Advertisment

ଦିଲ୍ଲୀକୁ ପଛରେ ପକାଇଲା ଅନୁଗୋଳ; ‘ଅତି ସାଂଘାତିକ’ ପ୍ରଦୂଷଣ ସ୍ଥିତିରେ ଓଡ଼ିଶାର ୬ ସହର

AQI କ୍ୟାଟାଗୋରୀ ଅନୁଯାୟୀ, ବାୟୁ ପ୍ରଦୂଷଣ ମାତ୍ରା ୩୦୦ରୁ ଅଧିକ ରହିଲେ ସାଂଘାତିକ ବୋଲି ଧରାଯାଏ।

Anugul air pollution

Anugul air pollution

Advertisment

ଦିଲ୍ଲୀ ଭଳି ରାଜଧାନୀ ଓଡ଼ିଶାରେ ମଧ୍ୟ ଅସହ୍ୟ ହେଲାଣି ବାୟୁ ପ୍ରଦୂଷଣ। ଗତକାଲି ରାଜଧାନୀ ଭୁବନେଶ୍ୱରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଥିଲା ୩୩୪।

Advertisment

ଖାଲି ଭୁବନେଶ୍ୱର କାହିଁକି ରାଜ୍ୟର ବିଭିନ୍ନ ସହରରେ ମଧ୍ୟ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁଯାୟୀ ଅତି ସାଙ୍ଘାତିକ ସ୍ଥିତିରେ ଦେଶର ୧୬ଟି ସହର ଥିବା ବେଳେ, ଏଥିରେ ଓଡ଼ିଶାର ୬ ସହର ରହିଛି।

ଗତକାଲି ଅନୁଗୁଳରେ ବାୟୁ ପ୍ରଦୂଷଣ ମାତ୍ରା ସର୍ବାଧିକ ୩୫୨ ରହିଥିଲା, ଯାହାକି ଦିଲ୍ଲୀର ୩୪୫ ତୁଳନାରେ ଅଧିକ। ସେହିପରି କଟକରେ ବାୟୁ ପ୍ରଦୂଷଣ ମାତ୍ରା ୩୪୦ ଥିଲା ବେଳେ ବାଲେଶ୍ୱରରେ ୩୩୪, କେନ୍ଦୁଝରରେ ୩୨୬, ତାଳଚେରରେ ୩୦୪ ରହିଛି। ରାଇରଙ୍ଗପୁରରେ ବାୟୁ ପ୍ରଦୂଷଣ ମାତ୍ରା ୩୦୦ ଓବଡ଼ବିଲରେ ୨୯୨ ରହିଛି, ଯାହାକି ସାଙ୍ଘାତିକ ସ୍ଥିତି ବୋଲି ଦର୍ଶାଯାଇଛି।

Advertisment

AQI କ୍ୟାଟାଗୋରୀ ଅନୁଯାୟୀ, ବାୟୁ ପ୍ରଦୂଷଣ ମାତ୍ରା ୩୦୦ରୁ ଅଧିକ ରହିଲେ ସାଂଘାତିକ ବୋଲି ଧରାଯାଏ।

Anugul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe