Advertisment

ଡେବ୍ରିଗଡ଼ ଓ ଶିମିଳିପାଳକୁ ଆସିବେ ୫ ମହାବଳ, ନନ୍ଦନକାନନକୁ ମିଳିବ ଆଉ ୨ ଜିରାଫ

ହରିଶଙ୍କର, କୁଆଁରିଆ ଓ ପାପଡ଼ାହାଣ୍ଡି ଡିଅର ପାର୍କରେ ଥିବା ଅତ୍ୟଧିକ ହରିଣଙ୍କୁ ଜଙ୍ଗଲରେ ଛଡ଼ାଯିବା ପାଇଁ ସେଣ୍ଟ୍ରାଲ ଜୁ' ଅଥରିଟିଙ୍କ ଅନୁମତି ମଗାଯାଇଛି।

ଅଦ୍ୟତନ ହୋଇଛି
Tiger

Tiger

Advertisment

ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଓଡ଼ିଶା ଆସିବେ ୫ଟି ମହାବଳ ବାଘ। ସେଥିରୁ ୩ଟିକୁ ବରଗଡ଼ର ଡେବ୍ରିଗଡ଼ରେ ଛଡ଼ାଯିବ ଓ ଅନ୍ୟ ୨ଟିକୁ ଶିମିଳିପାଳରେ ଛଡ଼ାଯିବ। ଏଥିପାଇଁ ଆଇନଗତ ପ୍ରକ୍ରିୟା ସରିଛି ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ।

Advertisment

ସେ କହିଛନ୍ତି, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ଏହି ୫ଟି ମହାବଳ ବାଘ ଆସିବେ। ସେଥିପାଇଁ ସେଠାକାର ସରକାର ଅନୁମତି ଦେଇ ସାରିଛନ୍ତି। ଯେଉଁ ବାଘଗୁଡ଼ିକୁ ଅଣାଯିବ, ସେଗୁଡ଼ିକୁ ଚିହ୍ନଟ କରାଯାଇଛି। ମହାବଳ ବାଘ ସ୍ଥାନାନ୍ତରଣ ଉଦ୍ଦେଶ୍ୟରେ ସପ୍ତାହେ ଭିତରେ ବନ ବିଭାଗର ଦୁଇଟି ଟିମ୍ ଏହି ଦୁଇ ରାଜ୍ୟକୁ ଯିବେ। ଡେବ୍ରିଗଡ଼ରେ ବାଘ ଛଡ଼ାଯିବା ପୂର୍ବରୁ ସୋଲାର ଫେନ୍ସିଂ କାମ ଶେଷ କରାଯିବ। ବାଘ ଯେପରି ଆଖପାଖ ଗାଁଗଣ୍ଡାକୁ ଯାଇନପାରିବେ, ସେଥିପାଇଁ ସୋଲାର ଫେନ୍ସିଂ କରାଯାଉଛି। ସ୍ଥାନୀୟ ଲୋକ ଓ ଲୋକପ୍ରତିନିଧିଙ୍କ ସହ ଆଲୋଚନା କରାଯାଇ ସରକାରଙ୍କ ଅନୁମତି ନେଇ ବାଘ ଛଡ଼ାଯିବ।

ସେହିପରି ନନ୍ଦନକାନନରେ ଏକାକୀ ଜୀବନ କାଟୁଥିବା ଜିରାଫ ‘ଖୁସି’କୁ ମିଳିବେ ଦୁଇ ନୂଆ ସାଥୀ। ଚଳିତ ମାସ ଶେଷ ସୁଦ୍ଧା ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ହଳେ ଜିରାଫ। ଆନିମଲ ଏକ୍ସଚେଞ୍ଜ ପ୍ରୋଗ୍ରାମ ଅଧୀନରେ ଆଲିପୁର ଚିଡ଼ିଆଖାନାରୁ ଆସିବେ ଏହି ଦୁଇ ଜିରାଫ। ଚଳିତ ମାସ ଶେଷ ସୁଦ୍ଧା ନନ୍ଦନକାନନରେ ଏକାଠି ୩ ଜିରାଫଙ୍କୁ ଦେଖି ପାରିବେ ପର୍ଯ୍ୟଟକ।

Advertisment

ହରିଶଙ୍କର, କୁଆଁରିଆ ଓ ପାପଡ଼ାହାଣ୍ଡି ଡିଅର ପାର୍କରେ ଥିବା ଅତ୍ୟଧିକ ହରିଣଙ୍କୁ ଜଙ୍ଗଲରେ ଛଡ଼ାଯିବା ପାଇଁ ସେଣ୍ଟ୍ରାଲ ଜୁ' ଅଥରିଟିଙ୍କ ଅନୁମତି ମଗାଯାଇଛି। ଆଜି ନନ୍ଦନକାନନରୁ କିଛି ହରିଣଙ୍କୁ କୁଲଡ଼ିହାରେ ଛଡ଼ାଯିବାକୁ ପଠାଯାଇଛି। ଆସନ୍ତାକାଲି ସ୍ଵାଧୀନତା ଦିବସ ଅବସରରେ ସ୍ଵାଧୀନତା ପାଇବେ କିଛି ହରିଣ ଓ ସମ୍ବର। ପୂର୍ବରୁ ଆଣି ନନ୍ଦନକାନନର ସଫ୍ଟ ଏନକ୍ଲୋଜରରେ ରଖାଯାଇଥିବା ଏସବୁ ହରିଣ ଓ ସମ୍ବର ଜଙ୍ଗଲ ସହ ଖାପ ଖୁଆଇଗଲେଣି । ଆସନ୍ତାକାଲି ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ସେମାନଙ୍କୁ ଛଡ଼ାଯିବ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ।

Similipal National Park Nandankanan Tiger
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe