Advertisment

ମୂଷା କି ବାଦୁଡ଼ି ନୁହେଁ, ମଣିଷ ହିଁ ସର୍ବାଧିକ ଭୂତାଣୁ ସଂକ୍ରାମକ

ନିକଟରେ ହୋଇଥିବା ଏକ ବୈଜ୍ଞାନିକ ଅନୁସନ୍ଧାନ ଆଶ୍ଚର୍ଯ୍ୟଜନକ ସତ୍ୟର ଖୁଲାସା କରିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ବର୍ଷ ବର୍ଷ ଧରି ବାଦୁଡ଼ି ଓ ମୂଷାମାନଙ୍କୁ ନେଇ ଏକ ଧାରାଣା ରହିଛି ଯେ, ଏହି ଦୁଇ ଜୀବ ଭୂତାଣୁ ସଂକ୍ରମଣ କରି ମାନବ ଶରୀରରେ ରୋଗ ବିସ୍ତାରର ପ୍ରମୁଖ କାରଣ। ହେଲେ ନିକଟରେ ହୋଇଥିବା ଏକ ବୈଜ୍ଞାନିକ ଅନୁସନ୍ଧାନ ଆଶ୍ଚର୍ଯ୍ୟଜନକ ସତ୍ୟର ଖୁଲାସା କରିଛି। ବାସ୍ତବରେ ଭୂତାଣୁ ସଂକ୍ରମଣରେ ମାନବ ହିଁ ସବୁଠୁ ବଡ଼ ବିପଦ। କାରଣ ମାନବ ଅନ୍ୟ ଜୀବଜନ୍ତୁଙ୍କ ତୁଳନାରେ ଦୁଇ ଗୁଣା ଅଧିକ ଭୂତାଣୁ ସଂକ୍ରମଣ କରିଥାଏ ବୋଲି ଅନୁଧ୍ୟାନରୁ ଜଣାପଡିଛି। 

Advertisment

ୟୁନିଭରସିଟି କଲେଜ ଲଣ୍ଡନର ଅନୁସନ୍ଧାନକାରୀମାନେ ଏହା ଜାଣିବାକୁ ପାଇଛନ୍ତି। ଭାଇରାଲ ଜିନୋମକୁ ବିଶ୍ଳେଷଣ କରି ସେମାନେ ଜାଣିବାକୁ ପାଇଲେ ଯେ, ଅଧିକାଂଶ କ୍ଷେତ୍ରରେ (୬୪%) ଭୂତାଣୁ ମଣିଷଠାରୁ ଅନ୍ୟ ପ୍ରାଣୀ (ଆନ୍ଥ୍ରୋପୋନୋସିସ୍)କୁ ଡେଇଁଥାଏ। ବିଶ୍ୱସ୍ତରରେ ବ୍ୟାପକ ଜନସଂଖ୍ୟା ବୃଦ୍ଧି ଏହି ବିଶ୍ଲେଷଣକୁ ସୂଚିତ କରୁଛି। 

ବୈଜ୍ଞାନିକଙ୍କ କହିବା ଅନୁସାରେ, ମାନବର କାର୍ଯ୍ୟକଳାପ ଭୂତାଣୁ ସଂକ୍ରମଣର ଆଉ ଏକ କାରଣ। ବାସସ୍ଥାନ ନଷ୍ଟ ଏବଂ ପ୍ରଦୂଷଣ ବୃଦ୍ଧି କାରଣରୁ ଭୂତାଣୁ ପ୍ରାଣୀମାନଙ୍କ ଶରୀର ଉପରେ କୁପ୍ରଭାବ ପକାଉଛି, ଯାହା ଫଳରେ ସଂକ୍ରମଣ ପ୍ରବାହ ବଢୁଛି। ଏହା ଭବିଷ୍ୟତ ପାଇଁ ଦୁଇ ଗୁଣା ବିପଦ ସୃଷ୍ଟି କରିପାରେ। ଭୂତାଣୁ ସମ୍ଭବତଃ ମାନବକୁ ସଂକ୍ରମିତ କରିପାରେ କିମ୍ବା ବିଲୁପ୍ତପ୍ରାୟ ପ୍ରଜାତି ପାଇଁ ବିପଦ ହୋଇପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି।  

Advertisment

UCL ଜେନେଟିକ୍ସ ଇନଷ୍ଟିଚ୍ୟୁଟର ସହ-ଲେଖକ ପ୍ରଫେସର ଫ୍ରାଙ୍କୋଇସ୍ ବାଲୁକ୍ସ କହିଛନ୍ତି, ଏହି ଅନୁଧ୍ୟାନ ମାଧ୍ୟମରେ ଉଭୟ ପଶୁ ଏବଂ ମାନବ ମଧ୍ୟରେ ଭୂତାଣୁ ସଂକ୍ରମଣର ସର୍ବେକ୍ଷଣ ଏବଂ ନୀରିକ୍ଷଣ କରି ଭାଇରାଲ୍ ବିବର୍ତ୍ତନକୁ ଭଲ ଭାବରେ ବୁଝିବାରେ ସହାୟକ ହେବ। ଏଥିସହ ଭବିଷ୍ୟତରେ ଭୂତାଣୁ ସଂକ୍ରମଣ ଏବଂ ମହାମାରୀକୁ ରୋକିବା ପାଇଁ ପୂର୍ବ ପ୍ରସ୍ତୁତି କ୍ଷେତ୍ରରେ ଦିଶା ଦେଖାଇବ। 

Research Viral Transmission Viral Disease Zoonotic Diseases Virus Spread