Advertisment

ଶସ୍ତାରେ କରିବେ ବିମାନ ଯାତ୍ରା ! ଗୁଗୁଲ୍ ଆଣୁଛି ଫିଚର୍

ମହଙ୍ଗା ବିମାନ ଯାତ୍ରା ସମୟରେ ଗୁଗୁଲ୍ ଆଣିଛି ଖୁସି ଖବର। ଏଣିକି କିପରି ଶସ୍ତାରେ ଫ୍ଲାଇଟ୍ ଟିକେଟ୍ ବୁକ୍ କରିବେ ତା'ର ବାଟ ବତାଇବ ଗୁଗୁଲ୍।

Flights

Flights

Advertisment

ମହଙ୍ଗା ବିମାନ ଯାତ୍ରା ସମୟରେ ଗୁଗୁଲ୍ ଆଣିଛି ଖୁସି ଖବର। ଏଣିକି କିପରି ଶସ୍ତାରେ ଫ୍ଲାଇଟ୍ ଟିକେଟ୍ ବୁକ୍ କରିବେ ତା'ର ବାଟ ବତାଇବ ଗୁଗୁଲ୍। ଏଥିପାଇଁ ଏକ ନୂଆ ଫିଚର୍ ଆଣିବାକୁ ଯାଉଛି। ଆଉ ଏହି ଫିଚର୍ ସାହାଯ୍ୟରେ କେଉଁ ବିମାନରେ, କେବେଠାରୁ ଏବଂ କେତେବେଳେ ଟିକେଟ୍ ବୁକ୍ କଲେ ଶସ୍ତାରେ ପାଇବେ ତାର ଉପାୟ ଜାଣିପାରିବେ। ଚଳିତ ସପ୍ତାହରେ ଗୁଗୁଲ୍ ଫ୍ଲାଇଟ୍ସ ଏହି ଫିଚର୍ ଲଞ୍ଚ୍ କରିବା ନେଇ ଲକ୍ଷ୍ୟ ରଖିଛି।

Advertisment

ଗୁଗୁଲ ଏକ ବ୍ଲଗ୍ ପୋଷ୍ଟରେ କହିଛି ଯେ, ଆଗକୁ ଆସୁଥିବା ଫିଚର୍ ସାହାଯ୍ୟରେ କେଉଁ ଫ୍ଲାଇଟ୍‌ କେତେବେଳେ କେତେ ଟଙ୍କାରେ ଟିକେଟ ଦେଉଛି ସହଜରେ ଜାଣିପାରିବେ। ଏଥିସହ କେଉଁ ସ୍ଥାନକୁ କେଉଁ ସମୟରେ ଯାତ୍ରା କଲେ ସୁବିଧାରେ ଟିକେଟ୍ ମିଳିବ ତା'ର ମଧ୍ୟ ବାଟ ବତାଇଦେବ। ଏଥିପାଇଁ ଗୁଗୁଲ୍ ଫ୍ଲାଇଟ୍ସରେ ହିଷ୍ଟୋରିକାଲେ ଟ୍ରେଡ୍ ଏବଂ ଡାଟା ଯୋଡା ଯାଇଛି। 

ଏହା ବ୍ୟତୀତ ଆଉ ଏକ ଆକର୍ଷଣୀୟ ଫିଚର୍ ରଖିଛି ଗୁଗୁଲ୍। ଟିକେଟ୍ ବୁକ୍ କରିବା ପରେ ଯଦି ମୂଲ୍ୟ ହ୍ରାସ ପାଏ, ତେବେ ଗୁଗୁଲ ଫ୍ଲାଇଟ୍ସ ଆପଣ ଅଧିକ ପୈଠ କରିଥିବା ଅର୍ଥ ଫେରସ୍ତ କରିଦେବ। ଯେଉଁମାନ ଦୀର୍ଘ ଦୁଇରୁ ତିନି ମାସ ପୂର୍ବରୁ ଟିକେଟ୍ କରିବା ପରଠାରୁ ଉଡାଣ ପର୍ଯ୍ୟନ୍ତ ଟିକେଟ୍ ଦାମ୍ କମିଲା କି ବଢିଲା ଚେକ୍ ସେମାନଙ୍କ ପାଇଁ ଏହା ଏକ ସୁଯୋଗ ଦେବ। ଯଦି କୌଣସି କାରଣ ବଶତଃ ବିମାନ ଟିକେଟ୍ ମୂଲ୍ୟ ହ୍ରାସପାଏ ତେବେ ଅବଶିଷ୍ଟ ଅର୍ଥ ରାଶି ଫେରସ୍ତ ପାଇପାରିବେ। ଗୁଗୁଲ୍ ପେ ମାଧ୍ୟମରେ ଏହି ଟଙ୍କା ଫେରସ୍ତ ପାଇପାରିବେ ବୋଲି ବ୍ଲଗ୍ ପୋଷ୍ଟରେ କହିଛି ଟେକ୍ ଜାଏଣ୍ଟ। 

Advertisment

ସବୁଠୁ ବଡ କଥା ହେଉଛି କି, ଏହି ସୁବିଧା ପାଇଁ ଆମଣଙ୍କୁ ବାରମ୍ୱାର ପେଜକୁ ଯାଇ ଚେକ୍ କରିବାକୁ ପଡିବନି। ଯଦି ଗୁଗୁଲ୍ ଫ୍ଲାଇଟ୍‌ସରେ ପ୍ରାଇସ୍ ଟ୍ରାକିଂ ସିଷ୍ଟମ୍‌କୁ ଟର୍ଣ୍ଣ ଅନ୍‌ କରି ରଖନ୍ତି, ତେବେ ଫ୍ଲାଇଟ୍ ଟିକେଟ୍ କମିବା ମାତ୍ରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ଆସିଯିବ। ଏହା ସହ ଯଦି କୌଣସି ନିର୍ଦ୍ଦିଷ୍ଟ ଦିନ କିମ୍ବା ତାରିଖ ପାଇଁ ପ୍ରାଇସ୍‌ ଟ୍ରାକିଂ କରିବାକୁ ଚାହୁଁଛନ୍ତି ତେବେ ଅପ୍ସନ୍ ବାରରେ ମଧ୍ୟ ଏହାର ସୁବିଧା ପାଇପାରିବେ। ଏଥିପାଇଁ ଗୁଗୁଲରେ ସାଇନ୍ ଇନ୍ କରି ଫ୍ଲାଇଟ୍ ଟିକେଟ୍ ବୁକକୁ ନେଇ ସମସ୍ତ ଡାଟା ଜାଣିପାରିବେ। 

Google Google New Feature Google Flights
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe