Advertisment

କମ ଦାମରେ ଆୟୁର୍ବେଦର କୋଭିଡ ଚିକିତ୍ସା, କେନ୍ଦ୍ରର ହଁ’କୁ ଅପେକ୍ଷା

ବେଙ୍ଗାଲୁରୁ: ଆୟୁର୍ବେଦ ଏବଂ ଆଧୁନିକ ଜ୍ଞାନ କୌଶଳର ମିଳିତ ଉଦ୍ୟମରେ ଏକ ରୋଲ୍ ଅନ୍ (ଲିକ୍ୟୁଡ୍ ବାମ) ତିଆରି ହୋଇଛି। ଏହି ରୋଲ୍ ଅନର କ୍ଲିନିକାଲ ଟ୍ରାଏଲ ୯୯.୯୯୯ ପ୍ରତିଶତ ସଫଳତା ରହିଛି। ଏହା କର୍ଣ୍ଣାଟକର ଆୟୁଷ ବିଭାଗର ଅନୁମତି କ୍ରମେ ତିଆରି ହୋଇଛି। ଯଦି କେନ୍ଦ୍ର ସରକାର ଏହାକୁ ଅନୁମତି ଦେବେ ତାହେଲ କୋଭିଡ ଚିକିତ୍ସାରେ ଏକ ବଡ଼ ସଞ୍ଜିବନୀ ଲୋକଙ୍କୁ ମିଳିବ ବୋଲି ଆଶା କରାଯାଉଛି। ରାଜ୍ୟର ନୂତନ ଲାବ (ଏକ ଆୟୁର୍ବେଦିକ ଷ୍ଟାର୍ଟ […]

author-image
Subhransu Sekhar
କମ ଦାମରେ ଆୟୁର୍ବେଦର କୋଭିଡ ଚିକିତ୍ସା, କେନ୍ଦ୍ରର ହଁ’କୁ ଅପେକ୍ଷା

COVIRAKSHA

ବେଙ୍ଗାଲୁରୁ: ଆୟୁର୍ବେଦ ଏବଂ ଆଧୁନିକ ଜ୍ଞାନ କୌଶଳର ମିଳିତ ଉଦ୍ୟମରେ ଏକ ରୋଲ୍ ଅନ୍ (ଲିକ୍ୟୁଡ୍ ବାମ) ତିଆରି ହୋଇଛି। ଏହି ରୋଲ୍ ଅନର କ୍ଲିନିକାଲ ଟ୍ରାଏଲ ୯୯.୯୯୯ ପ୍ରତିଶତ ସଫଳତା ରହିଛି। ଏହା କର୍ଣ୍ଣାଟକର ଆୟୁଷ ବିଭାଗର ଅନୁମତି କ୍ରମେ ତିଆରି ହୋଇଛି। ଯଦି କେନ୍ଦ୍ର ସରକାର ଏହାକୁ ଅନୁମତି ଦେବେ ତାହେଲ କୋଭିଡ ଚିକିତ୍ସାରେ ଏକ ବଡ଼ ସଞ୍ଜିବନୀ ଲୋକଙ୍କୁ ମିଳିବ ବୋଲି ଆଶା କରାଯାଉଛି।

Advertisment

ରାଜ୍ୟର ନୂତନ ଲାବ (ଏକ ଆୟୁର୍ବେଦିକ ଷ୍ଟାର୍ଟ ଅପ୍ କମ୍ପାନୀ) ଏବଂ ଆଇଆଇଏସସି ବେଙ୍ଗାଲୁରୁର ମିଳିତ ଉଦ୍ୟମରେ ତିଆରି ହୋଇଛି 'କୋଭିରକ୍ଷ'। ଏହି ରୋଲ୍ ଅନ୍ ଜଣେ ସଂକ୍ରମଣରୁ ବର୍ତ୍ତିବା ପାଇଁ ବ୍ୟବହାର କରିପାରିବ, ସଂକ୍ରମିତ ହୋଇଥିଲେ ମଧ୍ୟ ବ୍ୟବହାର କରିପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଏହି କୋଭିରକ୍ଷାକୁ କୋଭିଡରେ ସଂକ୍ରମିତ ହୋଇନଥିବା ୧୦ ହଜାର ଲୋକଙ୍କ କ୍ଷେତ୍ରରେ ପରୀକ୍ଷା କରାଯାଇଥିଲା। ଏହି ରୋଲ୍ ଅନକୁ ଲଗାଇବା ପରେ ଗବେଷଣା ରିପୋର୍ଟରେ କୁହାଯାଇଛି ଏହା ନିଃଶ୍ୱାସ ପ୍ରଶ୍ୱାସ ସମସ୍ୟାକୁ ଦୂର କରେ, ଗଳା ଏବଂ କାଶ ସମସ୍ୟାକୁ ଦୂର କରିବା ସହିତ ଶରୀରରେ ଅକ୍ସିଜେନର ସନ୍ତୁଳନ ରକ୍ଷା କରୁଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Advertisment

କମ୍ପାନୀ କହିଛି ଏବେ ଏହି ରୋଲ୍ ଅନ ତିଆରି କରିବାକୁ କମ୍ପାନୀ ପ୍ରସ୍ତୁତ ଅଛି। ଅପେକ୍ଷା କେନ୍ଦ୍ରର ଅନୁମତିକୁ। ବଜାରରେ ଏବେ ଏହି ୧୦ ମିଲିମିଟର ରୋଲ ଅନର ଦାମ ୧୮ ପ୍ରତିଶତ ଜିଏସଟି ସହିତ ୩୦୦ରୁ ୩୫୦ ଟଙ୍କା ରହିବ। ଯଦି ଏହା ଅଧିକରୁ ଅଧିକ ଉତ୍ପାଦନ ହେବ ତାହେଲେ ଏହାର ଦାମ ୨୦ରୁ ୩୦ ପ୍ରତିଶତ କମିଯିବ। ଅର୍ଥାତ୍ ଏହାର ଦାମ ୨୦୦ ଟଙ୍କାକୁ ଖସି ଆସିବ।

ନୂତନ ଲାବ କହିଛି ଏହି କୋଭିରକ୍ଷ ରୋଲ୍ ଅନରେ କୋଭିଡର ସମସ୍ତ ପ୍ରକାର ଭେରିଆଣ୍ଟ ବିରୋଧରେ ଲଢ଼େଇ କରିପାରିବାର ଦକ୍ଷତା ରହିଛି। ଏହା କୋଭିଡ ସହିତ ବ୍ଲାକ ଫଙ୍ଗସରୁ ମଧ୍ୟ ଦୂରେଇ ରଖିପାରିବ। ଯଦି କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିବେ ତାହେଲେ ଏହାକୁ ଗାଁରୁ ଗ୍ଲୋବ ସବୁଠି ଉପଲବ୍ଧ କରାଇବାକୁ କମ୍ପାନୀ ଲକ୍ଷ୍ୟ ରଖିଥିବା କହିଛି। ଯଦି କେନ୍ଦ୍ର ସରକାର ଏହି ରୋଲ ଅନକୁ ଅନୁମତି ଦେବ ତାହେଲେ କୋଭିଡ ଚିକିତ୍ସାରେ ଦୁନିଆର ପ୍ରଥମ ରୋଲ୍ ଅନ୍ ହେବ।