Advertisment

SpaDeX ମିଶନ: ଜାନୁଆରୀ ୭ରେ ହୋଇପାରେ ଇନ-ସ୍ପେଶ୍ ଡକିଂ

ସୋମବାର ରାତି ୧୦ଟା ୧୫ ସେକେଣ୍ଡରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ PSLV-C60 ରକେଟ୍ ସହାୟତାରେ ମହାକାଶକୁ ଯାଇଥିଲା ସ୍ପେଡେକ୍ସ-A ଓ ସ୍ପେଡେକ୍ସ-B। ଏବେ ଭୂପୃଷ୍ଠରୁ ପ୍ରାୟ ୪୭୦ କିଲୋମିଟର ଦୂରରେ ସେଗୁଡ଼ିକ ପୃଥିବୀ ଚାରିପଟେ ବୁଲୁଛି।

SpaDeX Mission

SpaDeX Mission

Advertisment

ଇସ୍ରୋ ସ୍ପେଡେକ୍ସ ମିଶନକୁ ନେଇ ବଡ଼ ଅପଡେଟ୍। ଜାନୁଆରୀ ୭ରେ ହୋଇପାରେ ଇନ-ସ୍ପେଶ୍ ଡକିଂ। ଆଉ ସପ୍ତାହେ ପରେ ମହାକାଶରେ ୨ଟି ସ୍ପେଶକ୍ରାଫ୍ଟକୁ ଯୋଡ଼ିପାରେ ଇସ୍ରୋ। ସୋମବାର ରାତି ୧୦ଟାରେ ସ୍ପେଡେକ୍ସ ମିଶନର ସଫଳ ଉତକ୍ଷେପଣ ପରେ, ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଇସ୍ରୋ ପାଇଁ ରିଅଲ ଚ୍ୟାଲେଞ୍ଜ୍। ମହାକାଶକୁ ଯାଇଥିବା ୨ଟି ସ୍ପେଶକ୍ରାଫ୍ଟକୁ ଡକିଂ ପାଇଁ ପ୍ରସ୍ତୁତ କରିବ ଇସ୍ରୋ।

Advertisment

ଗତରାତି ୧୦ଟା ୧୫ ସେକେଣ୍ଡରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ PSLV-C60 ରକେଟ୍ ସହାୟତାରେ ମହାକାଶକୁ ଯାଇଥିଲା ସ୍ପେଡେକ୍ସ-A ଓ ସ୍ପେଡେକ୍ସ-B। ଏହି ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟ ଲଞ୍ଚିଂର ପ୍ରାୟ ୧୫ ମିନିଟ୍ ପରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଥିଲା। ରକେଟରୁ ଟାର୍ଗେଟ୍ ଅଲଗା ହେବାର ୩ ସେକେଣ୍ଡ୍ ପରେ ଚେଜର୍ ଅଲଗା ହୋଇ ଗୋଟିଏ ଦିଗରେ ଯାତ୍ରା ଆରମ୍ଭ କରିଥିଲା। ଏବେ ଭୂପୃଷ୍ଠରୁ ପ୍ରାୟ ୪୭୦ କିଲୋମିଟର ଦୂରରେ ସେଗୁଡ଼ିକ ପୃଥିବୀ ଚାରିପଟେ ବୁଲୁଛି। ଉଭୟ ସ୍ପେଶକ୍ରାଫ୍ଟ ମଧ୍ୟରେ ଦୂରତା ଧୀରେ ଧୀରେ ବୃଦ୍ଧି ପାଇ ଆଜି ସନ୍ଧ୍ୟା ସୁଦ୍ଧା ୨୦ କିଲୋମିଟରରେ ପହଞ୍ଚିବ। ଏହାପରେ ଆଗାମୀ ୪ଦିନ ଯାଏଁ ଡକିଂ ପାଇଁ ସୌରଶକ୍ତି ସଂଗ୍ରହ କରିବ ଏବଂ ଧୀରେ ଧୀରେ ନିକଟତର ହେବ ୨ଟି ସ୍ପେଶକ୍ରାଫ୍ଟ।

ଚେଜରକୁ କ୍ରମାଗତ ଭାବେ ଟାର୍ଗେଟ୍ ପାଖକୁ ଅଣାଯିବ। ଟାର୍ଗେଟ୍ ଠାରୁ ମାତ୍ର ୩ ମିଟର ଦୂରରେ ଥିବା ବେଳେ, ଚେଜର ସେକେଣ୍ଡ ପ୍ରତି ୧୦ ମିଲିମିଟର ବେଗରେ ତା ପାଖକୁ ଯାଇ ଯୋଡ଼ି ହେବା ଆରମ୍ଭ କରିବ। ଏହାପରେ ଉଭୟ ସ୍ପେଶକ୍ରାଫ୍ଟ ମଧ୍ୟରେ ବିଦ୍ୟୁତ ସଂଯୋଗ ହେବ ଏବଂ ପରେ ଅନ୍-ଡକିଂ କରାଯିବ। ପୂରା ପ୍ରକ୍ରିୟା ୬୬ ଦିନ ଭିତରେ ସାରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ। ଏଥିସହ ଗତକାଲି ଭୂପୃଷ୍ଠରୁ ୩୫୦ କିଲୋମିଟର ଉଚ୍ଚତାରେ ପଏମ୍-4 ମଡ୍ୟୁଲର ୨୪ଟି ପେ ଲୋଡ୍ ବି ଅବସ୍ଥାପିତ କରିଛି ଇସ୍ରୋ। ଏହି ଯନ୍ତ୍ର ଗୁଡ଼ିକ ସହାୟତାରେ ମହାକାଶରେ ଝୁଡ଼ଙ୍ଗ ମଞ୍ଜି ଗଜା କରାଯିବ, ପାକସ୍ଥଳୀ ଓ ଅନ୍ତନଳୀର ଜୀବାଣୁ ବଂଶବୃଦ୍ଧି ଅନୁଧ୍ୟାନ କରାଯିବ, ଶାଗ ପତ୍ରରେ ଉଦ୍ଭିଦ କୋଷର ବିକାଶ ଅନୁଧ୍ୟାନ କରାଯିବ।  

Advertisment
ISRO Spadex Mission In-Space Docking
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe