚନ୍ଦ୍ରଯାନ-୩ର ସଫଳତା ଖବର ପ୍ରକାଶ ପାଇଛି । 

Advertisment

ଜୁଲାଇ ୧୪ରେ LVM-3 ଯୋଗେ ଚନ୍ଦ୍ରପୃଷ୍ଠକୁ ଯାଇଥିଲା ଚନ୍ଦ୍ରଯାନ-୩ । ଶତୀଶ ଧାୱନ ପରୀକ୍ଷଣ କେନ୍ଦ୍ରରୁ ଇସ୍ରୋ ଉତକ୍ଷେପଣ କରିଥିଲା। ଚନ୍ଦ୍ରଯାନ-୩ ଦୀର୍ଘ ୪୦ ଦିନର ଯାତ୍ରା ପରେ ଶେଷରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିଛି। ବିଶ୍ୱର କୌଣସି ବି ଦେଶ ଚନ୍ଦ୍ର ଦକ୍ଷିଣ ମେରୁରେ ଅବତରଣ କରି ନଥିଲେ। ଭାରତ ପ୍ରଥମ କରି ଦକ୍ଷିଣ ମେରୁରେ ପହଞ୍ଚି ରେକର୍ଡ ସୃଷ୍ଟି କରିଛି।  

Pakistan ISRO Chandrayaan-3