Advertisment

କୋଭିଡ ପ୍ରକୃତିରୁ ତିଆରି ହୋଇଛି, ଉହାନ ଲ୍ୟାବରୁ ହୋଇନି: ବୈଜ୍ଞାନିକ

ସିଡନୀ: କୋଭିଡ୍ କେଉଁଠି ବ୍ୟାପିଛି ଏହାକୁ ନେଇ ସମୟ ସମୟରେ ଭିନ୍ନ ଭିନ୍ନ ଯୁକ୍ତି ରଖୁଛନ୍ତି ବୈଜ୍ଞାନିକ ମାନେ। କିଛି ବୈଜ୍ଞାନିକ ଦାବି କରୁଛନ୍ତି ଏହି କରୋନା ଭାଇରସ ଚାଇନାର ଉହାନରେ ଥିବା ଏକ ଲ୍ୟାବରୁ ବାହାରିଛି। ହେଲେ ଆଉ କିଛି ବୈଜ୍ଞାନିକ ଯୁକ୍ତି ରଖିଛନ୍ତି ଏହି ଭାଇରସ ପ୍ରକୃତିରୁ ତିଆରି ହୋଇଛି ଆଉ କିଛି କହୁଛନ୍ତି ୨୦୧୯ ପୂର୍ବରୁ ଏହି ଭାଇରସ ଥିଲା। ଯାହାକୁ ନେଇ ଏବେ ସମସ୍ତେ ଦ୍ୱନ୍ଦ୍ୱରେ। ଚୂଡ଼ାନ୍ତ ରିପୋର୍ଟ ଆସିନାହିଁ। ଏହାରି […]

ଅଦ୍ୟତନ ହୋଇଛି
ସ୍ୱାଧୀନତା ଦିବସ: ସପ୍ତାହିକ ଶଟଡାଉନ୍ କୋହଳ, ୨୦ରୁ ଅଧିକ ଲୋକ ଏକଜୁଟ ହେବା ମନା

covid

Advertisment

ସିଡନୀ: କୋଭିଡ୍ କେଉଁଠି ବ୍ୟାପିଛି ଏହାକୁ ନେଇ ସମୟ ସମୟରେ ଭିନ୍ନ ଭିନ୍ନ ଯୁକ୍ତି ରଖୁଛନ୍ତି ବୈଜ୍ଞାନିକ ମାନେ। କିଛି ବୈଜ୍ଞାନିକ ଦାବି କରୁଛନ୍ତି ଏହି କରୋନା ଭାଇରସ ଚାଇନାର ଉହାନରେ ଥିବା ଏକ ଲ୍ୟାବରୁ ବାହାରିଛି। ହେଲେ ଆଉ କିଛି ବୈଜ୍ଞାନିକ ଯୁକ୍ତି ରଖିଛନ୍ତି ଏହି ଭାଇରସ ପ୍ରକୃତିରୁ ତିଆରି ହୋଇଛି ଆଉ କିଛି କହୁଛନ୍ତି ୨୦୧୯ ପୂର୍ବରୁ ଏହି ଭାଇରସ ଥିଲା। ଯାହାକୁ ନେଇ ଏବେ ସମସ୍ତେ ଦ୍ୱନ୍ଦ୍ୱରେ। ଚୂଡ଼ାନ୍ତ ରିପୋର୍ଟ ଆସିନାହିଁ। ଏହାରି ଭିତରେ ଏକ ଅନ୍ତର୍ଜାତୀୟ ବୈଜ୍ଞାନିକ ଟିମ୍ ଦାବି କରିଛନ୍ତି ଯେ କୋଭିଡ ପ୍ରକୃତିରୁ ଉତ୍ପତ୍ତି ହୋଇଛି। ଚାଇନାର ଉହାନ ଲାବୋରେଟୋରୀରୁ କୋଭିଡ-୧୯ ଲିକ୍ ହୋଇଥିବା ଯୁକ୍ତିକୁ ଖଣ୍ଡନ କରିଛି।

Advertisment

ଅଷ୍ଟ୍ରେଲିଆର ନୋବେଲ ବିଜେତା ପ୍ରଫେସର ପିଟର ଡୋହେର୍ଟିଙ୍କୁ ନେଇ ଏହି ଟିମ ତିଆରି ହୋଇଥିଲା। ଏଥିରେ ବ୍ରିଟେନ, ଆମେରିକା, ଚାଇନା, କାନାଡା, ନ୍ୟୁଜିଲ୍ୟାଣ୍ଡର ବୈଜ୍ଞାନିକ ମଧ୍ୟ ରହିଛନ୍ତି। ନିକଟରେ ଏହି ଅଧ୍ୟୟନ ଭିତ୍ତିକ ନିବନ୍ଧ ଏକ ବିଜ୍ଞାନ ପତ୍ରିକାରେ ପ୍ରକାଶ ପାଇଛି।

ଅଧ୍ୟୟନରେ ଦର୍ଶାଯାଇଛି ଯେ କରୋନା ଭାଇରସ ବହୁ ଦିନ ପୂର୍ବରୁ ରହିଥିଲା। ଏହା ମହାମାରୀର ସଙ୍କେତ ମଧ୍ୟ ଦେଇଥିଲା। କରୋନାର ବାୟଲୋଜିକାଲ ନମେଲକ୍ଲେଚର SARS-CoV-2। ଏହିଥିରୁ ମ୍ୟୁଟାଣ୍ଟ ହୋଇ ଦ୍ୱାରା କୋଭିଡ୍-୧୯ ବିକଶିତ ହୋଇଛି। ଏହା ହେଉଛି SARS-CoV-2ର ନବମ ମ୍ୟୁଟାଣ୍ଟ ଯାହା ମଣିଷକୁ ସଂକ୍ରମିତ କରେ। ଗତ ୨୦ ବର୍ଷ ମଧ୍ୟରେ ଏହା ମଧ୍ୟ ସପ୍ତମ ଭାରିଆଣ୍ଟ। ଅର୍ଥାତ୍ ଏହି ଅଧ୍ୟୟନ ରିପୋର୍ଟରେ କୁହାଯାଇଛି କରୋନା ଡିସେମ୍ୱର ୨୦୧୯ରେ ନୁହେଁ ବରଂ 2000 ମସିହା ପୂର୍ବରୁ ବିକଶିତ ହୋଇଛି।

Advertisment

ତେଣୁ ଚାଇନାର ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରେ SARS-CoV-2 ଥିବା କିମ୍ବା କୌଣସି ଭାଇରସ ଏହି ଲ୍ୟାବରୁ ଲିକ୍ ହୋଇଥିବାର ଯୁକ୍ତି ରଖୁନାହିଁ। ଯାହାକି ଚାଇନା ପାଇଁ ଆଶ୍ୱସ୍ତିକର ଦେଇଛି। କାରଣ ଆମେରିକା ସମେତ ଅନେକ ଦେଶ ଏବଂ ଚାଇନାର ଜଣେ ହୁଇସିଲ ବ୍ଲୋର ମଧ୍ୟ କହିଥିଲେ କୋଭିଡ ଉହାନରୁ ଲିକ୍ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe