Advertisment

ଜୈବିକ ଯୁଦ୍ଧ ପାଇଁ ହାତ ମିଳାଇଛନ୍ତି ଚୀନ୍ ଆଉ ପାକିସ୍ତାନ!

ଉହାନ ଲ୍ୟାବରେ ପରୀକ୍ଷା ହେଉଛି ଆଉ ଏକ ଜୈବିକ ଭୂତାଣୁ ପାକିସ୍ତାନର ପ୍ରତିରକ୍ଷା ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା କରୁଛି ସହଯୋଗ ଜିନ୍‌ ପିଙ୍ଗଙ୍କ ବିଆରଆଇ ପ୍ରକଳ୍ପ ଅଧୀନରେ ପରୀକ୍ଷା ହେଉଛି ପାଥୋଜେନ୍ ଅଷ୍ଟ୍ରେଲିଆର ବିଶେଷଜ୍ଞ ଟିମ୍ ଦି କ୍ଲେକ୍ସନ ରିପୋର୍ଟରେ କଲା ଖୁଲାସା ବେଜିଂ: ଚୀନର ଯେଉଁ ଉହାନ ଇନଷ୍ଟିଚ୍ୟୁଟରୁ କରୋନା ଭାଇରସ ତିଆରି ହୋଇଛି ବୋଲି କୁହାଯାଉଛି ସେହି ଲ୍ୟାବରୁ ଏବେ ଆଉ ଏକ ଜୈବିକ ଭାଇରସ ଉପରେ ଗବେଷଣା ଚାଲିଛି। ଏଥିପାଇଁ ପାକିସ୍ତାନ […]

ଅଦ୍ୟତନ ହୋଇଛି
ଜୈବିକ ଯୁଦ୍ଧ ପାଇଁ ହାତ ମିଳାଇଛନ୍ତି ଚୀନ୍ ଆଉ ପାକିସ୍ତାନ!

china-pakistan-jointly-test-deadly-pathogens

Advertisment
  • ଉହାନ ଲ୍ୟାବରେ ପରୀକ୍ଷା ହେଉଛି ଆଉ ଏକ ଜୈବିକ ଭୂତାଣୁ
  • ପାକିସ୍ତାନର ପ୍ରତିରକ୍ଷା ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା କରୁଛି ସହଯୋଗ
  • ଜିନ୍‌ ପିଙ୍ଗଙ୍କ ବିଆରଆଇ ପ୍ରକଳ୍ପ ଅଧୀନରେ ପରୀକ୍ଷା ହେଉଛି ପାଥୋଜେନ୍
  • ଅଷ୍ଟ୍ରେଲିଆର ବିଶେଷଜ୍ଞ ଟିମ୍ ଦି କ୍ଲେକ୍ସନ ରିପୋର୍ଟରେ କଲା ଖୁଲାସା
Advertisment

ବେଜିଂ: ଚୀନର ଯେଉଁ ଉହାନ ଇନଷ୍ଟିଚ୍ୟୁଟରୁ କରୋନା ଭାଇରସ ତିଆରି ହୋଇଛି ବୋଲି କୁହାଯାଉଛି ସେହି ଲ୍ୟାବରୁ ଏବେ ଆଉ ଏକ ଜୈବିକ ଭାଇରସ ଉପରେ ଗବେଷଣା ଚାଲିଛି। ଏଥିପାଇଁ ପାକିସ୍ତାନ ମଧ୍ୟ ପାଞ୍ଚ ବର୍ଷ ପୂର୍ବରୁ ସହଯୋଗ କରୁଛି। ଯାହାକି ଏବେ ଚିନ୍ତାର ବିଷୟ।

ଖବର ସରବରାହ ସଂସ୍ଥା ଆଇଏଏନଏସର ରିପୋର୍ଟ ଅନୁଯାୟୀ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଡ୍ରିମ୍ ପ୍ରୋଜେକ୍ଚ ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ) ଅଧିନରେ ଚୀନ୍‌ର ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଏବଂ ପାକିସ୍ତାନୀ ସେନାର ପ୍ରତିରକ୍ଷା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଂସ୍ଥା ପାଥୋଜେନ ସମେତ ସମ୍ଭାବ୍ୟ ଜୈବିକ ଯୁଦ୍ଧକୁ ବିସ୍ତାର କରିବା ପାଇଁ ମାରାତ୍ମକ ପଦ୍ଧତି ଉପରେ ପରୀକ୍ଷା କରୁଛନ୍ତି ବୋଲି ଜଣାପଡ଼ିଛି।

Advertisment

ପାଥୋଜେନ୍ ହେଉଛି ଏକ ପ୍ରକାର ଭାଇରସ। ମଣିଷ ଏବଂ ଜୀବମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ରୋଗଗୁଡିକ ପାଥୋଜେନିକ୍ ରୋଗ ଭାବରେ ମଧ୍ୟ ଜଣାଶୁଣା।

ଅଷ୍ଟ୍ରେଲିଆ ବିଶେଷଜ୍ଞର ଏକ ଟିମ୍ ଦି କ୍ଲେକ୍ସନ୍ ଚଳିତ ବର୍ଷ ଅଗଷ୍ଟରେ ଏକ ସ୍ୱତନ୍ତ୍ର ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ କୁହାଯାଇଛି ପାକିସ୍ତାନର ବିଶେଷଜ୍ଞମାନେ ଘାତକ ପଶୁଙ୍କ ଉପରେ ଗବେଷଣା କରୁଛନ୍ତି। ଏହି ପଶୁମାନଙ୍କ ଦ୍ୱାରା କିଭଳି ମଣିଷ ଭାଇରସ ଜରିଆରେ ସଂକ୍ରମିତ ହୋଇପାରିବେ ସେ ନେଇ ଗବେଷଣା କରୁଛନ୍ତି ପାକିସ୍ତାନୀ ବିଶେଷଜ୍ଞ। ଏହି ଗବେଷଣାରେ ୭୦୦୦ରୁ ଅଧିକ ପାକିସ୍ତାନୀ କୃଷକ, ପଶୁପାଳକ ଏବଂ ଅନ୍ୟମାନେ ଏହି ପଶୁ-ମାନବ ରୋଗ ସମ୍ବନ୍ଧରେ ବିସ୍ତୃତ ଗବେଷଣା କରୁଛନ୍ତି। ୨୮୦୦ରୁ ଅଧିକ ଓଟ ଏବଂ ଅନ୍ୟାନ୍ୟ ପ୍ରାଣୀ ମଧ୍ୟ ଏଥିରେ ସାମିଲ୍ ଅଛନ୍ତି।

ରିପୋର୍ଟକୁ ଆଉ ଟିକିଏ ବ୍ୟାପକ ଭାବରେ ବୁଝାଇ କୁହାଯାଇଛି ଯେ, ଚୀନର ଉହାନର ବୈଜ୍ଞାନିକମାନେ ପାକିସ୍ତାନକୁ ଏଥିପାଇଁ ସହଯୋଗ କରୁଛନ୍ତି। ୨୦୧୫ ଠାରୁ ପାକିସ୍ତାନର ରାୱଲପିଣ୍ଡିରେ ଏହି ପରୀକ୍ଷା ଚାଲିଛି। ଜିଙ୍ଗ୍ ପିଙ୍ଗଙ୍କ ଡ୍ରିମ ପ୍ରୋଜେକ୍ଟ ବିଆରଆଇ ପ୍ରକଳ୍ପ ଅଧୀନରେ ଏହି ଜୈବିକ ଯୁଦ୍ଧ ଉପରେ ଗବେଷଣା ଚାଲିଛି।

ପୃଥିବୀରେ ମାରାତ୍ମକ ତଥା ସଂକ୍ରାମକ ଜୀବାଣୁ ରହିଛି। ପଶ୍ଚିମ ନୀଳ ଜୀବାଣୁ ଉପରେ ଅତି କମରେ ପାଞ୍ଚଟି ଗବେଷଣାର ରିପୋର୍ଟ ଅଷ୍ଟ୍ରେଲିଆର ବିଶେଷଜ୍ଞ ପ୍ରକାଶ କରିଛନ୍ତି। ଏମଇଆରଏସ-କରୋନା ଭାଇରସ, କ୍ରାଇମ-କଙ୍ଗୋ ହେମୋରାଜିକ୍ ଜ୍ୱର ଭାଇରସ, ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ ଭାଇରସ ଏବଂ ଚିକୁନଗୁନିଆ ଭାଇରସ ରହିଛି। ଏହି ସବୁ ଭାଇରସ ଡିସେମ୍ବର ୨୦୧୭ ରୁ ମାର୍ଚ୍ଚ ୯, ୨୦୨୦ ମଧ୍ୟରେ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି।

ଚୀନ୍ ଏବଂ ପାକିସ୍ତାନ ବିଶେଷଜ୍ଞମାନେ ଯେଉଁ ଗବେଷଣା କରୁଛନ୍ତି ସେଥି ମଧ୍ୟରେ ଏହି ସବୁ ଭାଇରସ ସାମିଲ୍ ଅଛି। ନିକଟରେ ଉହାନ ଲ୍ୟାବକୁ ଏହି ସବୁ ଭାଇରସ ଯୋଗାଇ ଦିଆଯାଇଥିବାରୁ ଲ୍ୟାବ ତରଫରୁ ଧନ୍ୟବାଦ ଦିଆଯାଇଥିଲା ବୋଲି କୁହାଯାଇଛି।

ଦୁଇ ଦେଶର ସରକାର ଏହି ଡିଲକୁ ଖଣ୍ଡନ କରିଛନ୍ତି। ହେଲେ ନିକଟରେ ପାକିସ୍ତାନ ସରକାର ଉହାନ ଲ୍ୟାବ ଏବଂ ନିଜ ଦେଶର ପ୍ରତିରକ୍ଷା ବିଭାଗ ମଧ୍ୟରେ ହୋଇଥିବା ଡିଲକୁ ସ୍ୱୀକାର କରିଛି।

କ୍ଲାକ୍ସନ୍ ବିଶେଷଜ୍ଞ କହିଛନ୍ତି ଯେ ଚୀନ୍-ପାକିସ୍ତାନ ଅର୍ଥନୀତିକ କରିଡର ଚୀନ୍‌ର ବେଲ୍ଟ ଏବଂ ରୋଡ୍ ଭିତ୍ତିଭୂମି ପ୍ରକଳ୍ପର ଏକ ପ୍ରମୁଖ ଅଂଶ। ୨୦୧୫ରେ ଜିଙ୍ଗ୍ ପିଙ୍ଗ୍ ଏହାର ଘୋଷଣା କରିଥିଲେ।

ବେଲ୍ଟ ଏବଂ ରୋଡ୍ ପ୍ରକଳ୍ପ ଉପରେ ଆମେରିକାର ପ୍ରତିବନ୍ଧକ ଲଗାଇଛି। ଏହି ପ୍ରକଳ୍ପ ଜରିଆରେ ଚୀନ୍ ପ୍ରଥମେ ଗରିବ ଦେଶକୁ କ୍ରମାଗତ ଭାବରେ ଋଣ ଯୋଗାଏ। ପରେ ଋଣ ଦେଇ ଚୀନ୍ ସେହି ଦେଶ ଗୁଡ଼ିକରେ ବ୍ୟବସାୟ ଆରମ୍ଭ କରେ। ଋଣ ସୁଝିନପାରିଲେ ଚୀନ୍ ସେହି ଦେଶକୁ ନିଜ ଅଧୀନକୁ ନେବା ପାଇଁ ଆରମ୍ଭ କରିଥାଏ ପ୍ରକ୍ରିୟା।

କ୍ଲାକ୍ସନ୍ ରିପୋର୍ଟରେ ଏକ ବିଶ୍ୱସ୍ତ ଗୁପ୍ତଚରଙ୍କ ତଥ୍ୟ ଉଦ୍ଧାର କରି କୁହାଯାଇଛି ଯେ, ଜୁଲାଇରେ ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଓ ପାକିସ୍ତାନର ବିଶେଷଜ୍ଞ ଟିମ୍ ମିଶି ଜୈବିକ ପରୀକ୍ଷା କରୁଛନ୍ତି। ପାଥୋଜେନ୍ ବୈଜ୍ଞାନିକମାନଙ୍କୁ ପାଥୋଜେନ ଏବଂ ବାୟୋ ଇନଫର୍ମାଟିକ୍ସ ଉପରେ ବ୍ୟାପକ ତାଲିମ ନେଉଛନ୍ତି। ଯାହାକୁ ସମ୍ଭାବ୍ୟ ଆକ୍ରମଣ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଆକଳନ କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe