Advertisment

ଆକାଶରେ ଦେଖାଯାଉଛି ୮୦ ହଜାର ବର୍ଷ ତଳର ଧୂମକେତୁ, କେମିତି ଦେଖିବେ ଜାଣନ୍ତୁ

ଭାରତ ଆକାଶରେ ୮୦ ହଜାର ବର୍ଷ ତଳର ଧୂମକେତୁ ଦେଖାଯାଉଛି।

author-image
Debibandita Barick
ଅଦ୍ୟତନ ହୋଇଛି
Comet

Comet

ଭାରତ ଆକାଶରେ ଆଉ ଏକ ମହାଜାଗତିକ ଦୃଶ୍ୟ ଦୃଶ୍ୟମାନ ହେଉଛି। ୮୦ ହଜାର ବର୍ଷ ତଳର ଏକ ଉଲକା ବା ଧୂମକେତୁକୁ ଆକାଶରେ ଦେଖିବାକୁ ମିଳୁଛି। ଏଇ କିଛି ଦିନ ହେବ ସକାଳ ସମୟରେ ଆକାଶରେ ଏହି ଧୂମକେତୁ ଦେଖାଯାଉଛି, ଯାହା ଏକ ରଙ୍ଗୀନ ପ୍ରାକୃତିକ ଦୃଶ୍ୟ ପ୍ରଦାନ କରୁଛି।

Advertisment

ଏହି ଧୂମକେତୁର ନାମ  Comet C/2023A3 (Tsuchinshan ATLAS)। ଜାନୁୟାରୀ ୨୦୨୩ରେ ଏହି ଧୂମକେତୁ ଆବିଷ୍କୃତ ହୋଇଥିଲା। ଚଳିତ ବର୍ଷ ସେପ୍ଟେମ୍ବର ୨୮ରେ ଏହା ସୂର୍ଯ୍ୟ (ପେରିହେଲିଅନ୍) ନିକଟରେ ପହଞ୍ଚିଥିଲା। ବର୍ତ୍ତମାନ ଏହା ସୂର୍ଯ୍ୟଙ୍କ ନିକଟରୁ ଦୂରକୁ ଦୂରକୁ ଯାଉଥିବାରୁ ପୃଥିବୀକୁ ସ୍ପଷ୍ଟ ଭାବେ ଦେଖାଯାଉଛି। 

ପାହାନ୍ତି ଆକାଶରେ ଏହି ଦୃଶ୍ୟ ଖୁବ୍ ମନ୍ତ୍ରମୁଗ୍ଧକର ଦେଖାଯାଉଛି। ଅନେକ ଲୋକ ଏହାର ଫଟୋ ଉଠାଇ ବିଭିନ୍ନ ସୋଶାଲ ମିଡିଆରେ ପୋଷ୍ଟ କରୁଛନ୍ତି। ତେବେ ଏହି ସୁନ୍ଦର ଦୃଶ୍ୟକୁ କିପରି ଦେଖିବେ, ଜାଣନ୍ତୁ...

Advertisment

ଏ ବିରଳ ଦୃଶ୍ୟର ମୂକସାଖୀ ହେବାର ସର୍ବୋତ୍ତମ ସମୟ ହେଉଛି ସୂର୍ଯ୍ୟୋଦୟ ପୂର୍ବର ସମୟ। ପାହାନ୍ତିଆରୁ ସକାଳ ହେବା ପର୍ଯ୍ୟନ୍ତ ଏହି ଦୃଶ୍ୟକୁ ଦେଖିପାରିବେ। ଅର୍ଥାତ୍ ସୂର୍ଯ୍ୟ ଉଦୟ ପୂର୍ବରୁ ଖାଲି ଆଖିରେ ଆକାଶରେ Comet C/2023A3କୁ ଦେଖିବାର ସୁଯୋଗ ରହିଛି। 

ସୂର୍ଯ୍ୟୋଦୟ ପୂର୍ବରୁ କେବଳ ଆକାଶକୁ ଦେଖିଲେ ଏ ଦୃଶ୍ୟ ଦେଖି ପାରିବେନି। ଏଥିପାଇଁ ପୂର୍ବ ଆକାଶକୁ ଦେଖନ୍ତୁ। ଯଦି ଆଲୋକିତ ଅଞ୍ଚଳରେ ଥାଆନ୍ତି କିମ୍ବା ଉଚ୍ଚ ଅଟ୍ଟାଳିକା ଥାଏ, ତେବେ ସେଠାରୁ ଦୂରେଇ ଅନ୍ଧାରିଆ ସ୍ଥାନରୁ ପୂର୍ବ ଆକାଶକୁ ଦେଖିଲେ ଏହି ଧୂମକେତୁକୁ ଦେଖିପାରିବେ। 

Sky ଆକାଶର ଦୃଶ୍ୟ

ଖାଲି ଆଖିରେ ଏହାକୁ ଦେଖିପାରିବେ। ଯଦି ବାଇନୋକୁଲାର କିମ୍ବା ଛୋଟ ଟେଲିସ୍କୋପ ଥାଏ, ତେବେ ଆହୁରି ସ୍ପଷ୍ଟ ଭାବେ ଦେଖିପାରିବେ। 

ଅକ୍ଟୋବର ଆରମ୍ଭରେ ଧୂମକେତୁ ଆହୁରି ସ୍ପଷ୍ଟ ଦେଖାଯିବାର ସମ୍ଭାବନା ରହିଛି। ସେହିପରି ଅକ୍ଟୋବରର ମଧ୍ୟଭାଗରେ ସୂର୍ଯ୍ୟାସ୍ତ ପରେ ଏହା ସନ୍ଧ୍ୟା ଆକାଶରେ ଦୃଶ୍ୟମାନ ହେବ। କିନ୍ତୁ ଏହାର ମ୍ୟାଗ୍ନିଚୁଡ୍ ହ୍ରାସ ପାଇପାରେ। 

Earth Environment Comet