Advertisment

ଇସ୍ରୋ ମୁନ୍ ମିଶନକୁ ଆଉ ଏକ ସଫଳତା, ପ୍ରପଲସନରୁ ଅଲଗା ହେଲା ଲ୍ୟାଣ୍ଡର

ସଫଳତା ଦିଗରେ ଆଉ ଏକ ସୋପାନ ଅତିକ୍ରମ କଲା ଚନ୍ଦ୍ରଯାନ-3। ପ୍ରପଲସନରୁ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ।

Lander Vikram Separated To Propulsion

Lander Vikram Separated To Propulsion

Advertisment

ସଫଳତା ଦିଗରେ ଆଉ ଏକ ସୋପାନ ଅତିକ୍ରମ କଲା ଚନ୍ଦ୍ରଯାନ-3। ଇସ୍ରୋର ଏହି ଉଚ୍ଚାଭିଳାଷୀ ମିଶନ୍ ଆଜି ସଫଳତା ପୂର୍ବକ ଲ୍ୟାଣ୍ଡର ବିକ୍ରମକୁ ପ୍ରପଲସନରୁ ଅଲଗା କରିଛି। ମଧ୍ୟାହ୍ନ 1ଟା ସମୟରେ ପ୍ରପଲସନରୁ ଅଲଗା ହୋଇଛି ଲ୍ୟାଣ୍ଡର ବିକ୍ରମ। ଏହାପରେ ଚନ୍ଦ୍ରପୃଷ୍ଠ ଅଭିମୁଖେ ଏକାକୀ ଯାତ୍ରା ଆରମ୍ଭ କରିଛି ଲ୍ୟାଣ୍ଡର ବିକ୍ରମ। 

Advertisment

ଲ୍ୟାଣ୍ଡର ବିକ୍ରମ ବର୍ତ୍ତମାନ ପ୍ରଜ୍ଞାନ ରୋଭରର ଚିତ୍ର ଉତ୍ତୋଳନ କରିବ। ଏହା ମାଧ୍ୟମରେ ଚନ୍ଦ୍ରପୃଷ୍ଠର ଗତିବିଧି ଉପରେ ନଜର ରଖାଯାଇ ପାରିବ। ଚନ୍ଦ୍ର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଆଗାମୀ 6 ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଇସ୍ରୋ କହିଛି। ଜୁଲାଇ 14 ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ LVM3 ରକେଟ୍ ଦ୍ୱାରା ଚନ୍ଦ୍ରଯାନ-3 ମହାକାଶକୁ ଉତକ୍ଷେପଣ କରାଯାଇଥିଲା। ଏହି ମିଶନକୁ ନେଇ ଖୁବ୍ ଆଶାବାଦୀ ରହିଛି ଇସ୍ରୋ। କାରଣ ପୂର୍ବରୁ ଇସ୍ରୋର ମୁନ୍ ମିଶନ୍ ଦୁଇ ଦୁଇ ଥର ବିଫଳ ହୋଇଯାଇଛି।

Advertisment

ଚନ୍ଦ୍ରଯାନ-3 ରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରିଛି ଇସ୍ରୋ। ଯଦି ଲ୍ୟାଣ୍ଡର ବିକ୍ରମ ସଫଳତା ପୂର୍ବକ ଅବତରଣ କରେ ତେବେ ଭାରତ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ବିଶ୍ୱର ଚତୁର୍ଥ ରାଷ୍ଟ୍ର ହୋଇଯିବ।  

ISRO Chandrayaan-3 ISRO Moon Mission ISRO Mission
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe