ପୃଥିବୀ ଆଡ଼କୁ ମାଡ଼ି ଆସୁଛି ERS-2 ସାଟେଲାଇଟ୍‌; କେଉଁଠି ପଡ଼ିବ ପ‍ଢ଼ନ୍ତୁ

୧୯୯୧ ମସିହାରେ ଆର୍ଥ ରିମୋଟ ସେନସିଂ ବା ERS-1 ସାଟେଲାଇଟ ମହାକାଶକୁ ଛଡାଯାଇଥିଲା। ବନ୍ୟା, ସମୁଦ୍ର ତାପମାତ୍ରା, ପୃଥିବୀ ପୃଷ୍ଠରେ ବରଫ ଆସ୍ତରଣର ଗତି, ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ଉପରେ ନଜର ରଖୁଥିଲା ଏହି ERS-1 ସାଟେଲାଇଟ୍‌।

ERS-2

Representative Image

Manoranjan Sial
  • Published: Wednesday, 21 February 2024
  • , Updated: 22 February 2024, 03:19 PM IST

ପୃଥିବୀ ଆଡକୁ ମାଡିଆସୁଛି ମହାକାଶରେ ଅକାମୀ ହୋଇଯାଇଥିବା ERS-2 ସାଟେଲାଇଟ୍‌। ଆଉ କିଛି ଘଣ୍ଟା ମଧ୍ୟରେ ଆର୍ଥ ରିମୋଟ୍‌ ERS-2 ସାଟେଲାଇଟ୍‌ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ। ମହାକାଶକୁ ପଠାଇବାର ପ୍ରାୟ ୩୦ ବର୍ଷ ପରେ ଏହା ତଳକୁ ଖସୁଛି। ତେବେ ପୃଥିବୀ ପୃଷ୍ଠଭାଗରେ ଖସିପଡିବ ନା ଏହା ବାୟୁମଣ୍ଡଳରେ ସଂପୂର୍ଣ୍ଣ ନଷ୍ଟ ହୋଇଯିବ, ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ତେବେ ଏହା ପୃଥିବୀ ପୃଷ୍ଠ ଛୁଉଁ ଛୁଁଉ ବାୟୁମଣ୍ଡଳରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବ ବୋଲି କୁହାଯାଉଛି। ତଥାପି କିଛି ମହାକାଶ ବିଜ୍ଞାନୀ ଭିନ୍ନ କିଛି ଆକଳନ କରିଛନ୍ତି। ପୃଥିବୀ ପୃଷ୍ଟରେ ଛୋଟ ଟୁକୁଡା ପଡିପାରେ ବୋଲି ଆଶଙ୍କା କରୁଛନ୍ତି। ଯଦି ବି ପୃଥିବୀ ପୃଷ୍ଠରେ ପଡିବ, ଏହାର ପ୍ରଭାବ କମ ରହିବ ବୋଲି କୁହାଯାଉଛି।

ERS-2 ସାଟେଲାଇଟ୍ ୨୦୧୧ ମସିହା ପରଠୁ ମହାକାଶରେ ଅଚଳ ହୋଇଯାଇଛି। ଏଥିସହ ଏହା ଆଉ ମହାକାଶ ବିଜ୍ଞାନୀଙ୍କ କଣ୍ଟ୍ରୋଲରେ ନାହିଁ। ୟୁରୋପିଆନ୍‌ ସ୍ପେଶ ଏଜେନ୍ସି ସୂଚନା ଅନୁଯାୟୀ, ପ୍ରାୟ ୨ ଟନ ଓଜନର ଏହି ସାଟେଲାଇଟ ପୃଥିବୀ ପୃଷ୍ଠ ଛୁଇଁବା ପୂର୍ବରୁ ପ୍ରାୟ ୮୦ କିଲୋମିଟର ଉଚ୍ଚତାରୁ ବିଭିନ୍ନ ଖଣ୍ଡରେ ପରିଣତ ହୋଇଯିବ। ଆଉ ସାଟେଲାଇଟର ଛୋଟ ଛୋଟ ଟୁକୁରା ବିକ୍ଷୀପ୍ତ ଭାବେ ଏଠିସେଠି ପଡିପାରେ। ପୂର୍ବ ଆଫ୍ରିକା, ୟୁରୋପ, ନର୍ଥ ଆମେରିକା କିମ୍ବା ଏସିଆ ମହାଦେଶ ଭାଗରେ ଖସିପାରେ ବୋଲି ଆକଳନ କରାଯାଉଛି ।

୧୯୯୧ ମସିହାରେ ଆର୍ଥ ରିମୋଟ ସେନସିଂ ବା ERS-1 ସାଟେଲାଇଟ ମହାକାଶକୁ ଛଡାଯାଇଥିଲା। ବନ୍ୟା, ସମୁଦ୍ର ତାପମାତ୍ରା, ପୃଥିବୀ ପୃଷ୍ଠରେ ବରଫ ଆସ୍ତରଣର ଗତି, ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ଉପରେ ନଜର ରଖୁଥିଲା ଏହି ERS-1 ସାଟେଲାଇଟ୍‌। ହେଲେ ERS-2 ପୃଥିବୀ ଉପର ଭାଗରେ ଥିବା ଓଜନ ଲେୟାର ଉପରେ ଅନେକ ବୈଜ୍ଞାନିକ ତଥ୍ୟ ଯୋଗାଉଥିଲା। ଏହାକୁ ୧୯୯୫ ମସିହା ଏପ୍ରିଲ ୨୧ ତାରିଖରେ ମହାକାଶକୁ ପଠା ଯାଇଥିଲା। ERS ସାଟେଲାଇଟ ଅତି ପୁରୁଣା ହୋଇଥିବାରୁ ଏହାକୁ ୟୁରୋପର ଜେଜେବାପା ବୋଲି କୁହାଯାଉଛି।

Related story