Advertisment

କାହିଁକି ଚନ୍ଦ୍ରରେ ୧୪ ଦିନ କାର୍ଯ୍ୟ କରିବ ଚନ୍ଦ୍ରଯାନ-୩? ଜାଣନ୍ତୁ ଜହ୍ନ ରାଇଜର ରହସ୍ୟ

ଜହ୍ନ ରାଇଜରେ ସଫଳ ଅବତରଣ ପରେ ଆଉ ମାତ୍ର ସାତ ଦିନ ରହିଛି ଚନ୍ଦ୍ରଯାନ-୩ର କାର୍ଯ୍ୟକାଳ। ଏହାପରେ ଅକାମୀ ହୋଇଯିବ ଚନ୍ଦ୍ରଯାନରେ ଲାଗିଥିବା ଯନ୍ତ୍ରପାତି। ଏପରି ହେବା ପଛର କାରଣ କଣ, ଜାଣନ୍ତୁ।

ଅଦ୍ୟତନ ହୋଇଛି
Edited Moon Surface

Edited Moon Surface

Advertisment

ଜହ୍ନ ରାଇଜରେ ସଫଳ ଅବତରଣ ପରେ ଆଉ ମାତ୍ର ସାତ ଦିନ ରହିଛି ଚନ୍ଦ୍ରଯାନ-୩ର କାର୍ଯ୍ୟକାଳ। ଏହାପରେ ଅକାମୀ ହୋଇଯିବ ଚନ୍ଦ୍ରଯାନରେ ଲାଗିଥିବା ଯନ୍ତ୍ରପାତି। ଅବତରଣ ପରଠାରୁ ଇସ୍ରୋକୁ ଚନ୍ଦ୍ରର ରହସ୍ୟ ବତାଉଥିବା ଚନ୍ଦ୍ରଯାନ-୩ ଆଉ ସାତ ଦିନ ପରେ ଅକ୍ଷମ ହୋଇଯିବ। ବର୍ତ୍ତମାନ ସୁଦ୍ଧା ଇସ୍ରୋ ଚନ୍ଦ୍ରପୃଷ୍ଠର ଅନେକ ରହସ୍ୟ ଭେଦିଛି ଆଉ କିଛି ପାଇଁ ଆଶା ରଖିଛି। ମାତ୍ର ୭ ଦିନ ପରେ ଚନ୍ଦ୍ରଯାନ-୩ର କାର୍ଯ୍ୟକାଳ ସରିବାକୁ ଯାଉଛି। ତେବେ ଏପରି ହେବା ପଛର କାରଣ କ'ଣ ଜାଣନ୍ତୁ... 

Advertisment

ଇସ୍ରୋ କହିଛି ଯେ, ଏଯାବତ୍ ଚନ୍ଦ୍ରଯାନ-୩ର ଦୁଇଟି କିମ୍ବା ତିନୋଟି ମିଶନ ହାସଲ ହୋଇଛି। ପ୍ରଥମ ଦୁଇଟି ମିଶନ- ଚନ୍ଦ୍ର ପୃଷ୍ଠରେ ଏକ ନିରାପଦ ଓ ଧୀର ଅବତରଣ ଏବଂ ଚନ୍ଦ୍ରରେ ରୋଭରର ଗତି ପ୍ରଦର୍ଶନ ସଫଳ ହୋଇଛି। ତୃତୀୟ ମିଶନ, ଚନ୍ଦ୍ରରେ ଥିବା ବୈଜ୍ଞାନିକ ପରୀକ୍ଷଣ ବର୍ତ୍ତମାନ ଜାରିରହିଛି। ଅବତରଣ ସଫଳ ପରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ଆୟୁ ୧୪ ଦିନ ରହିଛି। ଯାହା ଚନ୍ଦ୍ରର ଗୋଟିଏ ଦିନ ସହ ସମାନ। ଅର୍ଥାତ୍ ପୃଥିବୀରେ ୧୪ ଦିନ ହେଲେ ଚନ୍ଦ୍ରରେ ଗୋଟିଏ ଦିନ ହୋଇଥାଏ। 

ତେଣୁ ବର୍ତ୍ତମାନ ଚନ୍ଦ୍ରପୃଷ୍ଠରେ ଦିନ ସମୟ ସରି ସରି ଆସୁଛି। ଆଉ ସାତ ଦିନ ପରେ ସେଠାରେ ରାତି ହୋଇଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ମିଶନ୍ ସାତ ଦିନ ସମାପ୍ତ କରି ଥିବାବେଳେ ଆଉ ସାତ ଦିନ ବାକି ରହିଛି। ଏହାପରେ ଚନ୍ଦ୍ରରେ ରାତି ହୋଇଯିବା ପରେ ସମଗ୍ର ପୃଷ୍ଠ ଅନ୍ଧକାରମୟ ହୋଇଯିବ, ଫଳରେ ଇସ୍ରୋକୁ ତଥ୍ୟ ପଠାଇବାରେ ଅସଫଳ ହେବେ ଲ୍ୟାଣ୍ଡର ଓ ରୋଭର୍।

Advertisment

କାହିଁକି ଅକ୍ଷମ ହୋଇଯିବେ ଲ୍ୟାଣ୍ଡର ଓ ରୋଭର୍?
ଆମେ ଜାଣିଛେ, ଚନ୍ଦ୍ରର ନିଜସ୍ୱ ଆଲୋକ ନାହିଁ। ଏହା ସୂର୍ଯ୍ୟଙ୍କ ଆଲୋକରେ ଆଲୋକିତ ହୁଏ। ଯେତେବେଳେ ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟଙ୍କ କିରଣ ପଡ଼ିନଥାଏ ସେତେବେଳେ ଜହ୍ନରେ ଅନ୍ଧାର ବା ରାତି ହୋଇଯାଏ। ଏପରି ହେବା ଫଳରେ ଲ୍ୟାଣ୍ଡର୍ ବିକ୍ରମ ଓ ରୋଭର୍ ପ୍ରଜ୍ଞାନ କାର୍ଯ୍ୟ କରିବା ବନ୍ଦ କରିଦେବେ। କାରଣ ଏହି ଦୁଇ ଯାନ୍ତ୍ରିକ କୌଶଳ ସୌର ଚାଳିତ। ସୂର୍ଯ୍ୟ କିରଣ ନ ପଡ଼ିଲେ ଏମାନେ କାର୍ଯ୍ୟ କରିପାରିବେ ନାହିଁ। 

କାହିଁକି ଚନ୍ଦ୍ରରେ ରାତି ହୁଏ?
ଚନ୍ଦ୍ରର ଘୂର୍ଣ୍ଣନ ହେତୁ ଚନ୍ଦ୍ରପୃଷ୍ଠରେ ରାତି ହୁଏ। ଏହି କାରଣରୁ ଚନ୍ଦ୍ର ଉପରେ ସୂର୍ଯ୍ୟଙ୍କର କିରଣ ପଡ଼ିପାରେ ନାହିଁ। ଚନ୍ଦ୍ରପୃଷ୍ଠର ଗୋଟିଏ ରାତି ପୃଥିବୀର ୧୪ ଦିନ ସହ ସମାନ। 

ସାତ ଦିନ ମଧ୍ୟରେ କଣ ହାସଲ କରିଛି ଚନ୍ଦ୍ରଯାନ-3?

  • ଉତକ୍ଷେପଣ ପରେ ପରେ ଲ୍ୟାଣ୍ଡରରେ ଲାଗିଥିବା ଚାଷ୍ଟେ(ChaSTE) ପେଲୋଡ ପ୍ରଥମ ପର୍ଯ୍ୟବେକ୍ଷଣ କରିଥିଲା। ଚାଷ୍ଟେ ହେଉଛି ଚନ୍ଦ୍ରର ସର୍ଫେସ୍ ଥର୍ମୋଫିଜିକାଲ୍ ପରୀକ୍ଷଣ। ଏହା ସାହାଯ୍ୟରେ ଚନ୍ଦ୍ରର ଦକ୍ଷିଣ ମେରୁର ତାପମାତ୍ରା ମାପିଥିଲା ଇସ୍ରୋ। 
  • ଏହା ବ୍ୟତୀତ, ରୋଭର ପ୍ରଜ୍ଞାନ ଚନ୍ଦ୍ରରେ ଦକ୍ଷିଣ ମେରୁରେ ସଲଫରର ଅନୁସନ୍ଧାନ କରିଛି। ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍, ଟାଇଟାନିୟମ୍, ମାଙ୍ଗାନିଜ୍, ସିଲିକନ୍ ଏବଂ ଅମ୍ଳଜାନ ଭଳି ଖଣିଜ ପଦାର୍ଥ ଥିବା ମଧ୍ୟ ଜାଣିବାକୁ ପାଇଛି ରୋଭର୍। ରୋଭରରେ ଥିବା ଲେଜର-ପ୍ରେରିତ ବ୍ରେକଡାଉନ୍ ସ୍ପେକ୍ଟ୍ରୋସ୍କୋପ୍ ମାଧ୍ୟମରେ ଏହି ତଥ୍ୟ ହାସଲ କରିଛି ଇସ୍ରୋ।
  • ଏହାପରେ ସପ୍ତମ ଦିନରେ ରୋଭର୍ ପ୍ରଜ୍ଞାନରେ ଥିବା ହାଇ କ୍ୱାଲିଟି କ୍ୟାମେରା ନାଭକ୍ୟାମ ପ୍ରଥମ ଥର କାର୍ଯ୍ୟକାରୀ ହୋଇଛି। ଏହି କ୍ୟାମେରା ଲ୍ୟାଣ୍ଡର ଚିତ୍ର କଏଦ କରିଛି।
  • ଆଗକୁ ରୋଭର୍ ଚନ୍ଦ୍ରର ଦକ୍ଷିଣ ମେରୁରରେ ହାଇଡ୍ରୋଜେନର ଅନୁସନ୍ଧାନ କରିବ ବୋଲି ଇସ୍ରୋ ଆଶା ରଖିଛି ଇସ୍ରୋ।

ଅଗଷ୍ଟ ୨୩ରେ ଇସ୍ରୋର ସ୍ୱପ୍ନାଭିଳାଷୀ ମୁନ୍ ମିଶନ୍ ସଫଳ ହୋଇଥିଲା। ୨୦୦୮ରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ୨୦୨୩ରେ ସାକାର ହୋଇଛି। ଏହି ସଫଳତା ପରେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ବିଶ୍ୱର ପ୍ରଥମ ଦେଶ ହୋଇଯାଇଛି। ଆମେରିକା, ଋଷ ଓ ଚାଇନା ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲେ ମଧ୍ୟ ଏଯାବତ୍ କେହି ଦକ୍ଷିଣ ମେରୁରେ ପହଞ୍ଚି ପାରିନଥିଲେ। ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରପୃଷ୍ଠର ଯେଉଁ ରହସ୍ୟ ଭେଦିଛି ତାହା ବିଶ୍ୱରେ ପ୍ରଥମ। ଆଗକୁ ଚନ୍ଦ୍ରପୃଷ୍ଠରେ ପୁନର୍ବାର ଦିନ ହେବା ପରେ ଚନ୍ଦ୍ରଯାନ-୩ କଣ କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। 

ISRO ISRO Moon Mission Chandrayaan-3 Lander Vikram Why ISRO Moon Mission Conclude Rover Prangyan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe