Advertisment

ସତର୍କ କରାଇଲେ ବୈଜ୍ଞାନିକ: ବାୟୁ, ମୃତ୍ତିକା ଏବଂ ମଧୁର ଜଳରେ ବଢୁଛି କ୍ଷାରାଂଶ

ଯଦି ଏହିପରି ବର୍ତ୍ତମାନର ଧାରା ଅବ୍ୟାହତ ରହେ, ତେବେ ଆଗକୁ ପାନୀୟ ଜଳ ଅଭାବର ଏକ ଘୋର ସଙ୍କଟ ଦେଖାଯିବ!

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ପାଣିପାଗର ଭୟଙ୍କର ପରିବର୍ତ୍ତନ ମଧ୍ୟରେ ଆଉ ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ କରିଛନ୍ତି ବୈଜ୍ଞାନିକ। ଏକ ସମୀକ୍ଷାରୁ ଜଣାଯାଇଛି ଯେ, ପୃଥିବୀର ବାୟୁ, ମୃତ୍ତିକା ଏବଂ ମଧୁର ଜଳରେ କ୍ଷାର ଅଂଶ(ଲୁଣ ଭାଗ) ବୃଦ୍ଧି ପାଉଛି। ଏହା ଅନ୍ୟ କୌଣସି କାରଣ ପାଇଁ ନୁହେଁ, ବରଂ ମାନିବକ କାର୍ଯ୍ୟକଳାପ ପାଇଁ ବୃଦ୍ଧି ପାଉଥିବା ଦର୍ଶାଇଛନ୍ତି ବୈଜ୍ଞାନିକ।

Advertisment

ଯଦି ଏହିପରି ବର୍ତ୍ତମାନର ଧାରା ଅବ୍ୟାହତ ରହେ, ତେବେ ଆଗକୁ ପାନୀୟ ଜଳ ଅଭାବର ଏକ ଘୋର ସଙ୍କଟ ଦେଖାଯିବ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ଏଥିସହ ପରିବେଶ ତଥା ମାନବ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏକ ବିପଦ ସୃଷ୍ଟି ହେବ। ବୈଜ୍ଞାନିକ ସମୀକ୍ଷାର ଏହି ଫଳାଫଳ ନେଚର୍ ପତ୍ରିକାରେ ପ୍ରକାଶ ପାଇଛି।

ଅନୁସନ୍ଧାନକାରୀ ଟିମ୍ ପରିବେଶରେ ଲବଣାଂଶ ବୃଦ୍ଧି ଓ ଏହି ଚକ୍ର ମାନବ ଉପରେ କିପରି ପ୍ରଭାବ ପକାଇବ ତା ଉପରେ ଧାରଣା ପାଇଁ "ଆନ୍ଥ୍ରୋପୋଜେନିକ୍ ସଲ୍ଟ ସାଇକିଲ୍" ଟର୍ମର ବ୍ୟବହାର କରିଥିଲେ ଏବଂ ଏ ଉପରେ ନଜର ରଖିଥିଲେ।

Advertisment

ବୈଜ୍ଞାନିକମାନେ ଜାଣିବାକୁ ପାଇଲେ ଯେ, ଖଣି, ଜମିର ବିକାଶ, କୃଷି, ନିର୍ମାଣ, ଜଳ ଓ ସଡ଼କ ଟ୍ରିଟମେଣ୍ଟ ଏବଂ ଅନ୍ୟାନ୍ୟ ଶିଳ୍ପ ପ୍ରକ୍ରିୟା ଭଳି କାର୍ଯ୍ୟକଳାପ ପ୍ରାକୃତିକ "ସଲ୍ଟ ସାଇକିଲ"କୁ ତ୍ୱରାନ୍ୱିତ କରି ଲବଣାଂଶକୁ ବଢ଼ାଇଥାଏ। ଏହା ଜୈବ ବିବିଧତାକୁ କ୍ଷତି ପହଞ୍ଚାଇପାରେ ଏବଂ ପାନୀୟ ଜଳକୁ ଅସୁରକ୍ଷିତ କରିପାରେ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି।

ଅଧ୍ୟୟନରେ ଭୂତଳ ଏବଂ ଭୂପୃଷ୍ଠ ଜଳରେ ମିଳୁଥିବା ବିଭିନ୍ନ ସଲ୍ଟ ଆୟନକୁ ବିବେଚନା କରାଯାଇଥିଲା। ଏଥିରେ ପ୍ରକାଶ କରାଯାଇଛି ଯେ, ମାନବ ଦ୍ୱାରା ସୃଷ୍ଟି ହୋଇଥିବା କ୍ଷାରାଂଶ ସମଗ୍ର ବିଶ୍ୱରେ ୨୫୦ କୋଟି ଏକର ମୃତ୍ତିକା ଉପରେ ପ୍ରଭାବ ପକାଇଛି, ଯାହା ଆମେରିକାର ପୂରା ଅଞ୍ଚଳ ସହ ସମାନ। ଗତ ୫୦ ବର୍ଷ ମଧ୍ୟରେ, ସଲ୍ଟ ଆୟନ ମଧ୍ୟ ଝରଣା ଏବଂ ନଦୀରେ ବୃଦ୍ଧି ପାଇଛି, ଯାହା ସମଗ୍ର ବିଶ୍ୱରେ ଲବଣର ବ୍ୟବହାର ଏବଂ ଉତ୍ପାଦନର ବୃଦ୍ଧି ସହ ସମାନ।

ଲବଣାଂଶ କେବଳ ଯେ ମାଟି ଏବଂ ଜଳକୁ ପ୍ରଭାବିତ କରିଛି ତାହା ନୁହେଁ, ବରଂ ବାୟୁକୁ ମଧ୍ୟ ପ୍ରଭାବିତ କରିଥାଏ। କେତେକ ଅଞ୍ଚଳରେ, ହ୍ରଦ ଶୁଖିବା ଫଳରେ ଶୁଷ୍କ ଲୁଣିଆ ମାଟିରୁ ଲୁଣିଆ ଧୂଳି ବାହାରି ବାୟୁମଣ୍ଡଳରେ ମିଶିଥାଏ। ତୁଷାର ଥିବା ଅଞ୍ଚଳରେ, ସଡ଼କ ଲୁଣ(ରୋଡ୍ ସଲ୍ଟ) ଏରୋସୋଲାଇଜଡ୍(ବାୟୁରେ ଲବଣାଂଶ ଯୁକ୍ତ) ହୋଇ ସୋଡିୟମ୍ ଏବଂ କ୍ଲୋରାଇଡ୍ କଣିକା ପଦାର୍ଥ ସୃଷ୍ଟି କରିପାରେ।

ଏହି ସଲ୍ଟ ଆୟନଗୁଡିକ ମୃତ୍ତିକା ଏବଂ ପଙ୍କରେ ଥିବା ପ୍ରଦୂଷକ ସହି ମିଶି ଯାଇପାରେ, ଯାହା "ରାସାୟନିକ କକଟେଲ" ସୃଷ୍ଟି କରେ। ଏହି "ରାସାୟନିକ କକଟେଲ" ପରିବେଶକୁ କ୍ଷତି ପହଞ୍ଚାଏ। 

ବିଶେଷ କରି ରୋଡ୍ ସଲ୍ଟ, ଆମେରିକାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ, ଯାହା ପ୍ରତିବର୍ଷ ୪୪ ବିଲିୟନ ପାଉଣ୍ଡ ଡି-ଆଇସିଂ ଏଜେଣ୍ଟ(ଏକ ପଦାର୍ଥ ଯାହା ବରଫ ଗଠନକୁ ରୋକିଥାଏ) ଉତ୍ପାଦନ କରିଥାଏ। ସେଗୁଡ଼ିକ ଜଳ ସ୍ରୋତରେ ପ୍ରବେଶ କରୁଥିବା ସମୁଦାୟ ଦ୍ରବୀଭୂତ କଠିନର ୧୩.୯% ସୃଷ୍ଟି କରନ୍ତି, ଯାହା ଜଳସ୍ରୋତରେ ବହୁ ପରିମାଣର ଲବଣ ଜମା କରିଥାଏ। ଭବିଷ୍ୟତରେ ଆମେରିକାର ଜଳପଥକୁ ଲୁଣରେ ଭରିବାକୁ ରୋକିବା ଉପରେ ପଦକ୍ଷେପ ନେବାକୁ ଗୁରୁତ୍ୱ ଦେଇଛନ୍ତି ଅନୁସନ୍ଧାନକାରୀ ଟିମ୍। 

Bio Diversity Research Study On Air Salinity Climate Changes Research On Water