Advertisment

କମୁଛି ପୃଥିବୀର ଘୂରିବା ବେଗ!

ଗ୍ଲୋବାଲ୍ ୱାର୍ମିଂ ବା ଜଳବାୟୁ ପରିବର୍ତ୍ତନ କାରଣରୁ ତରଳି ଯାଉଛି ମେରୁ ବରଫ।

author-image
Debibandita Barick
ଅଦ୍ୟତନ ହୋଇଛି
Earth

Earth

ବୈଜ୍ଞାନିକମାନେ ଗ୍ଲୋବାଲ୍ ୱାର୍ମିଂ ବା ଜଳବାୟୁ ପରିବର୍ତ୍ତନର ଆଉ ଏକ ନକାରାତ୍ମକ ଦିଗ ଚିହ୍ନଟ କରିଛନ୍ତି। ଏହି କାରଣରୁ ପୃଥିବୀର ଘୂର୍ଣ୍ଣନ ବେଗ ମନ୍ଥର ହୋଇ ଯାଉଥିବା ଜାଣିବାକୁ ପାଇଛନ୍ତି ଅନୁସନ୍ଧାନକାରୀ। ନେଚର୍ ଜିଓସାଇନ୍ସରେ ଏହି ଅଧ୍ୟୟନର ଫଳାଫଳ ପ୍ରକାଶ ପାଇଛି।

Advertisment

ଅଧ୍ୟୟନ ଅନୁସାରେ, ଗ୍ଲୋବାଲ୍ ୱାର୍ମିଂ କାରଣରୁ ପୃଥିବୀ ଧୀରେ ଧୀରେ ଘୂର୍ଣ୍ଣନ କରୁଛି। ଏହାର ମୁଖ୍ୟ କାରଣ ହେଉଛି ତାପମାତ୍ରା ବୃଦ୍ଧି। ଏହି କାରଣରୁ ମେରୁ ବରଫ ତରଳି ଯାଉଛି। ମେରୁ ବରଫ ତରଳିବା ଫଳରେ ବିଷୁବ ଅଞ୍ଚଳକୁ ଜଳ ପ୍ରବାହିତ ହେଉଛି, ଯାହା ଗ୍ରହର ମାସ୍ ଡିଷ୍ଟ୍ରିବୁସନ ବା ବସ୍ତୁତ୍ୱ ବଣ୍ଟନକୁ ପରିବର୍ତ୍ତନ କରିବା ସହ ଘୂର୍ଣ୍ଣନକୁ ଧୀର କରି ଦେଉଛି। ଏହି କାରଣରୁ ଦିନ ସାମାନ୍ୟ ଲମ୍ବା ହୋଇ ଯାଉଛି।

ଅଧ୍ୟୟନର ଲେଖକ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ସ୍କ୍ରିପ୍ସ ଇନଷ୍ଟିଚ୍ୟୁସନ୍ ଅଫ୍ ଓସେନୋଗ୍ରାଫିର ଭୂଭୌତିକବିତ୍ ଡଙ୍କନ୍ ଏଗ୍ନ୍ୟୁ କହିଛନ୍ତି ଯେ, ପୋଲାର୍ ଆଇସ୍ ବା ମେରୁ ବରଫ ତରଳିବା କାରଣରୁ ପୃଥିବୀର ଘୂର୍ଣ୍ଣନ ଗତି ମନ୍ଥର ହୋଇ ଯାଉଛି। ଏହି ପରିବର୍ତ୍ତନ, ଗ୍ରହର କୋଣୀୟ ବେଗକୁ ପ୍ରଭାବିତ କରିଥାଏ। ପୋଲାର ବରଫ ତରଳି ଯାଉଥିବାରୁ ପୃଥିବୀର ଇକ୍ୟୁଏଟର ଚାରିପାଖରେ ଦ୍ରବ୍ୟମାନ ବୃଦ୍ଧି ପାଉଛି, ଯାହା ଗ୍ରହର ଘୂର୍ଣ୍ଣନ ବେଗକୁ ପ୍ରଭାବିତ କରିଥାଏ।

Advertisment

ସୂଚନାଯୋଗ୍ୟ ଯେ, ଲକ୍ଷ ଲକ୍ଷ ବର୍ଷ ଧରି ପୃଥିବୀର ଘୂର୍ଣ୍ଣନ ମନ୍ଥର ହୋଇଚାଲିଛି। ପୋଲିଓସିଓନୋଗ୍ରାଫି ଏବଂ ପୋଲିୟୋକ୍ଲାଇମେଟୋଲୋଜିରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ପ୍ରାୟ ୭୦ ନିୟୁତ ବର୍ଷ ପୂର୍ବେ ଦିନ ଛୋଟ ଥିଲା, ଯେତେବେଳେ ଦିନ ୨୩.୫ ଘଣ୍ଟା ଧରି ଚାଲିଥିଲା। 

ତେବେ ଜଳବାୟୁ ପରିବର୍ତ୍ତନ ଦିନକୁ ଦିନ କେତେ ମାରାତ୍ମକ ହେଉଛି ତାହା ଦର୍ଶାଇଛନ୍ତି ବୈଜ୍ଞାନିକ। ତେଣୁ ପୃଥିବୀର ସୁରକ୍ଷା ପାଇଁ ବର୍ତ୍ତମାନଠୁ ସଚେତନ ହେବାର ଆବଶ୍ୟକତା ରହିଛି। 

Climate Change Global Warming Polar Ice Earth Rotation