Advertisment

ଆପଣଙ୍କ ଘରେ ଥିବା ପାଣି ବିଶୋଧନକାରୀ ମେସିନ୍ କେତେ ଠିକ୍?

ନୂଆଦିଲ୍ଲୀ: ଗାଁଠୁ ସହର ଏବେ ସମସ୍ତ ଘରେ ପ୍ରାୟତଃ ଜଳ ବିଶୋଧନକାରୀ ମେସିନ୍ ରହିଛି। ‘ଆରଓ’ ଓ ଡିଜିଟାଲ ଡିସପ୍ଲେ ସହିତ ଏବେ ଓ୍ୱାଟର ପ୍ୟୁରିଫାୟର ମଧ୍ୟ ଉପଲବ୍ଧ। ହେଲେ ଏହାରି ମଧ୍ୟରେ ଅନେକ ସମୟରେ ଅଭିଯୋଗ ଆସେ ‘ଆରଓ’ ଶରୀର ପାଇଁ କ୍ଷତିକାରକ, ଲାଭ ଇତ୍ୟାଦି। ସେହିଭଳି ବିଶୁଦ୍ଧ ପାଣି ନାଁରେ ଦୋକାନ ବଜାର, ହୋଟେଲ, ଟ୍ରେନ ଆଦିରେ ବିଭିନ୍ନ କମ୍ପାନୀର ପ୍ୟାକେଜଡ ପାଣି ବୋତଲ ବିକ୍ରି ହୁଏ। ହେଲେ ଏହି ପାଣି କେତେ ବିଶୁଦ୍ଧ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଆପଣଙ୍କ ଘରେ ଥିବା ପାଣି ବିଶୋଧନକାରୀ ମେସିନ୍ କେତେ ଠିକ୍?

water-purifier

ନୂଆଦିଲ୍ଲୀ: ଗାଁଠୁ ସହର ଏବେ ସମସ୍ତ ଘରେ ପ୍ରାୟତଃ ଜଳ ବିଶୋଧନକାରୀ ମେସିନ୍ ରହିଛି। ‘ଆରଓ’ ଓ ଡିଜିଟାଲ ଡିସପ୍ଲେ ସହିତ ଏବେ ଓ୍ୱାଟର ପ୍ୟୁରିଫାୟର ମଧ୍ୟ ଉପଲବ୍ଧ। ହେଲେ ଏହାରି ମଧ୍ୟରେ ଅନେକ ସମୟରେ ଅଭିଯୋଗ ଆସେ ‘ଆରଓ’ ଶରୀର ପାଇଁ କ୍ଷତିକାରକ, ଲାଭ ଇତ୍ୟାଦି। ସେହିଭଳି ବିଶୁଦ୍ଧ ପାଣି ନାଁରେ ଦୋକାନ ବଜାର, ହୋଟେଲ, ଟ୍ରେନ ଆଦିରେ ବିଭିନ୍ନ କମ୍ପାନୀର ପ୍ୟାକେଜଡ ପାଣି ବୋତଲ ବିକ୍ରି ହୁଏ। ହେଲେ ଏହି ପାଣି କେତେ ବିଶୁଦ୍ଧ ପ୍ରଶ୍ନ ଆସେ ଯେତେବେଳେ ପ୍ୟାକେଜଡ ପାଣି ବୋଟଲରୁ ଅନେକ ଅପରିସ୍କାର ସାମଗ୍ରୀ ଉଦ୍ଧାର ହୁଏ। ଏମିତିକି ପ୍ପାଷ୍ଟିକକୁ ନେଇ ପ୍ରଶ୍ନ ଉଠେ।

Advertisment

ଏବେ କିନ୍ତୁ ଏହି ସବୁ ପିଇବା ପାଣିର ଗୁଣବତ୍ତା ବା ମାନ ଯାଞ୍ଚ କରିବେ କେନ୍ଦ୍ର ସରକାର। ପାଣି ଭର୍ତ୍ତି ବୋଟଲ ହେଉ ଅବା ବଡ଼ ବଡ଼ ପାଣି ଫିଲଟରର ମାନ ଯାଞ୍ଚ କରିବେ ସରକାର। ଏନଜିଟିର ଛାଟ ପରେ କେନ୍ଦ୍ର ସରକାର ଏକ ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି। ଏବେ ଏହି ଆଧାରରେ ସରକାର ପାଣିର ମାନ ଯାଞ୍ଚ କରିବେ। ଏହି ମାନଦଣ୍ଡ ବିଏସଆଇ ମାର୍କ ରହିଛି।

କେନ୍ଦ୍ର ପରିବେଶ ମନ୍ତ୍ରାଳୟ ପାଣିର ମାନ ପାଇଁ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ, ଖାଦ୍ୟ ନିରାପଦା ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟିର ନିୟମକୁ ଆଧାର କରି ଏକ ଗୁଣବତ୍ତା ନିର୍ଦ୍ଧାରଣ କରିବାକୁ କହିଥିଲେ। ଏହାପରେ  ଗତବର୍ଷ ପରିବେଶ ମନ୍ତ୍ରାଳୟକୁ ବର୍ଷେ ମଧ୍ୟରେ ଏକ ରିପୋର୍ଟ ଦେବାକୁ ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନଜିଟି) କହିଥିଲେ। ଏମିତିକି ବର୍ଷ ଶେଷ ବେଳକୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିବାକୁ କହିଥିଲେ।

Advertisment

ଏବେ ସରକାର ସମସ୍ତ ପାଣି ଫିଲଟର ତିଆରି ଏବଂ ବିକ୍ରି କରୁଥିବା କମ୍ପାନୀକୁ ସାମିଲ୍ କରି ଏକ ବୈଠକ କରିଥିବା ସୂଚନା ରହିଛି। ଏନଜିଟିର ନିର୍ଦ୍ଦେଶ ଅନୁଯାୟୀ ସରକାର ଏବଂ ଜଳ ବିଶୋଧନକାରୀ କମ୍ପାନୀ ମଧ୍ୟରେ ବୁଝାମଣା ହୋଇସାରିଛି। ଖୁବଶୀଘ୍ର ବିଏସଆଇ ଏକ ବିଜ୍ଞପ୍ତି ପ୍ରକାଶ  କରିବ ବୋଲି ସୂଚନା ରହିଛି। ପାଣିର ଟିଡିଏସ ଲେଭେଲ୍ କେତେ ଅଛି ପୂର୍ବରୁ କେତେ ଅଛି ଦେଖିବ ବୋଲି ଜଣାପଡ଼ିଛି।