Advertisment

କରୋନା ମୁକାବିଲା ପାଇଁ କାହିଁକି ସାବୁନରେ ହାତ ଧୋଇବା ଜରୁରୀ?

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ମହାମାରୀ ବୋଲି ଘୋଷିତ ହୋଇଛି କରୋନା ଭାଇରସ (କୋଭିଡ-୧୯)। ଚୀନର ଉହାନ ସହର ଏହି ଘାତକ ଭାଇରସର କେନ୍ଦ୍ରସ୍ଥଳୀ ବୋଲି କହୁଯାଉଛି। ୨୦୧୯ ଡିସେମ୍ୱର ଶେଷ ଭାଗରୁ ଏହି ଭାଇରସ ବ୍ୟାପିଥିବା କୁହାଯାଉଛି। ଶନିବାର ସୁଦ୍ଧା ସାରା ବିଶ୍ୱରେ ୫,୭୬୪ ଜଣଙ୍କର ମୃତ୍ୟୁ ଘଟିଛି। ଚୀନ ପରେ ଇଟାଲୀ, ଇରାନ ଓ ସ୍ପେନରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଭାରତରେ ଏଯାବତ ୧୦୭ ଜଣ କରୋନାରେ ଚିହ୍ନଟ […]

author-image
Subhransu Sekhar
ଅଦ୍ୟତନ ହୋଇଛି
କରୋନା ମୁକାବିଲା ପାଇଁ କାହିଁକି ସାବୁନରେ ହାତ ଧୋଇବା ଜରୁରୀ?

hand wash

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ମହାମାରୀ ବୋଲି ଘୋଷିତ ହୋଇଛି କରୋନା ଭାଇରସ (କୋଭିଡ-୧୯)। ଚୀନର ଉହାନ ସହର ଏହି ଘାତକ ଭାଇରସର କେନ୍ଦ୍ରସ୍ଥଳୀ ବୋଲି କହୁଯାଉଛି। ୨୦୧୯ ଡିସେମ୍ୱର ଶେଷ ଭାଗରୁ ଏହି ଭାଇରସ ବ୍ୟାପିଥିବା କୁହାଯାଉଛି। ଶନିବାର ସୁଦ୍ଧା ସାରା ବିଶ୍ୱରେ ୫,୭୬୪ ଜଣଙ୍କର ମୃତ୍ୟୁ ଘଟିଛି। ଚୀନ ପରେ ଇଟାଲୀ, ଇରାନ ଓ ସ୍ପେନରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଭାରତରେ ଏଯାବତ ୧୦୭ ଜଣ କରୋନାରେ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି।

Advertisment

ଉଭୟ କେନ୍ଦ୍ର ସରକାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଲୋକଙ୍କୁ ସଚେତନ କରିବାକୁ ଯାଇ ହାତକୁ ବାରମ୍ୱାର ପରିଷ୍କାର କରିବାକୁ କୁହାଯାଉଛି। କାରଣ ଏହି ଭାଇରସ ପାଟି ଓ ନାକ ଦେଇ ମଣିଷର ଶରୀର ଭିତରେ ପ୍ରବେଶ କରିଥାଏ। ତେଣୁ ହାତ ମିଳାଇବା ପାଇଁ ମନା କରାଯାଉଛି। ଏଥିସହିତ କାଶିବା କିମ୍ୱା ଛିଙ୍କିଲା ବେଳେ ମୁହଁ ଆଗରେ କପଡ଼ା ରଖିବା ପାଇଁ କୁହାଯାଉଛି। ହାତକୁ ପରିଷ୍କାର କରିବା ପାଇଁ ସାବୁନ ନହେଲେ ଆଲକହଲ ଯୁକ୍ତ ସାନିଟାଇଜର ବ୍ୟବହାର କରିବାକୁ କୁହାଯାଉଛି। ହେଲେ ଏହି ସାବୁନ ଓ ଆଲକହଲ ଯୁକ୍ତ ସାନିଟାଇଜର ହାତକୁ ପରିଷ୍କାର ରଖିବାରେ କିଭଳି ସାହାଯ୍ୟ କରେ ତାହା ଜାଣିବା ଜରୁରୀ।

ସାବୁନରେ ହାତ ଧୋଇଲେ କରୋନା ଭାଇରସରୁ ମୁକ୍ତି ମିଳିପାରିବ କି?

ଆମ ହାତ ବାୟୁମଣ୍ଡଳର ସଂସ୍ପର୍ଶରେ ଆସିବା ପରେ ପାପୁଲି ଏବଂ ନଖ କୋଣରେ ଅନେକ ଜୀବାଣୁ ଲାଗିଯାଇଥାଏ। ଯାହାକି ସାଧାରଣ କଥା। ଖାଲି ପାଣିରେ ହାତ ଧୋଇଲେ ଅନେକ ମାଇକ୍ରୋବସ ଧୋଇ ହୋଇଯାଏ। ହେଲେ ଜୀବାଣୁ ଯାଇ ନଥାଏ। ଏହା ଜମାଟ ବାନ୍ଧିବା ପରେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଏହି ସମସ୍ତ ଜୀବାଣୁର ଉପରି ଭାଗରେ ଲିପିଡ ଲେୟାର ରହିଥାଏ। ଯାହାକି ଖାଲି ପାଣିରେ ସଫା ହୋଇ ନଥାଏ। ତେଣୁ ସାବୁନ ବ୍ୟବହାର କଲେ ସେଥିରେ ଥିବା ରସାୟନିକ ପଦାର୍ଥ ଏହି ଜୀବାଣୁକୁ ନଷ୍ଚ କରି ଦେଇଥାଏ। କରୋନା ଭାଇରସ୍, ସ୍ୱାଇନ୍ ଫ୍ଲୁ ସୃଷ୍ଟି କରୁଥିବା ଜୀବାଣୁ, ଇବୋଲା, ଜିକା ଭଳି ଜୀବାଣୁ ଲିପିଡ୍ ଏନଭଲପ୍ ନାମକ ଚର୍ବି ସ୍ତରରେ ଆବଦ୍ଧ ହୋଇ ରହିଥାଏ। ତେଣୁ ସାବୁନ୍ ବ୍ୟବହାର କଲେ ହାତ ପାପୁଲିରେ ଥିବା ଏହି ଭାଇରସ ଜଳକଣା ସଦୃଶ (ହାଇଡ୍ରୋଫିଲିକ୍) ଏବଂ ତେଲଯୁକ୍ତ (ଓଲିଓଫିଲିକ୍) ଜୀବାଣୁକୁ ନଷ୍ଟ କରିଦେଇଥାଏ।

Advertisment

ଆଲକହଲ ଭିତ୍ତିକ ସାନିଟାଇଜରରେ ହାତ ଧୋଇଲେ କରୋନା ଭାଇରସରୁ ମୁକ୍ତି ମିଳିପାରିବ କି?

ସାବୁନ ଭଳି ହ୍ୟାଣ୍ଡ ସାନିଟାଇଜରରେ ଥିବା ଆଲକହଲ ଲିପିଡ ଏନଭଲପକୁ ଧୋଇ ଦେଇଥାଏ। ଯାହାଦ୍ୱାରା ଜୀବାଣୁ ନିଷ୍କ୍ରିୟ ହୋଇଯାଏ। ତେଣୁ ଯେଉଁ ସାନିଟାଇଜରରେ ଅତିକମରେ ୬୦% ଆଲକହଲ ଥିବ ତାକୁ ବ୍ୟବହାର କରିବା ଉଚିତ୍। ସାବୁନରେ ହାତ ଧୋଇଲା ବେଳେ ସାଧାରଣତଃ ହାତର ଉପରି ଭାଗ ଏବଂ ପାପୁଲିକୁ ସମସ୍ତ ଧୋଇଥାନ୍ତି। ହେଲେ ଏହି କ୍ଷେତ୍ରରେ ହାତର ଅଧିକାଂଶ ଭାଗକୁ ଆଲକହଲ ସାନିଟାଇଜରରେ ଧୋଇବା ଦରକାର।