Advertisment

ଚେତାଇଲେ ଜାତିସଙ୍ଘ ମହାସଚିବ, 'ଏବେ ଗ୍ଲୋବାଲ୍ ବଏଲିଂ ଯୁଗ ଆରମ୍ଭ'

ଜଳବାୟୁ ପରିବର୍ତ୍ତନକୁ ନେଇ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଚେତାବନୀ। "ସରି ଯାଇଛି ଗ୍ଲାବାଲ୍ ୱାର୍ମିଂ ଯୁଗ, ଏବେ ଆରମ୍ଭ ହୋଇଛି ଗ୍ଲୋବାଲ୍ ବଏଲିଂ।"

ଅଦ୍ୟତନ ହୋଇଛି
Sunset

Sunset

Advertisment

ସମ୍ପ୍ରତି ମଣିଷର କେବଳ ଚାଲିଚଳଣି ବଦଳିନି, ସମାଜ ସହ ତାଳ ଦେଇ ପ୍ରକୃତି ମଧ୍ୟ ବଦଳି ଯାଇଛି। ଦିନକୁ ଦିନ ଦୂଷିତ ହେବାକୁ ଲାଗୁଛି ପରିବେଶ। ବର୍ଷା-ଶୀତ-ଖରାର କୌଣସି ତାରତମ୍ୟ ରହୁନାହିଁ। ଚଳିତ ବର୍ଷ ଏହି ଅସନ୍ତୁଳନକୁ ବେଶ୍ ଭଲ ଭାବେ ଅନୁଭବ କରିପାରିଛି ମାନବ ସମାଜ। ବୈଜ୍ଞାନିକମାନେ ମଧ୍ୟ ଜୁଲାଇକୁ ମାନବ ଇତିହାସର ସବୁଠାରୁ ଉତ୍ତପ୍ତ ମାସ ଭାବେ ଘୋଷଣା କରିଛନ୍ତି। ଏହାରି ମଧ୍ୟରେ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଚେତାବନୀ ଚିନ୍ତାରେ ପକାଇଛି। ସେ କହିଛନ୍ତି, "ଗ୍ଲୋବାଲ୍ ୱାର୍ମିଂର ଯୁଗ ସରିଯାଇଛି, ବର୍ତ୍ତମାନ ଗ୍ଲୋବାଲ୍ ବଏଲିଂ ଯୁଗ ଆରମ୍ଭ ହୋଇଛି।"

Advertisment

ସେ ଆହୁରି କହିଛନ୍ତି, "ଜଳବାୟୁ ପରିବର୍ତ୍ତନ ଆସି ପହଞ୍ଚିଯାଇଛି, ଯାହା ଖୁବ୍ ଭୟଙ୍କର। ଏହା ଆରମ୍ଭ ମାତ୍ର।" ତଥାପି ବିଶ୍ୱର ତାପମାତ୍ରାକୁ ପୂର୍ବ ଶିଳ୍ପ ସ୍ତରରୁ ୧.୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ସୀମିତ ରଖିବା ସମ୍ଭବ, ଏଥିପାଇଁ ତୁରନ୍ତ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ଅନ୍ୟପଟେ ରେକର୍ଡ ଅନୁସାରେ, ଗତ ତିନି ସପ୍ତାହ ସବୁଠୁ ଉତ୍ତପ୍ତ ଥିଲା, ବିଶ୍ୱର ତାପମାତ୍ରା ପୂର୍ବ ରେକର୍ଡଗୁଡିକୁ ଭାଙ୍ଗି ଦେଇଛି। ୱାର୍ଲ୍ଡ ମେଟେରୋଲୋଜିକାଲ୍ ଅର୍ଗାନାଇଜେସନ୍ (WMO) ଏବଂ ୟୁଏଇର କପର୍ନିକସ୍ ଆର୍ଥ ଅବଜରଭେସନ୍ ପ୍ରୋଗ୍ରାମ କହିଛି ଯେ, ଏହି ଅସ୍ୱାଭାବିକ ଉତ୍ତାପ ପାଇଁ ଜୀବାଶ୍ମ ଇନ୍ଧନ ଦାୟୀ।

WMO ଏବଂ କୋପର୍ନିକସ୍ ଜଳବାୟୁ ପରିବର୍ତ୍ତନ ସେବା ଘୋଷଣା କରିଛି, "ପୃଥିବୀର ତାପମାତ୍ରା ସାମୟିକ ଭାବେ ବିଶ୍ୱ ତାପମାତ୍ରାକୁ ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରଖିବା ଲକ୍ଷ୍ୟକୁ ଅତିକ୍ରମ କରିଯାଇଛି। ଯଦିଓ ଏହି ସୀମା ପୂର୍ବରୁ ଉଲ୍ଲଂଘନ ହୋଇ ସାରିଥିଲା, ତଥାପି ପୂର୍ବରୁ କେବେ ଜୁଲାଇ ମାସରେ ଏପରି ଉତ୍ତାପ ଅନୁଭୂତ ହୋଇନଥିଲା।" ବୃଦ୍ଧି ପାଉଥିବା ଏହି ସଙ୍କଟକୁ ମୁକାବିଲା କରିବା ପାଇଁ ଖୁବ୍ ଶୀଘ୍ର ରାଜନୈତିକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଥିବା ଗୁଟେରସ୍ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, "ମାନବ ଏବେ ହଟ୍‌ ସିଟ୍‌ରେ ଅଛି। ଉତ୍ତର ଆମେରିକା, ଏସିଆ, ଆଫ୍ରିକା ଏବଂ ୟୁରୋପର ବିସ୍ତୃତ ଅଞ୍ଚଳ ପାଇଁ ଚଳିତ ବର୍ଷର ଗ୍ରୀଷ୍ମ ଋତୁ ଖୁବ୍ ଯନ୍ତ୍ରଣାଦାୟକ। ସମଗ୍ର ଗ୍ରହ ପାଇଁ ମଧ୍ୟ ଏହା ଏକ ବିପଦ। ବୈଜ୍ଞାନିକମାନଙ୍କ ପାଇଁ ଏହା ଏକ ଅବିସ୍ମରଣୀୟ। ଆଉ ଏସବୁ ପାଇଁ ମାନବ ସମ୍ପୂର୍ଣ୍ଣ ଭାବେ ଦାୟୀ।"

Advertisment

ଜୀବାଶ୍ମ ଇନ୍ଧନ ଲାଭ ଏବଂ ଜଳବାୟୁ ନିଷ୍କ୍ରିୟତାର ଗ୍ରହଣୀୟ ନୁହେଁ ବୋଲି ସେ ଆହ୍ୱାନ କରି ରାଜନେତାମାନଙ୍କୁ ବିଳମ୍ବ ନକରି ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଏଥିସହ ନେତାମାନଙ୍କୁ ଏଥିପାଇଁ ନେତୃତ୍ୱ ନେବାକୁ ପଡିବ ବୋଲି କହିଛନ୍ତି। କୌଣସି ବାହାନା କିମ୍ବା ଅନ୍ୟମାନଙ୍କୁ ଦାୟିକା ନ ଦେଇ ଅନ୍ୟ କାହାକୁ ଅପେକ୍ଷା ନକରି ପ୍ରଥମେ ଗୋଡ଼ ଆଗକୁ ବଢ଼ାଇବାକୁ ପଡ଼ିବ ବୋଲି ସେ କହିଛନ୍ତି। ତେବେ ଗୁଟେରସଙ୍କ ଚେତାବନୀ ପରେ ମଧ୍ୟ ଯଦି କୌଣସି ପଦକ୍ଷେପ ନିଆନଯାଏ, ତେବେ ଆଗକୁ ଜଲବାୟୁ କିପ୍ରକାର ରୂପ ନେବ ତାହା ଅନୁମେୟ। 

Climate Change Global Boiling UN Secretary-General Antonio Guterres Science News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe