Advertisment

ଦନ୍ତା ହାତୀର ମୃତଦେହ ଠାବ

ଗତ ୮ ବର୍ଷ ମଧ୍ୟରେ ରାଜ୍ୟରେ ୬୯୮ଟି ହାତୀଙ୍କ ମୃତ୍ୟୁ ଘଟିଛି।

author-image
Jitendra Garnayak
Elephant

Elephant

ଯାଇଛି ଆଉ ଏକ ହାତୀର ଜୀବନ। ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ଓରାଘାଟ ଗାଁର ପାରମସାହିରେ ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି।

Advertisment

ହାତୀଟିର କେମିତି ମୃତ୍ୟୁ ହେଲା, ତାହା ଜଣାପଡ଼ିନି। ଶବ ବ୍ୟବଚ୍ଛେଦ ପରେ ତା’ର ମୃତ୍ୟୁର କାରଣ ସଂପର୍କରେ ଜଣାପଡ଼ିବ। ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛନ୍ତି। ୨୦୨୧ ମସିହାରେ ଏହି ସମାନ ସ୍ଥାନରେ ଠାବ ହୋଇଥିଲା ଏକ ଦନ୍ତା ହାତୀର ମୃତଦେହ।

ନିକଟରେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଥିଲେ ଯେ, ୨୦୧୫-୧୬ରୁ ୨୦୨୩-୨୪ (୨୫.୦୯.୨୦୨୩) ମସିହା ସୁଦ୍ଧା ରାଜ୍ୟରେ ୬୯୮ଟି ହାତୀଙ୍କର ମୃତ୍ୟୁ ଘଟିଛି। ବିଭିନ୍ନ ରୋଗ, ବିଦ୍ୟୁତ୍ ଆଘାତ, ରେଳ ଦୁର୍ଘଟଣା, ଶିକାର ଓ ବିଷ ପ୍ରୟୋଗ ଇତ୍ୟାଦି ବିଭିନ୍ନ କାରଣ ଯୋଗୁ ଏହି ହାତୀମାନଙ୍କର ମୃତ୍ୟୁ ଘଟିଛି।

Advertisment

ସେହିଭଳି ଗତ ୫ ବର୍ଷରେ ହାତୀ ଆକ୍ରମଣରେ ୬୦୨ ଜଣଙ୍କ ଜୀବନ ଯାଇଛି। ହାତୀ ୧୨୭ଟି ଗୃହପାଳିତ ପ୍ରାଣୀଙ୍କୁ ମାରିଥିବା ବେଳେ ୯୬୧୧ଟି ଘର ଭାଙ୍ଗିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଅମାତ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଗୃହରେ ଏହି ତଥ୍ୟ ଦେଇଥିଲେ।

Elephant Death