Advertisment

କିଏ ଅଧିକ ସ୍ମାର୍ଟ, ପୁଅ ନା ଝିଅ? ବୈଜ୍ଞାନିକ କଲେ ଖୁଲାସା

ଜର୍ମାନୀର ତୁବିଙ୍ଗେନ୍ ୟୁନିଭରସିଟିର ଅନୁଧ୍ୟାନକାରୀମାନେ ପୁଅ ଓ ଝିଅଙ୍କ ମଧ୍ୟରେ କିଏ ବେଶି ସ୍ମାର୍ଟ ତାହାର ଖୁଲାସା କରିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ପୁଅ ଓ ଝିଅଙ୍କୁ ନେଇ ସର୍ବଦା ଏକ ଚର୍ଚ୍ଚା ହୁଏ, ବାସ୍ତବରେ ଭଲ କିଏ। କିଏ ଅଧିକ ସ୍ମାର୍ଟ? କାହାର ଚିନ୍ତନ ଶକ୍ତି ଜଟିଳ? କିଏ ବେଶି ଚାଲାକ୍ ଆଉ କିଏ ଭଲ? ଏସବୁ ତର୍ଜମା ମଧ୍ୟରେ ଅନେକ ନିଜ ନିଜର ଦୃଷ୍ଟିକୋଣରୁ ଟିପ୍ପଣୀ ଦିଅନ୍ତି। କିନ୍ତୁ ବୈଜ୍ଞାନିକ ଅନୁସନ୍ଧାନ କ'ଣ କହେ, ତାହା ଏବେ ଜଣାପଡ଼ିଛି...

Advertisment

ଏକ ନୂତନ ଅନୁଧ୍ୟାନରୁ ଜଣାଯାଇଛି ଯେ, ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କ ମସ୍ତିଷ୍କ କାର୍ଯ୍ୟକଳାପ ଅଧିକ ଜଟିଳ। ଜର୍ମାନୀର ତୁବିଙ୍ଗେନ୍ ୟୁନିଭରସିଟିର ଅନୁଧ୍ୟାନକାରୀମାନେ ଏହା ଜାଣିବାକୁ ପାଇଛନ୍ତି।

ଅଧ୍ୟୟନ ସମୟରେ, ଗବେଷକମାନେ ଗର୍ଭସ୍ଥ ଶିଶୁ ଏବଂ ଶିଶୁମାନଙ୍କ ମସ୍ତିଷ୍କ sound stimulation(କୌଣସି ଜିନିଷ ବା ଘଟଣା ବାବଦରେ ଶୁଣିବା ପରେ କିପରି ପ୍ରତିକ୍ରିୟା କରୁଛି), ତାର ବିଦ୍ୟୁତ ସ୍ରୋତ ଦ୍ୱାରା ଉତ୍ପନ କରୁଥିବା ଚୁମ୍ବକୀୟ କ୍ଷେତ୍ରକୁ ମାପ କରିଥିଲେ। ଏଥିପାଇଁ ଗବେଷକମାନେ ଏକ ଇମେଜିଙ୍ଗ୍ ଟେକନିକର ବ୍ୟବହାର କରିଥିଲେ, ଯାହାକୁ ମ୍ୟାଗ୍ନେଟୋଏନ୍ସଫାଲୋଗ୍ରାଫି (MEG) କୁହାଯାଉଛି। 

Advertisment

ଅନୁସନ୍ଧାନକାରୀମାନେ ଏହି ଅନୁଧ୍ୟାନ ପାଇଁ ୧୩ରୁ ୫୯ ଦିନ ମଧ୍ୟରେ ଜନ୍ମ ହୋଇଥିବା ୨୦ଟି ଶିଶୁ ଏବଂ ୬-୯ ମାସ ମଧ୍ୟରେ ଥିବା ୪୩ଟି ଗର୍ଭସ୍ଥ ଶିଶୁଙ୍କ ଡାଟା ପରୀକ୍ଷା କରିଥିଲେ। ଏହି ଶବ୍ଦକୁ 'ସାଉଣ୍ଡ ବେଲୁନ୍' ବ୍ୟବହାର କରି ଭୃଣ ନିକଟରେ ବଜାଯାଇଥିଲା। ଯାହାକୁ ଗର୍ଭବତୀ ମହିଳାଙ୍କ ପେଟ ଏବଂ ମ୍ୟାଗ୍ନେଟୋଏନ୍ସଫାଲୋଗ୍ରାଫି ସେନ୍ସର ମଧ୍ୟରେ ସୁରକ୍ଷିତ ଭାବେ ରଖାଯାଇଥିଲା। 

ଏଥିରୁ ଜଣାଗଲା ଯେ, ଯେତେବେଳେ ଭୃଣ ଏବଂ ନବଜାତ ଶିଶୁମାନଙ୍କଠାରେ ସ୍ନାୟୁଗତ ପ୍ରଣାଳୀ ବୃଦ୍ଧିପାଏ, ସେତେବେଳେ ମସ୍ତିଷ୍କରେ ଥିବା ସଙ୍କେତର ଜଟିଳତା ହ୍ରାସ ପାଇବା ଭଳି ଦେଖାଯାଏ। ଏହି ପ୍ରକ୍ରିୟା ଝିଅମାନଙ୍କ ତୁଳନାରେ ପୁଅମାନଙ୍କ କ୍ଷେତ୍ରରେ ଅଧିକ ଦେଖା ଦେଇଥିଲା, ଯାହାର ଅର୍ଥ ପୁଅମାନଙ୍କ ମସ୍ତିଷ୍କ ଜଟିଳତା କମ୍।

ମସ୍ତିଷ୍କରେ ଅଧିକ ଜଟିଳତା ଏବଂ କମ୍ ଜଟିଳତା ମଧ୍ୟରେ ପାର୍ଥକ୍ୟ କ'ଣ?
ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଅଧିକ ମସ୍ତିଷ୍କ ଜଟିଳତାର ବ୍ୟକ୍ତିମାନେ ଯୋଜନା ଏବଂ ନିଷ୍ପତ୍ତି ନେବାରେ ଧୂର୍ତ୍ତ। ସେମାନଙ୍କର ଉନ୍ନତ କାର୍ଯ୍ୟଦକ୍ଷତା ଥାଏ ଏବଂ ସେମାନେ କୌଣସି ବିଷୟ ଉପରେ ତୀବ୍ର ପ୍ରତିକ୍ରିୟା ଦିଅନ୍ତି। 

ଏହି ସମୟରେ କମ୍ ଜଟିଳତା ଥିବା ମସ୍ତିଷ୍କର ବ୍ୟକ୍ତିଙ୍କର ସୂଚନା ଆଦାନପ୍ରଦାନ କ୍ଷମତା ଧୀର ବା ନଷ୍ଟ ହୋଇଯାଏ। ସେମାନେ ସର୍ବଦା ଶୋଇ ରହିଥିବା ଭଳି କାର୍ଯ୍ୟ କରନ୍ତି। 

ଅନୁସନ୍ଧାନକାରୀମାନେ ଆଶା କରିଥିଲେ ଯେ, ଗର୍ଭସ୍ଥ ଶିଶୁର ବୃଦ୍ଧି ଏବଂ ଶିଶୁମାନଙ୍କ ବୟସ ବଢ଼ିବା ମଧ୍ୟରେ ସେମାନଙ୍କ ମସ୍ତିଷ୍କ ଜଟିଳତା ପ୍ରଣାଳୀ ବୃଦ୍ଧି ପାଇବ। କିନ୍ତୁ ଏପରି ହୋଇନଥିଲା। ମହିଳାମାନଙ୍କ କ୍ଷେତ୍ରରେ ପୁରୁଷମାନଙ୍କର ମସ୍ତିଷ୍କ ଜଟିଳତା ଶୀଘ୍ର ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା। ଏହାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ, ଶାରୀରିକ ବିକାଶ ସମୟରେ ମସ୍ତିଷ୍କ ଦ୍ୱାରା ହେଉଥିବା ଅନାବଶ୍ୟକୀୟ କୋଷ ଏବଂ ସଂଯୋଗକୁ ହଟାଇ ନିଜ ପ୍ରକ୍ରିୟାକୁ ସରଳ କରିବା ଦ୍ୱାରା ହେଉଥାଇପାରେ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି। 

Study Brain Study Brain Complexities Girls Smarter Or Boys Who Is Smarter