Advertisment

ମିଶନ ଗଗନଯାନରେ ରହିବେ ମହିଳା ରୋବୋଟ୍: ଜିତେନ୍ଦ୍ର ସିଂହ

ଚନ୍ଦ୍ରଯାନ ମିଶନର ସଫଳତା ପରେ ଗଗନଯାନ ଉପରେ ଫୋକସ୍। ଏହି ମିଶନରେ ମହାକାଶକୁ ରୋବୋଟ୍‌ ପଠାଇବ ଇସ୍ରୋ। ପରୀକ୍ଷଣରେ ମହିଳା ରୋବୋଟ ରହିବା ନେଇ ସୂଚନା ଦେଲେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ।

author-image
Debibandita Barick
ଅଦ୍ୟତନ ହୋଇଛି
Union Minister Jitendra Singh

Union Minister Jitendra Singh

ଚନ୍ଦ୍ରଯାନ ମିଶନର ସଫଳତା ପରେ ଗଗନଯାନକୁ ନେଇ ବେଶ୍ ଚର୍ଚ୍ଚା। ଦେଶର ପ୍ରଥମ ମିଶନ ଭାବେ ଏହି ମିଶନରେ ମହାକାଶକୁ ରୋ‍ବୋଟ ପଠାଇବ ଇସ୍ରୋ। ତିନୋଟି ପର୍ଯ୍ୟାୟରେ ମିଶନକୁ ସଫଳ କରାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରଥମେ ଦୁଇଟି ଡମି ଟେଷ୍ଟ ହେବ ଏବଂ ପରେ ଗଗନଯାନରେ ତିନି ଜଣ ମହାକାଶଚାରୀ ଯାତ୍ରା କରିବେ। ଏହି ମିଶନକୁ ନେଇ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି ଯେ, ଗଗନଯାନ ମିଶନର ପରୀକ୍ଷଣରେ ଜଣେ ମହିଳା ରୋବୋଟ୍ 'ବ୍ୟୋମିତ୍ର'ଙ୍କୁ ମହାକାଶକୁ ପଠାଯିବ। ଏହି ମିଶନ୍ ବହୁ ପୂର୍ବରୁ ଆରମ୍ଭ ହେବାର ଥିଲା। କିନ୍ତୁ ମହାମାରୀ କାରଣରୁ ବିଳମ୍ବ ଘଟିଛି। ଆସନ୍ତା ଅକ୍ଟୋବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଏକ ପରୀକ୍ଷାମୂଳକ ସ୍ପେସ୍ ଫ୍ଲାଇଟ୍ ଉତକ୍ଷେପଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ମହାକାଶକୁ ମହାକାଶଚାରୀ ପଠାଇ ପୁଣି ତାଙ୍କୁ ସୁରକ୍ଷିତ ଫେରାଇ ଆଣିବା ଆହ୍ୱାନପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି କାମ କରୁଛି ଇସ୍ରୋ।

ପ୍ରଥମେ ଡମି ଟେଷ୍ଟ କରାଯିବ। ଏହାପରେ ଦ୍ୱିତୀୟ ମିଶନରେ ଜଣେ ମହିଳା ରୋବୋଟକୁ ପଠାଯିବ। ରୋବୋଟର ସମ୍ପୂର୍ଣ୍ଣ ହାବଭାବ ମାନବ ପରି ରହିବ। ଯଦି ଏ ସମସ୍ତ ପରୀକ୍ଷଣ ସଫଳ ହୁଏ ତେବେ ତୃତୀୟ ପର୍ଯ୍ୟାରେ ୩ ଜଣ ମହାକାଶଚାରୀଙ୍କୁ ମହାକାଶ ପଠାଯିବ ବୋଲି ଜିତେନ୍ଦ୍ର ସିଂହ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ସିଂହ ମଧ୍ୟ ଚନ୍ଦ୍ରଯାନର ସଫଳତାକୁ ଖୁବ୍ ପ୍ରଶଂସା କରିଛନ୍ତି। ମହାକାଶ ଗବେଷଣା କ୍ଷେତ୍ରରେ ଏହା ଇସ୍ରୋର ଏକ ବଡ଼ ଲମ୍ଫ ବୋଲି କହିଛନ୍ତି। 

Advertisment
ISRO Female Robot Space Research Science Minister Gaganyaan Jitendra Singh