Advertisment

ଶତ୍ରୁ ସାବଧାନ, ଆସୁଛି HSTDV

ଶବ୍ଦର ଗତିଠାରୁ ୪ ଗୁଣ ଅଧିକ କ୍ଷିପ୍ର ଗତିରେ ଯାଇପାରେ HSTDV

ଅଦ୍ୟତନ ହୋଇଛି
HSTDV

HSTDV

Advertisment

ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନକୁ ଆଜି ଏକ ବଡ଼ ସଫଳତା ମିଳିଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଇପରସୋନିକ ଟେକ୍ନୋଲୋଜି ଡେମନ୍‌ଷ୍ଟ୍ରେସନ ଭେଇକିଲ୍‌(HSTDV)କୁ ଆଜି ଅପରାହ୍ନ ଗୋଟାଏ ବେଳେ ଆଇଟିଆରର ଅବଦୁଲ କଲାମ ଆଇଲାଣ୍ଡରେ ଥିବା ୪ ନମ୍ବର ଲଞ୍ଚପ୍ୟାଡରୁ ବ୍ୟବହାରିକ ପରୀକ୍ଷଣ କରାଯାଇଛି।

Advertisment

ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ HSTDV ସଫଳ ପରୀକ୍ଷଣ ଦ୍ୱାରା ଏଣିକି ଭାରତ ଆକାଶ ମାର୍ଗରେ ଉଭୟ ଦୂରଗାମୀ ସୁପରସୋନିକ କ୍ରୁଜ୍‌ ମିଜାଇ ପରୀକ୍ଷଣରେ ବେଶ ସହାୟକ ହୋଇପାରିବ। ସେହିଭଳି ଏହି ସୁପରସୋନିକ୍ ସ୍ପିଡ୍‌ ଫ୍ଲାଇଟ୍‌ ସହାଯ୍ୟରେ ଅତି କମ୍‌ ଖର୍ଚ୍ଚରେ ମହାକାଶରେ ଉପଗ୍ରହ ପ୍ରେରଣ ବେଶ ସହାୟକ ହୋଇପାରିବ। ଅତ୍ୟାଧୁନିକ ଜ୍ଞାନକୌଶଳରେ ତିଆରି କରାଯାଇଥିବା ଏହି ହାଇପରସୋନିକ୍ ଏୟାରକ୍ରାଫ୍ଟରେ ଡବର ଗ୍ରାମ୍‌ ଜେଟ୍‌ ଇଞ୍ଜିନ୍‌ ବ୍ୟବହାର କରାଯାଇଛି।

ଯାହା ଶବ୍ଦର ଗତିଠାରୁ ୪ ଗୁଣ ଅଧିକ କ୍ଷିପ୍ର ଗତିରେ ଯାଇପାରେ। ୫.୬ ମିଟର ଲମ୍ବ ୩.୭ ମିଟର ଆୟତନ ବିଶିଷ୍ଟ ଏହି ସୁପରସୋନିକ୍ ଭେଇକିଲ୍‌ ୧ ମେଟ୍ରିକ୍‌ ଟନ୍‌ ପର୍ଯ୍ୟନ୍ତ ଉଭୟ ଅଣୁ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଯାହା ସମୁଦ୍ର ପତ୍ତନଠାରୁ ୩୨.୫ କିଲୋମିଟର ଉପରେ ଶତ୍ରୁ ପକ୍ଷର ସମସ୍ତ କ୍ଷେପଣାସ୍ତ୍ରକୁ ଟାରଗେଟ୍‌ କରିବାରେ ସଫଳ ହେବ। ଆଜିର ଏହି ପରୀକ୍ଷା ବେଳେ ଭାରତୀୟ ପ୍ରତିରକ୍ଷା ବିଭାଗର ବରିଷ୍ଠ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ।

Advertisment

ରିପୋର୍ଟର-ବାଲେଶ୍ୱରରୁ ରଶ୍ମୀରଞ୍ଜନ ଦାସ

Balasore DRDO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe