Advertisment

ମହାକାଶରେ ପରିବା ଚାଷ କଲେ ବୈଜ୍ଞାନିକ

ଏହି ବଗିଚାରୁ ପିଆଜ ସଣ୍ଡା ଏବଂ ଚେରି ଟମାଟୋ ଉତ୍ପାଦନ ହୋଇଥିବା ଚୀନ୍ ମହାକାଶ ଅନୁସନ୍ଧାନ ସଂସ୍ଥାନ ରିପୋର୍ଟ ପ୍ରକାସ କରିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Space Farm

Space Farm

ମହାକାଶରେ ଆଉ ଏକ ଚମତ୍କାର କରି ଦେଖାଇଲେ ବୈଜ୍ଞାନିକ। ଚାଇନାର ମହାକାଶଚାରୀ ମହାକାଶରେ ତାଜା ପନିପରିବା ଅମଳ କରିବାରେ ସଫଳ ହୋଇଛନ୍ତି। ଶେନଜୋହୁ-16 ମିଶନରେ ଯାଇଥିବା ଚୀନ ମହାକାଶଚାରୀ ବା ଟାଇକୋନାଟ୍ସ, ଏହି ବିରଳ ସଫଳତା ହାସଲ କରିଛନ୍ତି।

Advertisment

ମେ' ୩୦ରେ ଜିଓକାନ୍ ସାଟେଲାଇଟ୍ ଲଞ୍ଚ ସେଣ୍ଟରରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସାମିଲ ସଦସ୍ୟମାନେ ଦୁଇଟି ପନିପରିବା ବଗିଚାର ଯତ୍ନ ନେଉଛନ୍ତି। ଏହି ବଗିଚାରୁ ପିଆଜ ସଣ୍ଡା ଏବଂ ଚେରି ଟମାଟୋ ଉତ୍ପାଦନ ହୋଇଥିବା ଚୀନ୍ ମହାକାଶ ଅନୁସନ୍ଧାନ ସଂସ୍ଥାନ ରିପୋର୍ଟ ପ୍ରକାସ କରିଛି।

ଶେନଜୋହୁ-16 ମିଶନ ଚୀନର ପଞ୍ଚମ ମାନବ ମିଶନ, ୨୦୨୧ରେ ଏହା ଆରମ୍ଭ ହୋଇଥିଲା। ଏହା ଚୀନର ଉଚ୍ଚାଭିଳାଷୀ ମହାକାଶ ଅନୁସନ୍ଧାନର ଏକ ଅଂଶ। ଏଥିରେ ଜିଙ୍ଗ ହାଇପେଙ୍ଗ, ଜୁ ୟାଙ୍ଗଜୁ ଏବଂ ଗୁଇ ହାଇଚାଓଙ୍କୁ ନେଇ ଗଠିତ ମହାକାଶଚାରୀ ଟିମ୍ ମହାକାଶକୁ ଯାଇଛନ୍ତି। ଗୁଇ ହାଇଚାଓ ଚୀନର ସମ୍ମାନଜନକ ମହାକାଶ ଅନୁସନ୍ଧାନ ଅନୁଷ୍ଠାନ ବେଇହାଙ୍ଗ ୟୁନିଭରସିଟିର ପ୍ରଫେସର ଅଛନ୍ତି। ସେ ହେଉଛନ୍ତି ଚୀନର ପ୍ରଥମ ନାଗରିକ ଭାବେ ମହାକାଶ ଯାତ୍ରା କରିଛନ୍ତି। 

Advertisment

ପନିପରିବା ବୃକ୍ଷରୋପଣ ପରୀକ୍ଷଣ ପାଇଁ ବ୍ୟବହୃତ ଚାଷ ଉପକରଣ ଚାଇନା ଜ୍ୟୋତିର୍ବିଜ୍ଞାନ ଅନୁସନ୍ଧାନ ଏବଂ ତାଲିମ କେନ୍ଦ୍ରର ଅନୁସନ୍ଧାନକାରୀ ପରିକଳ୍ପନା କରିଥିଲେ। ସ୍ପେଶ୍ ଫ୍ଲାଇଟରେ ଯାଇଥିବା ଏହି ଓପନ୍ ଷ୍ଟ୍ରକ୍ଚର୍ ସହିତ ଏହି ସରଳ ମଡ୍ୟୁଲାର୍ ଡିଭାଇସ୍ ତାପମାତ୍ରା, ଆର୍ଦ୍ରତା, ଅମ୍ଳଜାନ ଏବଂ କାର୍ବନ ଡାଇଅକ୍ସାଇଡକୁ ଆଡଜଷ୍ଟ(ସଜାଡିବା) କରେ ଏବଂ ପତ୍ର, ଫୁଲ ବୃଦ୍ଧି ପାଇଁ ଏକ ପରିବେଶ ସୃଷ୍ଟି କରେ। ମହାକାଶରେ ସଫଳତା ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ନୂଆ ଦିଶା ଦେଖାଇଛି।

ଶେନଜୋହୁ-16 କ୍ରୁ ସଦସ୍ମାନେ ସେମାନଙ୍କର ମିଶନ ଶେଷ କରି ଆସନ୍ତା ମାସରେ ପୃଥିବୀକୁ ଫେରିବାର କାର୍ଯ୍ୟକ୍ରମ ରହିଛି। ଫେରିବା ପୂର୍ବରୁ, ସେମାନେ ସେମାନଙ୍କର କୃଷି ବିଜ୍ଞାନ ଏବଂ ଅନୁସନ୍ଧାନ ଜାରି ରଖିବେ। ଏହା ମହାକାଶରେ ସ୍ଥାୟୀ ଜୀବନ ବା ମାନବର ବସବାସ କ୍ଷେତ୍ରରେ ସହଯୋଗ କରିବ।

ପୂର୍ବରୁ ଶୂନ୍ୟରେ ଫସଲର ବିକାଶ ଉପରେ ଅଧ୍ୟୟନ କରିବା ପାଇଁ ନାସା ଏବଂ ୟୁରୋପୀୟ ମହାକାଶଚାରୀମାନେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ପନିପରିବା ଚାଷ କରିବାରେ ସଫଳ ହୋଇଛନ୍ତି। 

Space Research Science Chinese Astronauts Harvest In Space Space Farm