Advertisment

ଚନ୍ଦ୍ରପୃଷ୍ଠରେ ନିଶ୍ଚଳ ହୋଇଗଲେ ଲ୍ୟାଣ୍ଡର-ରୋଭର?

ଚନ୍ଦ୍ରପୃଷ୍ଠରେ ରାତି ପାହିବା ପରେ ଲ୍ୟାଣ୍ଡର ଓ ରୋଭର ସହ ଯୋଗାଯୋଗ କରିବାରେ ଅକ୍ଷମ ହେଉଛି ଇସ୍ରୋ।

author-image
Debibandita Barick
ଅଦ୍ୟତନ ହୋଇଛି
Chandrayan-3

Chandrayan-3

ଚନ୍ଦ୍ରପୃଷ୍ଠରେ ସକାଳ ହେବା ପରେ ଇସ୍ରୋ ସମେତ ଅନେକ ଆଶାବାଦୀ ଥିଲେ, ବିକ୍ରମ ଓ ପ୍ରଜ୍ଞାନ ନିଦରୁ ଉଠିବେ, ପୁଣି ନୂଆ ନୂଆ ତଥ୍ୟ ଦେବେ। ହେଲେ ଏ ଆଶା ଧୀରେ ଧୀରେ ମଉଳି ଯାଉଛି। କାହିଁକିନା, ଚନ୍ଦ୍ରରେ ରାତି ପାହିବା ପରେ ବି ସକ୍ରିୟ ହେଉନାହାଁନ୍ତି ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ।

Advertisment

ଇସ୍ରୋ ଏହି ଯନ୍ତ୍ରକୌଶଳ ସହ ଯୋଗାଯୋଗ ସ୍ଥାପନ କରିବାରେ ଅସମର୍ଥ ହେଉଥିବାରୁ ସେମାନଙ୍କ କାର୍ଯ୍ୟକ୍ଷମ ସ୍ଥିତିକୁ ନେଇ ଚିନ୍ତା ବଢିଛି। ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (SAC) ନିର୍ଦ୍ଦେଶକ ନୀଲେଶ ଏମ ଦେଶାଇ କହିଛନ୍ତି ଯେ, ଲ୍ୟାଣ୍ଡର ଏବଂ ରୋଭର ସ୍ୱୟଂଚାଳିତ ହେବା କଥା। ସେପ୍ଟେମ୍ବର ୨୨ରେ ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟୋଦୟ ହେବା ମାତ୍ରେ ସଙ୍କେତ ଆସିବାର ଥିଲା। କିନ୍ତୁ ଏପର୍ଯ୍ୟନ୍ତ ସେଠାରୁ କୌଣସି ସଙ୍କେତ ଆସିପାରି ନାହିଁ। 

ଯଦି ଯନ୍ତ୍ରପାତି ଶୀତଳ ହୋଇଯାଇଛି ଅର୍ଥାତ୍ କମ୍ ତାପମାତ୍ରା କାରଣରୁ କାର୍ଯ୍ୟ କରୁନି ତେବେ, ଅଧିକ ଖରା ପଡ଼ିବା ପରେ ଏହା ପୁନର୍ବାର କାର୍ଯ୍ୟକ୍ଷମ ହେବାର ୫୦ ପ୍ରତିଶତ ସମ୍ଭାବନା ରହିଛି। ଯଦି ଏପରି ନହୁଏ, ତେବେ ଚନ୍ଦ୍ରଯାନ-୩ ଲକ୍ଷ୍ୟ ହାସଲ କରିସାରିଛି ବୋଲି ଧରି ନିଆଯିବ।

Advertisment

ଯଦି ଲ୍ୟାଣ୍ଡର ଓ ରୋଭର ପୁନର୍ଜୀବିତ ହୁଅନ୍ତି, ତେବେ ସେମାନଙ୍କର ବୈଜ୍ଞାନିକ ପରୀକ୍ଷଣ ପୁଣି ଜାରି ରହିବ ବୋଲି ସେ କହିଛନ୍ତି।

କହି ରଖୁଛୁ ଯେ, ଇସ୍ରୋ ଚନ୍ଦ୍ରଯାନ-୩ ମାଧ୍ୟମରେ ମହାକାଶକୁ ପଠାଇଥିବା ଅତ୍ୟାଧୁନିକ ଯନ୍ତ୍ରକୌଶଳ ମଧ୍ୟରେ ରହିଛି ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ। ଏହି ଦୁଇ ଯନ୍ତ୍ରପାତି ସମ୍ପୂର୍ଣ୍ଣ ସୌର ଚାଳିତ। ଚନ୍ଦ୍ରପୃଷ୍ଠରେ ରାତି ହେବା ପୂର୍ବରୁ ବୈଜ୍ଞାନିକମାନେ ଏହାକୁ ସ୍ଲିପ୍ ମୋଡ଼ରେ ରଖିଥିଲେ। ସେପ୍ଟେମ୍ବର ୨୨ରେ ସେଠାରେ ସୂର୍ଯ୍ୟକିରଣ ପଡ଼ିବା ପରେ ସେଗୁଡ଼ିକୁ ଆକ୍ଟିଭ୍ କରିବାକୁ ଚେଷ୍ଟା କରୁଛନ୍ତି, ମାତ୍ର ଉଭୟଙ୍କ ସହ ଯୋଗାଯୋଗ ହୋଇପାରୁ ନାହିଁ। 

ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରିଥିଲା ଚନ୍ଦ୍ରଯାନ-୩। ଏହି ସଫଳତା ପରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇ ପାରିଥିଲା। ଏଠାରେ ଅବତରଣ ପରେ ବିକ୍ରମ ଓ ଲ୍ୟାଣ୍ଡର ଦକ୍ଷିଣ ମେରୁର ତାପମାତ୍ରା ମାପିବା ସହ ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍, ଟାଇଟାନିୟମ୍, ମାଙ୍ଗାନିଜ୍, ସିଲିକନ୍ ଏବଂ ଅମ୍ଳଜାନ ଭଳି ଖଣିଜ ପଦାର୍ଥ ଥିବା ମଧ୍ୟ ଜାଣିବାକୁ ପାଇଥିଲେ। ଚନ୍ଦ୍ରପୃଷ୍ଠିରେ ରାତି ପାହିବା ପରେ ଆଉ କିଛି ତଥ୍ୟ ଜାଣିବା ନେଇ ଆଶା କରାଯାଉଥିଲା। 

ISRO Chandrayaan-3 Moon Pragyan Vikram Moon Mission