Advertisment

ଅଧ୍ୟୟନ: ଦିନରେ ଶୀଘ୍ର ଖାଦ୍ୟ ଗ୍ରହଣ ହ୍ରାସ କରିପାରେ ହୃଦ୍ ରୋଗ ବିପଦ

ଦୀର୍ଘ ସାତ ବର୍ଷ ଧରି ଏ ଉପରେ ଅଧ୍ୟୟନ କରିବା ପରେ ବୈଜ୍ଞାନିକମାନେ ଜଣିବାକୁ ପାଇଲେ ଯେ, ଯେଉଁମାନେ ସକାଳ ଏବଂ ସନ୍ଧ୍ୟା ମିଲ୍ ଟିକେ ଆଗୁଆ ଖାଉଛନ୍ତି ସେମାନଙ୍କର ହୃଦ୍ ରୋଗ ଏବଂ ମସ୍ତିଷ୍କ ରୋଗ ହେବାର ଆଶଙ୍କା କମ୍ ରହୁଛି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ହୃଦରୋଗ ଏବେ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ଅଧିକାଂଶ ସମୟରେ ଯୁବ ବୟସର ପିଲା କାର୍ଯ୍ୟରତ ଥିବା ସମୟରେ ହୃଦଘାତରେ ଟଳି ପଡିବା ଭଳି ସାମ୍ନାକୁ ଆସୁଛି, ଯାହା ଚିନ୍ତାର କାରଣ ପାଲଟିଛି। ଏଥିପାଇଁ କେତେକ ଅଧ୍ୟୟନ କୋଭିଡ, କୋଭିଡ ଟିକା ଏବଂ ପରିବର୍ତ୍ତିତ ଜୀବନଶୈଳୀକୁ ଦାୟୀ କରୁଛି। ଏସବୁ ସମସ୍ୟା ମଧ୍ୟରେ ବୈଜ୍ଞାନିକମାନେ ହୃଦଘାତ ବିପଦ ହ୍ରାସ କରିବାର ଏକ ନୂଆ ଉପାୟ ବାହାର କରିଛନ୍ତି।

Advertisment

ସେମାନେ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ଦିନରେ ଶୀଘ୍ର ଖାଦ୍ୟ ଗ୍ରହଣ କରନ୍ତି ତେବେ ତାଙ୍କର ହୃଦ୍ ରୋଗ ଆଶଙ୍କା ହ୍ରାସ ପାଇବାର ସମ୍ଭାବନା ରହିଛି। ହୃଦୟ ସ୍ୱାସ୍ଥ୍ୟ ଉପରେ କରିଥିବା ଏକ ଅଧ୍ୟୟନରୁ ଏ ବାବଦରେ ଜାଣିବାକୁ ପାଇଛନ୍ତି ବୈଜ୍ଞାନିକମାନେ। ଏହି ଅଧ୍ୟୟନର ଫଳାଫଳ ନେଚର୍ କମ୍ୟୁନିକେସନ୍ସ ପତ୍ରିକାରେ ପ୍ରକାଶ ପାଇଛି।

ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ବୈଜ୍ଞାନିକମାନେ ଏହି ଅଧ୍ୟୟନର ନାମ ନ୍ୟୁଟ୍ରିନେଟ୍-ସାଣ୍ଟେ ଷ୍ଟଡି ରଖିଥିଲେ। ଅନୁଧ୍ୟାନ ପାଇଁ ସେମାନେ ମଧ୍ୟମ ବୟସ 42 ବର୍ଷ ମଧ୍ୟରେ 1 ଲକ୍ଷ 3 ହଜାର 389 ଲୋକଙ୍କ ହୃଦୟ ସ୍ୱାସ୍ଥ୍ୟକୁ ନଜରରେ ରଖିଥିଲେ। ବ୍ରିଟେନର ବାୟୋବ୍ୟାଙ୍କ ଡାଟାବେସ୍ ମାଧ୍ୟମରେ ମେଡିକାଲ୍ ରେକର୍ଡଗୁଡିକୁ ଅନୁଧ୍ୟାନ କରାଯାଇଥିଲା।

Advertisment

ଏହି ଡାଏଟାରୀ ରେକର୍ଡରେ ଅଂଶଗ୍ରହଣକାରୀଙ୍କ ଖାଇବା ସମୟ ଏବଂ 24 ଘଣ୍ଟା ମଧ୍ୟରେ କିଏ କେତେ ଥର ଖାଇଥିଲେ ସେସବୁ ତଥ୍ୟ ନିଆଯାଇଥିଲା। ଦୀର୍ଘ ସାତ ବର୍ଷ ଧରି ଏ ଉପରେ ଅଧ୍ୟୟନ କରିବା ପରେ ବୈଜ୍ଞାନିକମାନେ ଜଣିବାକୁ ପାଇଲେ ଯେ, ଯେଉଁମାନେ ସକାଳ ଏବଂ ସନ୍ଧ୍ୟା ମିଲ୍ ଟିକେ ଆଗୁଆ ଖାଉଛନ୍ତି ସେମାନଙ୍କର ହୃଦ୍ ରୋଗ ଏବଂ ମସ୍ତିଷ୍କ ରୋଗ ହେବାର ଆଶଙ୍କା କମ୍ ରହୁଛି। 

ଅଧ୍ୟୟନକାରୀମାନେ ଆହୁରି ଜାଣିବାକୁ ପାଇଲେ ଯେ, ଦିନର ପ୍ରଥମ ଭୋଜନ(ବ୍ରେକଫାଷ୍ଟ)ରେ ବିଳମ୍ବରେ ଖାଇବା ଦ୍ୱାରା ହୃଦ୍ ରୋଗର ଅଧିକ ବିପଦ ରହିଛି। ସେହିପରି ପ୍ରତ୍ୟେକ ଅତିରିକ୍ତ ଘଣ୍ଟା ବିଳମ୍ବ ସେରେବ୍ରୋଭସ୍କୁଲାର ଡିଜିଜ୍(ମସ୍ତିଷ୍କ ରୋଗ) 6% ବୃଦ୍ଧି କରିପାରେ। 

ଆହୁରି ଜଣାଯାଇଛି ଯେ, ଯେଉଁମାନେ ରାତି 9ଟା ପରେ ରାତି ଖାଇବା ଖାଇଥିଲେ, ସେମାନଙ୍କର 8ଟା ପୂର୍ବରୁ ଖାଇଥିବା ଲୋକଙ୍କ ତୁଳନାରେ ମସ୍ତିଷ୍କ ରୋଗ ହେବାର 28% ଅଧିକ ବିପଦ ସହ ଜଡିତ ଥିଲା। କିନ୍ତୁ ଏକାଧିକ ଥର ଖାଦ୍ୟ ଖାଇଥିବା ଲୋକଙ୍କର ଏପରି କୌଣସି ଗୁରୁତ୍ୱପୂର୍ଣ୍ଣ ବିପଦ ଲକ୍ଷଣ ଚିହ୍ନଟ କରାଯାଇ ନାହିଁ ବୋଲି ପ୍ରକାଶ ପାଇଥିବା ପତ୍ରିକାରେ ଉଲ୍ଲେଖ କରାଯାଇଛି। 

Research Heart Health Cardiovascular Disease Research On Health
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe