ଝାଡ଼ା, ବାନ୍ତି ହେଉଥିଲେ ସାବଧାନ...ହୋଇପାରେ ଓମିକ୍ରନ୍‌

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା ମାହାମାରୀ। ତା’ସହ ତାଳ ଦେଇ ବଢ଼ି ଚାଲିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ଭୂତାଣୁ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଓମିକ୍ରନ୍‌ର ପ୍ରତିଟି ଲକ୍ଷଣ ବିଷୟରେ କହୁଛନ୍ତି। ଓମିକ୍ରନ୍‌ର ଲକ୍ଷଣ ଡେଲ୍ଟା ଭାରିଏଣ୍ଟ ଠା କିଛିଟା ଭିନ୍ନ। ଓମିକ୍ରନ୍‌ରେ ଆକ୍ରାନ୍ତ ରୋଗୀଙ୍କ ଠାରେ ଜ୍ୱର, କାଶ, ଥଣ୍ଡା, ଗଳା ଯନ୍ତ୍ରଣା, ଭୋକ ନହେବା ଆଦି ସମସ୍ୟା ଦେଖାଦେଉଛି। କିନ୍ତୁ ଏସବୁ ପରେ ବି ଓମିକ୍ରନ୍‌ର ଆଉ ଏକ ଲକ୍ଷଣ ଏବେ […]

Omicron-1

Madhupriya Mistry
  • Published: Thursday, 13 January 2022
  • , Updated: 13 January 2022, 12:13 PM IST

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା ମାହାମାରୀ। ତା'ସହ ତାଳ ଦେଇ ବଢ଼ି ଚାଲିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ଭୂତାଣୁ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଓମିକ୍ରନ୍‌ର ପ୍ରତିଟି ଲକ୍ଷଣ ବିଷୟରେ କହୁଛନ୍ତି। ଓମିକ୍ରନ୍‌ର ଲକ୍ଷଣ ଡେଲ୍ଟା ଭାରିଏଣ୍ଟ ଠା କିଛିଟା ଭିନ୍ନ। ଓମିକ୍ରନ୍‌ରେ ଆକ୍ରାନ୍ତ ରୋଗୀଙ୍କ ଠାରେ ଜ୍ୱର, କାଶ, ଥଣ୍ଡା, ଗଳା ଯନ୍ତ୍ରଣା, ଭୋକ ନହେବା ଆଦି ସମସ୍ୟା ଦେଖାଦେଉଛି। କିନ୍ତୁ ଏସବୁ ପରେ ବି ଓମିକ୍ରନ୍‌ର ଆଉ ଏକ ଲକ୍ଷଣ ଏବେ ସାମ୍ନାକୁ ଆସିଛି। ଏହି ଭୂତାଣୁ ଆପଣଙ୍କ ପେଟକୁ ମଧ୍ୟ ପ୍ରଭାବିତ କରୁଛି।

ଯଦି ଆପଣ ବିନା ଜ୍ୱରରେ ବି ବାନ୍ତି ଏବଂ ପେଟ ଯନ୍ତ୍ରଣା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଓମିକ୍ରନ୍ ସଂକ୍ରମଣ ହୋଇପାରେ। ଯଦି ଆପଣଙ୍କର ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା କିମ୍ବା ଜ୍ୱର ବିନା ପେଟରେ ସମସ୍ୟା ଥାଏ, ତେବେ ଆପଣ ବିଳମ୍ବ ନକରି କରୋନା ପରୀକ୍ଷା କରିବା ଉଚିତ୍। ଏହି ନୂଆ ଷ୍ଟ୍ରେନ୍‌ରେ ଅଧିକାଂଶ ଲୋକଙ୍କ ପେଟ ଜନିତ ସମସ୍ୟା ଦେଖାଦେଇଛି। ଏହି ଲକ୍ଷଣଗୁଡିକ ଟିକା ନେଇସାରିଥିବା ଲୋକମାନଙ୍କଠାରେ ମଧ୍ୟ ଦେଖିବାକୁ ମିଳୁଛି।  କୋଭିଡ-୧୯ ର କିଛି ନୂଆ ଲକ୍ଷଣ ମଧ୍ୟରେ ବାନ୍ତି, ପେଟ ଯନ୍ତ୍ରଣା, ଭୋକ ନ ହେବା ଏବଂ ଝାଡ଼ା ଭଳି ଲକ୍ଷଣ ସାମିଲ ରହିଛି।

ଗୁଡଗାଓଁ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟର ନିର୍ଦ୍ଦେଶକଙ୍କ କହିବା ମୁତାବକ, କିଛି ଲୋକଙ୍କ ଠାରେ ପ୍ରାରମ୍ଭରେ ଥଣ୍ଡା ଜ୍ୱର ନହୋଇ କେବଳ ପେଟ ସମସ୍ୟା ଅନୁଭବ ହୋଇପାରେ। ଓମିକ୍ରନ୍‌ ଯୋଗୁଁ ପେଟର ଉପର ଭାଗରେ ଥିବା ପତଳା ଝିଲ୍ଲି ତଥା ମ୍ୟୁକୋସା ସଂକ୍ରମିତ ହୋଇଯାଏ। ଏଥିଯୋଗୁଁ ପେଟର ସେହି ଅଂଶଟି ଫୁଲି ଯାଏ। ବିଶେଷଜ୍ଞମାନେ କହିଛନ୍ତି ଯେ ଯେଉଁ ଲୋକମାନେ ଟିକାର ଉଭୟ ଡୋଜ୍‌ ନେଇସାରିଛନ୍ତି ସେମାନେ ମଧ୍ୟ ଏହି ପେଟ ସମ୍ବନ୍ଧୀୟ ସମସ୍ୟା ସହ ସମ୍ମୁଖୀନ ହେଉଛନ୍ତି। ତେବେ ଏହି ଲକ୍ଷଣ ଗମ୍ଭୀର ନୁହେଁ ଏବଂ ଚିନ୍ତା କରିବାର କିଛି ନାହିଁ।

ଲକ୍ଷଣ ଦେଖାଦେଲେ କ'ଣ କରିବେ?

ବିଶେଷଜ୍ଞଙ୍କ କହିବା ମୁତାବକ, ପେଟରେ ଯନ୍ତ୍ରଣା, ବାନ୍ତି, ଛଶଡ କିମ୍ବା ଭୋକ ନଲାଗିବା ଭଳି ତଥା ସାମାନ୍ୟ ଜ୍ୱର ଅନୁଭବ କଲେ ତୁରନ୍ତ ନିଜକୁ ଆଇସୋଲେଟ କରନ୍ତୁ। ବିନା ଡାକ୍ତରଙ୍କ ପରାମର୍ଶରେ କୌଣସି ମଧ୍ୟ ଔଷଧ ଗ୍ରହଣ କରନ୍ତୁ ନାହିଁ। ପ୍ରଚୁର ମାତ୍ରାରେ ପାଣି ପିଇବା ସହ ହାଲକା ଖାନ୍ୟ ଖାଆନ୍ତୁ ଓ ପ୍ରର୍ଯ୍ୟାପ୍ତ ମାତ୍ରାରେ ଶୋଇବାକୁ ଚେଷ୍ଟା କରନ୍ତୁ। ଏହି ସମୟରେ ମସଲା ଯୁକ୍ତ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଏଥିସଦ ମଦ୍ୟପାନଠାରୁ ମଧ୍ୟ ପୂରାପୁରି ଦୂରେଇ ରୁହନ୍ତୁ। ସାମାନ୍ୟ ଲକ୍ଷଣ ଥିଲେ ଜମାରୁ ବି ଭୟଭୀତ ହୁଅନ୍ତୁ ନାହିଁ।

ଓମିକ୍ରନ୍‌ରେ ସଂକ୍ରମିତ ରୋଗୀ ସଫାସୁତୁରା ଉପରେ ପୂରା ଧ୍ୟାନ ରଖିବା ଉଚିତ। ଓମିକ୍ରନ୍‌ ଆକ୍ରାନ୍ତମାନେ ସତେଜ ଖାଦ୍ୟ ଖାଇବା ଆବଶ୍ୟକ। ବାହାର ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଏଥିସହ କରୋନା ପ୍ରଟୋକଲକୁ ଭଲଭାବେ ପାଳନ କରିବା ଉଚିତ। ଆଇସୋଲେସନର ଅବଧି ପୂରଣ ହେବା ପରେ ହିଁ ଘରୁ ବାହାରକୁ ବାହାରନ୍ତୁ।

Related story