Advertisment

ଇତିହାସ ରଚିଲା ସ୍ପେସ୍‌ ଏକ୍ସ, ମହାକାଶକୁ ଗଲେ ୪ ସାଧାରଣ ନାଗରିକ

ନୂଆଦିଲ୍ଲୀ: ଇତିହାସ ରଚିଲା ବିଶ୍ୱର ସବୁଠାରୁ ନାମୀଦାମୀ ବିଜନେସମ୍ୟାନ୍‌ ଏଲନ ମକ୍ସଙ୍କ କମ୍ପାନୀ ସ୍ପେସ୍‌ ଏକ୍ସ। ପ୍ରଥମ ଥର ପାଇଁ ମହାକାଶକୁ ଯାତ୍ରା କଲେ ୪ ସାଧାରଣ ନାଗରିକ। ସ୍ପେସ୍ ଏକ୍ସ ପ୍ରଥମ ଅଲ୍ ସିଭିଲିଆନ୍ କ୍ରୁ ବୁଧବାର ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏହି ମିଶନକୁ ‘ଇନସ୍ପେରିସନ-୪’ ନାଁ ଦିଆଯାଇଛି। ଏହି ୪ ଜଣ ସାଧାରଣ ନାଗରିକ ୩ ଦିନ ଯାଏଁ ୫୭୫ କିଲୋମିଟର ଉପରେ ପୃଥିବୀ କକ୍ଷପଥରେ ପରିକ୍ରମା କରିବେ। ୩ ଦିନ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଇତିହାସ ରଚିଲା ସ୍ପେସ୍‌ ଏକ୍ସ, ମହାକାଶକୁ ଗଲେ ୪ ସାଧାରଣ ନାଗରିକ

spacex

ନୂଆଦିଲ୍ଲୀ: ଇତିହାସ ରଚିଲା ବିଶ୍ୱର ସବୁଠାରୁ ନାମୀଦାମୀ ବିଜନେସମ୍ୟାନ୍‌ ଏଲନ ମକ୍ସଙ୍କ କମ୍ପାନୀ ସ୍ପେସ୍‌ ଏକ୍ସ। ପ୍ରଥମ ଥର ପାଇଁ ମହାକାଶକୁ ଯାତ୍ରା କଲେ ୪ ସାଧାରଣ ନାଗରିକ। ସ୍ପେସ୍ ଏକ୍ସ ପ୍ରଥମ ଅଲ୍ ସିଭିଲିଆନ୍ କ୍ରୁ ବୁଧବାର ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏହି ମିଶନକୁ 'ଇନସ୍ପେରିସନ-୪' ନାଁ ଦିଆଯାଇଛି।

Advertisment

ଏହି ୪ ଜଣ ସାଧାରଣ ନାଗରିକ ୩ ଦିନ ଯାଏଁ ୫୭୫ କିଲୋମିଟର ଉପରେ ପୃଥିବୀ କକ୍ଷପଥରେ ପରିକ୍ରମା କରିବେ। ୩ ଦିନ ପରେ ସ୍ପେସ କ୍ରାଫ୍ଟ ବା ମହାକାଶ ଯାନ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ ଓ ଫ୍ଲୋରିଡାରେ ଓହ୍ଲାଇବ।

ଯେଉଁ ୪ ଜଣ ନାଗରିକ ମହାକାଶକୁ ଯାତ୍ରା କରିଛନ୍ତି ସେମାନେ ଏବେ ଆଉ ସାଧାରଣ ନୁହେଁ ଖାସ୍‌ ବ୍ୟକ୍ତି ବନି ଯାଇଛନ୍ତି। ମହାକାଶକୁ ଯାତ୍ରା କରିଥିବା ସାଧାରଣ ନାଗରିକଙ୍କ ମଧ୍ୟରେ ପ୍ରଥମ ବ୍ୟକ୍ତି ଭାବେ ଇସାକମେନ୍ ଅଛନ୍ତି । ଯିଏ କି ଏହି ପୂରା ମିଶନର ଦାୟିତ୍ୱ ନେଇଛନ୍ତି। ତାଙ୍କ ସହ ୨୯ ବର୍ଷୀୟ ହେୟଲୀ ଆର୍କେନୋ ଅଛନ୍ତି। ସେ ସ୍ୱାସ୍ଥ୍ୟକର୍ମୀ ଭାବେ ଦାୟିତ୍ୱ ନେଇଛନ୍ତି। ସେହିପରି ୫୧ ବର୍ଷୀୟ ସନ୍ ପ୍ରୋକ୍ଟର ମଧ୍ୟ ଏହି ମିଶନରେ ଅଛନ୍ତି। ସେ ଜଣେ ଜିଓଲଜି ପ୍ରଫେସର।  ଚତୁର୍ଥ ବ୍ୟକ୍ତି ରୂପୋ କ୍ରିସ୍ ସିମ୍ବ୍ରୋସ୍କି ମଧ୍ୟ ରହିଛନ୍ତି । ସେ ପୂର୍ବରୁ ଆମେରିକା ବାୟୁସେନାରେ ପାଇଲଟ ରହିସାରିଛନ୍ତି।

Advertisment

ସ୍ପେସ୍ ଏକ୍ସର ମିଶନର ଦାୟିତ୍ୱ ନେଇଥିବା ଇସାକମେନ୍ ହେଉଛନ୍ତି ଇସାକମେନ୍ ପେମେଣ୍ଟ କମ୍ପାନୀର ସଂସ୍ଥାପକ  ଓ ସିଇଓ । ସେ ମାତ୍ର ୧୬ ବର୍ଷ ବୟସରେ କମ୍ପାନୀ ଆରମ୍ଭ କରିଥିଲେ । ସେ ପ୍ରଥମ ଥର ପାଇଁ ସ୍ପେସଏକ୍ସରେ କାମ କରୁଛନ୍ତି । ଏହାପୂର୍ବରୁ ସେ ବ୍ଲୁ ଅରିଜିନ୍ ଓ ଭର୍ଜିନ୍ ସ୍ପେସରେ କାମ କରିସାରିଛନ୍ତି।

ସୂଚନାଯୋଗ୍ୟ, ମହାକାଶ ଯାନ ନାସା ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ୍ ଷ୍ଟେସନରୁ ସକାଳ ୫.୩୩ ମିନିଟ୍‌ରେଯାତ୍ରା ଆରମ୍ଭ କରିଥିଲା। ଯେଉଁ ୪ ଜଣ ମହାକାଶକୁ ଯାଇଛନ୍ତି ସେମାନଙ୍କ ମଧ୍ୟରୁ କେହି ମଧ୍ୟ ପ୍ରଫେସନାଲ ଅନ୍ତରୀକ୍ଷ ଯାତ୍ରୀ ନୁହନ୍ତି। ଏମାନଙ୍କୁ ଏଥିପାଇଁ କେବଳ ୫ ମାସର ଟ୍ରେନିଂ ଦିଆଯାଇଛି।

୨୦୦୯ ପରେ ପ୍ରଥମଥର ପାଇଁ ମଣିଷ ଏତେ ଉଚ୍ଚକୁ ଯାଇଛି। କ୍ୟାନସର ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ସେଣ୍ଟ ଜୁଡ୍‌ ଚିଲ୍ଡ୍ରେନ ରିସର୍ଚ୍ଚ ହସ୍ପିଟାଲ ପାଇଁ ପାଣ୍ଠି ସଂଗ୍ରହ କରିବା ଏହି ମିଶନର ଲକ୍ଷ୍ୟ ରହିଛି।

https://twitter.com/SpaceX/status/1438304334211477506?s=20