Advertisment

ଏଲନ ମସ୍କଙ୍କ କମ୍ପାନୀ 'ନ୍ୟୁରାଲିଙ୍କ'କୁ ବଡ ଉପଲବ୍ଧି; ମାନବ ମସ୍ତିଷ୍କରେ ଲଗାଇଲା ଚିପ୍

ଯଦି ଏହାର ମାନବ ପରୀକ୍ଷଣ ସଫଳ ହୁଏ ତେବେ ଭିନ୍ନକ୍ଷମମାନେ ଚିପ୍ ମାଧ୍ୟମରେ ଏକ ନୂଆ ଜୀବନ ପାଇପାରିବେ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ବିଜ୍ଞାନ ଜଗତରେ ଏକ ବିରଳ ଉପଲବ୍ଧି ପାଇଛି ଏଲନ୍ ମସ୍କଙ୍କ ଷ୍ଟାର୍ଟଅପ୍ କମ୍ପାନୀ ନ୍ୟୁରାଲିଙ୍କ। ଏହି କମ୍ପାନୀ ପ୍ରଥମ କରି ମାନବ ମସ୍ତିଷ୍କରେ ଚିପ୍ ପ୍ରତ୍ୟାରୋପଣ କରିବାରେ ସଫଳ ହୋଇଛି। ଯଦି ଏହାର ମାନବ ପରୀକ୍ଷଣ ସଫଳ ହୁଏ ତେବେ ଭିନ୍ନକ୍ଷମମାନେ ଚିପ୍ ମାଧ୍ୟମରେ ଏକ ନୂଆ ଜୀବନ ପାଇପାରିବେ।

Advertisment

ବିଶେଷ କରି ଯେଉଁମାନଙ୍କର ନ୍ୟୁରୋଲୋଜିକାଲ ଅର୍ଥାତ୍ ସ୍ନାୟୁଗତ ସମସ୍ୟା ରହିଛି, ପାରାଲିସିସ୍ ବା ପକ୍ଷାଘାତ ରୋଗରେ ପୀଡିତ ରୋଗୀଙ୍କ ମସ୍ତିଷ୍କକୁ କମ୍ପ୍ୟୁଟର ମାଧ୍ୟମରେ ପରିଚାଳନା କରାଯାଇପାରିବ। ଏନେଇ ଏଲନ ମସ୍କ ସୂଚନା ଦେଇଛନ୍ତି। ମସ୍କ ଏକ୍ସ ଯୋଗେ କହିଛନ୍ତି ଯେ, ନ୍ୟୁରାଲିଙ୍କ ମାନବ ମସ୍ତିଷ୍କରେ ଚିପ୍ ପ୍ରତ୍ୟାରୋପଣ କରିବାରେ ସଫଳ ହୋଇଛି, ଏହାର ପ୍ରାରମ୍ଭିକ ଫଳାଫଳ ଆଶାବାଦୀ ରହିଛି। 

ଏଲନ୍ ମସ୍କ 2016ରେ ନ୍ୟୁରାଲିଙ୍କ ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ। ସେପ୍ଟେମ୍ବର 2023ରେ ନ୍ୟୁରାଲିଙ୍କକୁ ମାନବ ପରୀକ୍ଷଣ ପାଇଁ ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ(FDA) ପକ୍ଷରୁ ସ୍ୱିକୃତି ମିଳିଥିଲା। ଅନୁମୋଦନ ପାଇବା ପରେ ରୋଗୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସର୍ବାଇକଲ ସ୍ପାଇନଲକର୍ଡରେ ଆଘାତ କାରଣରୁ କ୍ୱାଡ୍ରିପ୍ଲେଜିଆରେ ପୀଡିତ ବ୍ୟକ୍ତି ଏବଂ ALS (ଏମିଓଟ୍ରୋଫିକ୍ ଲାଟେରାଲ୍ ସ୍କ୍ଲେରୋସିସ୍) ରୋଗୀଙ୍କୁ ନେଇ ଏହି ପରୀକ୍ଷଣ କରାଯାଉଛି।

Advertisment

ବର୍ତ୍ତମାନ ପ୍ରଥମ ରୋଗୀଙ୍କ ମସ୍ତିଷ୍କରେ ଚିପ୍ ପ୍ରତ୍ୟାରୋପଣରେ ସଫଳ ହୋଇଛନ୍ତି ବୈଜ୍ଞାନିକ। ଆଗକୁ ଏହାର ପରୀକ୍ଷଣ ଜାରିରହିବ। ଏହି ପରୀକ୍ଷଣ ଶେଷ ହେବାକୁ ଛଅ ବର୍ଷ ସମୟ ଲାଗିଯିବ। ଯଦି ଏହାରି ମଧ୍ୟରେ ମାନବ ପରୀକ୍ଷଣ ସଫଳ ହୁଏ, ତେବେ ସ୍ନାୟୁଗତ ସମସ୍ୟାରେ ପୀଡିତ ରୋଗୀଙ୍କ ମସ୍ତିଷ୍କ ପରିଚାଳନାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ। 

ନ୍ୟୁରାଲିଙ୍କ କମ୍ପାନୀର ଲକ୍ଷ୍ୟ ହେଉଛି ମସ୍ତିଷ୍କ ଏବଂ କମ୍ପ୍ୟୁଟର ମଧ୍ୟରେ ସିଧାସଳଖ ଯୋଗାଯୋଗ ଚ୍ୟାନେଲ ସୃଷ୍ଟି କରିବା। ପରୀକ୍ଷା ମାଧ୍ୟମରେ, କମ୍ପାନୀ ମଧ୍ୟ ରୋଗୀମାନଙ୍କ ଉପରେ କିପରି ଡିଭାଇସ୍ କାମ କରୁଛି ତାହା ଉପରେ ଲକ୍ଷ୍ୟ ରଖିଛନ୍ତି। 

Elon Musk Neuralink Brain Chip Brain Chip In Human
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe