Advertisment

କାଲି ଜହ୍ନରେ ଭାରତ ଲେଖିବ ନାଁ, ଶେଷ ୨୦ ମିନିଟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ

ଆସନ୍ତାକାଲି ସନ୍ଧ୍ୟା ୬.୦୪ ମିନିଟରେ ଲ୍ୟାଣ୍ଡର ବିକ୍ରମ ଜହ୍ନରେ ପ୍ରଥମଥର ପାଇଁ ଅବତରଣ କରିବ। ଏଥିପାଇଁ ଆଜି ଠାରୁ ସବୁଠି ଉତ୍କଣ୍ଠା ଓ ଉତ୍ସାହ ଦେଖିବାକୁ ମିଳିଛି।

author-image
Hemant Lenka
Chandrayaan

Chandrayaan

ଆସନ୍ତାକାଲି ଭାରତର ମହାକାଶ ଗବେଷଣା ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ବୁଧବାର ଭାରତ ଜହ୍ନ ରାଇଜରରେ ନାଁ ଲେଖିବ। କାରଣ କାଲି ଇସ୍ରୋର ଚନ୍ଦ୍ରଯାନ ୩ ଚନ୍ଦ୍ରରେ ସଫ୍ଟଲ୍ୟାଣ୍ଡିଂ କରିବାର କାର୍ଯ୍ୟକ୍ରମ ରହିଛି।

Advertisment

ଇସ୍ରୋର ସୂଚନା ଅନୁଯାୟୀ, ଆସନ୍ତାକାଲି ସନ୍ଧ୍ୟା ୬.୦୪ ମିନିଟରେ ଲ୍ୟାଣ୍ଡର ବିକ୍ରମ ଜହ୍ନରେ ପ୍ରଥମଥର ପାଇଁ ଅବତରଣ କରିବ। ଏଥିପାଇଁ ଆଜି ଠାରୁ ସବୁଠି ଉତ୍କଣ୍ଠା ଓ ଉତ୍ସାହ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦକ୍ଷିଣ ଆଫ୍ରିକାରୁ ବିକ୍ରମର ଲ୍ୟାଣ୍ଡିଂକୁ ଭିଡିଓ କନଫରେନ୍ସିଂ ଜରିଆରେ ଦେଖିବେ।

ଜହ୍ନରେ ନାଁ ଲେଖିବାକୁ ଇସ୍ରୋ ସବୁ ପ୍ରକାରର ପ୍ରସ୍ତୁତି ଶେଷ କରିଥିବା ବେଳେ ଶେଷ ୨୦ ମିନିଟ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବିକ୍ରିମ ଲ୍ୟାଣ୍ଡର ଯେତେବେଳେ ଚନ୍ଦ୍ରର ଦକ୍ଷିଣ ମେରୁରେ ସୁରକ୍ଷିତ ଲ୍ୟାଣ୍ଡିଂ କରିବାକୁ ଉଦ୍ୟମ କରିବ ସେତେବେଳେ ହିଁ ଅସଲ ପରୀକ୍ଷା ଆରମ୍ଭ ହେବ।

Advertisment

ବିକ୍ରମ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂ କରିବା ପରେ ହିଁ ରୋଭର ପ୍ରଜ୍ଞାନ ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରବେଶ କରିବ। ଏହି ଐତିହାସିକ ଲ୍ୟାଣ୍ଡିଂର ଶେଷ ୨୦ ମିନିଟକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି। ଏଥିସହ ଏହାକୁ କୌଣସି ଟି-୨୦ ମ୍ୟାଚ୍‌ର ଶେଷ ବଲ ରେଜଲ୍ଟର ଅନୁଭୂତି ସହ ମଧ୍ୟ ତୁଳନା କରାଯାଉଛି। ଏହାର ଅର୍ଥ ଶେଷ ୨୦ ମିନିଟ ଉପରେ ହିଁ ପୂରା ମିଶନ ନିର୍ଭର କରିବ। ଶେଷ ୨୦ ମିନିଟ ପରେ ଭାରତ ଇତିହାସ ରଚିବ କି ନାହିଁ, ତା’ହା ସ୍ପଷ୍ଟ ହେବ।

ଇସ୍ରୋର ବାହୁବଳୀ ରକେଟ ବା ଲଞ୍ଚ ଭେଇକିଲ ମାର୍କ ୩ ଉତକ୍ଷେପଣ ହେବା ପରେ ଚନ୍ଦ୍ରଯାନ ୩କୁ ପୃଥିବୀର କକ୍ଷପଥରେ ଅବସ୍ଥାପିତ କରିଥିଲା। ସେଠାରେ ଚନ୍ଦ୍ରଯାନ ୩ ଏକାଧିକ ଥର ବୁଲି ନିଜର ବଳ ସଂଗ୍ରହ କରିଥିଲା।

ଅଗଷ୍ଟ ୧୧ରେ ଚନ୍ଦ୍ରଯାନ ୩ ନିଜର ୩.୮୪ ଲକ୍ଷ କିମି ଦୂର ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଅଗଷ୍ଟ ୧୫ରେ ଚନ୍ଦ୍ରଯାନ-୩ର ସାଟେଲାଇଟ ବେଶ ସହଜରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା। ଏଥିସହ ସେଠାରେ ନିଜକୁ ଖାପଖୁଆଇଥିଲା।

ଅଗଷ୍ଟ ୧୭ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରପୁଲ୍ସନ ମଡ୍ୟୁଲ ଠାରୁ ପ୍ରଜ୍ଞାନ ରୋଭରକୁ ସାଥୀରେ ଧରି ବିକ୍ରିମ ଲ୍ୟାଣ୍ଡର ଅଲଗା ହୋଇଥିଲା। ଏହି ସମୟରେ କକ୍ଷପଥରୁ ସାଟେଲାଇଟ ୧୫୩ କିମି ଦୂରରେ ରହିଥିଲା। ଏବେ ବି ୧୫୩ କିମି ଦୂରରେ ପ୍ରପୁଲ୍ସନ ମଡ୍ୟୁଲ ତା’ କାମ ଜାରି ରଖିଛି।

ଅନ୍ୟପଟେ ଇସ୍ରୋ ଚନ୍ଦ୍ରପୃଷ୍ଠର ଆଉ ଏକ ଆକର୍ଷଣୀୟ ଫଟୋ ଜାରି କରିଛି। ଲ୍ୟାଣ୍ଡର ବିକ୍ରମର କ୍ୟାମେରା-୪ ଏହି ଫଟୋ ଉଠାଇଛି। ଅଗଷ୍ଟ ୨୦ରେ ଲାଣ୍ଡର ଏହି ଦୃଶ୍ୟ ଉତ୍ତୋଳନ କରିଥିବା ଇସ୍ରୋ କହିଛି। ସେହିପରି ଗତକାଲି ଚନ୍ଦ୍ରଯାନ-୨ର ଅର୍ବିଟର ଚନ୍ଦ୍ରଯାନ-୩କୁ ସ୍ୱାଗତ କରିଛି। ୨୦୧୯ରେ ବିଫଳ ହୋଇଯାଇଥିବା ଦ୍ୱିତୀୟ ମୁନ୍ ମିଶନର ଅର୍ବିଟର୍ ଏବେ ବି ଚନ୍ଦ୍ରପୃଷ୍ଠରେ ଘୂରି ବୁଲିଛି। ବର୍ତ୍ତମାନ ଏହି ଅର୍ବିଟର ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରକୁ ସ୍ୱାଗତ କରିଛି।

୨୦୧୯ରେ ଇସ୍ରୋର ମିଶନ ଚନ୍ଦ୍ରଯାନ-୨ ଫେଲ ମାରିଥିଲା। ଲ୍ୟାଣ୍ଡର ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ସକ୍ଷମ ହୋଇ ନଥିଲା। କିନ୍ତୁ ଏଥିର ପୁରୁଣା ତ୍ରୁଟିକୁ ସୁଧାରି ଇସ୍ରୋ ସଫଳ ହେବ ବୋଲି କହିଛି।

ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ସଫଳ ହେଲେ ଲ୍ୟାଣ୍ଡର ବିକ୍ରମରୁ ରୋଭର୍ ପ୍ରଜ୍ଞାନ ବାହାରି ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ବିଚରଣ କରିବ। ଏହି ସମୟରେ ଚନ୍ଦ୍ରପୃଷ୍ଠରୁ ସମସ୍ତ ତଥ୍ୟ ଯୋଗାଇବ। ଚନ୍ଦ୍ରପୃଷ୍ଠ କେଉଁ ପଦାର୍ଥରେ ପ୍ରସ୍ତୁତ ହୋଇଛି, ସେଠାରେ ଜଳ ଅଛି କି ନାହିଁ ଏବଂ ବାୟୁମଣ୍ଡଳର ବିବରଣୀ ମଧ୍ୟ ଦେବ ରୋଭର୍। ଇସ୍ରୋର ଏହି ସଫଳତା ପରେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହୋଇଯିବ।

ଜୁଲାଇ ୧୪ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ LVM3 ରକେଟ୍ ଦ୍ୱାରା ଚନ୍ଦ୍ରଯାନ-୩ ମହାକାଶକୁ ଉତକ୍ଷେପଣ କରାଯାଇଥିଲା।

ISRO Chandrayaan-3 ISRO Moon Mission ISRO Mission