Advertisment

ଗୁଜରାଟରୁ ମିଳିଲା ବିଶାଳକାୟ ବାସୁକି ସାପର ଜୀବାସ୍ମ, ଡାଇନୋସର ଠାରୁ ବି ବଡ଼

ଏହା ବିଶ୍ୱର ସବୁଠାରୁ ବଡ଼ ସାପ ହୋଇପାରେ। ଏହାର ଲମ୍ବ ୧୧ରୁ ୧୫ ମିଟର।

author-image
Hemant Lenka
ଅଦ୍ୟତନ ହୋଇଛି
Snake

Snake

ଏକଦା ପୃଥିବୀରେ ରହୁଥିବା ବିଶାଳୟକାୟ ବାସୁକି ଇଣ୍ଡିକସ୍ ନାମକ ଗୋଟିଏ ନୂତନ ପ୍ରାଚୀନ ପ୍ରଜାତିର ସାପର ଜୀବାସ୍ମକୁ ଠାବ କରିଛନ୍ତି ବୈଜ୍ଞାନିକ। ଗୁଜରାଟରୁ ଏହି ବିଶାଳୟକାୟ ସାପର ଜୀବାସ୍ମ ମିଳିଛି। ଏହି ପ୍ରଜାତିର ସାପ ୪.୭ କୋଟି ବର୍ଷ ପୂର୍ବେ ଗୁଜରାଟରେ ରହୁଥିଲେ। ଏହି ସାପ ବିଶାଳକାୟ ଡାଇନୋସନର ଠାରୁ ମଧ୍ୟ ବଡ଼।

Advertisment

ଗବେଷକମାନେ ଦାବି କରିଛନ୍ତି, ଏହା ବିଶ୍ୱର ସବୁଠାରୁ ବଡ଼ ସାପ ହୋଇପାରେ। ଏହାର ଲମ୍ବ ୧୧ରୁ ୧୫ ମିଟର। ବର୍ତ୍ତମାନ ବିଲୁପ୍ତ ହୋଇସାରିଥିବା ମ୍ୟାଡସୋଏଡା ସାପର ବଂଶଜ ବୋଲି କୁହାଯାଉଛି। କିନ୍ତୁ ବାସୁକି ଇଣ୍ଡିକସ୍‌ କେବଳ ଭାରତରେ ହିଁ ବସବାସ କରୁଥିଲେ।

ଆଇଆଇଟି ରୁର୍‌କିର ପ୍ରଫେସର ସୁନୀଲ ବାଜପେୟୀ ଓ ପ୍ରଫେସର ଦେବଜିତ ଦତ୍ତ ବିଲୁପ୍ତ ସାପର ଜୀବାସ୍ମକୁ ଗୁଜରାଟର କଚ୍ଚରୁ ଠାବ କରିଛନ୍ତି। ୨୦୦୫ରୁ ଏହାକୁ ଠାବ କରାଯାଇଥିବା ବେଳେ ଏବେ ଏହା ବିଷୟରେ ତଥ୍ୟ ସାର୍ବଜନୀନ କରାଯାଇଛି।

Advertisment

Scientific Reports' on 'Springer Natureରେ କୁହାଯାଇଛି ଯେ ଗବେଷକମାନେ ପ୍ରାୟ ୪୭ ନିୟୁତ ବର୍ଷ ପୂର୍ବେ ଗୁଜରାଟରେ ଦେଖାଯାଉଥିବା ବିଶାଳକାୟ ସାପର ଜୀବାସ୍ମ ଠାବ କରିଛନ୍ତି। କଚ୍ଚରେ ଥିବା ପାନନ୍ଦ୍ରାଓ ଲିଗ୍ନାଇଟ୍ ଖଣିରୁ ଠାବ ହୋଇଥିବା ନମୁନାକୁ ଯାଞ୍ଚ କରାଯାଇଥିଲା।

ହିନ୍ଦୁ ଦେବତା ଶିବଙ୍କ ବେକରେ ସାପ ସାଧାଣତଃ ଗୁଡ଼ାଇ ହୋଇ ରହିଥାଆନ୍ତି। ତେଣୁ ଏହି ନୂତନ ପ୍ରଜାତିର ନାମ ବାସୁକି ଇଣ୍ଡିକସ୍ ରଖାଯାଇଛି। ଗବେଷକମାନେ ଭଲ ଭାବେ ସଂରକ୍ଷିତ ହୋଇ ରହିଥିବା ୨୭ଟି vertebrae ସମ୍ପର୍କରେ ବର୍ଣ୍ଣନା କରିଛନ୍ତି।

vertebraeର ଦୈର୍ଘ୍ୟ ୩୭.୫ ରୁ ୬୨.୭ ମିଲିମିଟର ଓ ମୋଟେଇ ୬୨.୪ରୁ ୧୧.୪ ମିଲିମିଟର ମଧ୍ୟରେ ହେବ। ବାସୁକି ଇଣ୍ଡିକସର ଶରୀର ସିଲିଣ୍ଡର ପରି। ଏହା ଆଜି ପର୍ଯ୍ୟନ୍ତ ଦୀର୍ଘତମ ଜଣାଶୁଣା ସାପ ଟିଟାନୋବା ଠାରୁ ବି ବଡ଼। ବାସୁକି ଇଣ୍ଡିକସ ବିଶାଳକାୟ ହୋଇଥିବାରୁ ଶିକାର କଲାବେଳେ ଏହା ଆନାକୋଣ୍ଡା ପରି ଅତ୍ୟନ୍ତ ମନ୍ଥର ବେଗରେ ଆଗକୁ ବଢ଼େ।

ଟିଟାନୋବା ୬୦ ନିୟୁତ ବର୍ଷ ପୂର୍ବେ କଲମ୍ବୋରେ ରହୁଥଲେ। ଏହା ଲମ୍ବ ୪୩ ଫୁଟ ଓ ଓଜନ ୧ ଟନ୍‌ରୁ ଅଧିକ ରହିଥିଲା। ବାସୁକି ତୁଳନାରେ ଟିଟାନୋବାର ମେରୁଦଣ୍ଡ ସାମାନ୍ୟ ବଡ଼। ଏସିଆରେ ଏଯାଏ ଠାବ ହୋଇଥିବା ସବୁଠାରୁ ବଡ଼ ସାପର ଲମ୍ବ ୧୦ ମିଟର ବା ୩୩ ‍ଫୁଟ ରହିଥିଲା।

Gujarat Snake God