Advertisment

ଯଦି ମହାକାଶରେ ଜୀବନ ଚାଲିଯାଏ କିପରି ହୁଏ ସତ୍କାର...

କେବେ ମନକୁ ଏ ପ୍ରଶ୍ନ ଆସିଛି କି, ଯଦି ମହାକାଶରେ ମହାକାଶଚାରୀଙ୍କ ମୃତ୍ୟୁ ଘଟେ ତେବେ ମୃତଶରୀରର କଣ ହୁଏ? ଯଦି ଏପରି ପ୍ରଶ୍ନ ଆସିଛି, ତେବେ ପଢନ୍ତୁ ଏହି ଆଲେଖ୍ୟ...

author-image
Debibandita Barick
ଅଦ୍ୟତନ ହୋଇଛି
Space travel

Space travel

ମହାକାଶକୁ ରକେଟ ପ୍ରେରଣ, ସୌର ମଣ୍ଡଳ ବାହାରେ ଅନୁସନ୍ଧାନ ଯେତିକି ପ୍ରଶଂସନୀୟ ତାଠୁ ଅଧିକ କଷ୍ଟସାଧ୍ୟ ମହାକାଶକୁ ମାନବ ପ୍ରେରଣ। କାରଣ ଅନେକ ମହାକାଶଚାରୀଙ୍କ ଯାତ୍ରା ମହାକାଶରେ ହିଁ ରହିଯାଇଛି। କେବେ ମନକୁ ଏ ପ୍ରଶ୍ନ ଆସିଛି କି, ଯଦି ମହାକାଶରେ ମହାକାଶଚାରୀଙ୍କ ମୃତ୍ୟୁ ଘଟେ ତେବେ ମୃତଶରୀରର କଣ ହୁଏ? ଯଦି ଏପରି ପ୍ରଶ୍ନ ଆସିଛି, ତେବେ ପଢ଼ନ୍ତୁ ଏହି ଆଲେଖ୍ୟ...

Advertisment

୬୦ ବର୍ଷରୁ ଅଧିକ ହେବ ମାନବ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିଛି। ଏହାରି ମଧ୍ୟରେ ପ୍ରାୟ ୨୦ ଜଣ ମହାକାଶଚାରୀଙ୍କ ଯାତ୍ରା ମହାକାଶରେ ହିଁ ସରିଯାଇଛି। ୧୯୮୬ ଏବଂ ୨୦୦୩ରେ ନାସା ସ୍ପେସ୍ ସଟଲ୍ ଦୁର୍ଘଟଣାରେ ୧୪ ଜଣ, ୧୯୭୧ ସୋୟୁଜ୍-୧୧ ମିଶନ୍ ସମୟରେ ତିନି ଜଣ ମହାକାଶଚାରୀ ଏବଂ ୧୯୬୭ ମସିହାରେ ଆପୋଲୋ ୧ ଲଞ୍ଚ ପ୍ୟାଡରେ ଅଗ୍ନିକାଣ୍ଡ ଘଟି ତିନି ଜଣ ମହାକାଶଚାରୀଙ୍କ ଜୀବନ ଯାଇଛି। ମାନବ ସ୍ପେସ୍ ଫ୍ଲାଇଟ୍ କେତେ ଜଟିଳ, ତାହା ଏହି ମୃତ୍ୟୁ ସଂଖ୍ୟାକୁ ବୟାନ କରୁଛି।

ଏହାରି ମଧ୍ୟରେ ନାସା ୨୦୨୫ରେ ଚନ୍ଦ୍ରକୁ ଏବଂ ଆଗାମୀ ଦଶନ୍ଧିରେ ମଙ୍ଗଳ ଗ୍ରହକୁ ମହାକାଶଚାରୀଙ୍କୁ ପଠାଇବା ନେଇ ଯୋଜନା କରିଛି। ଏନେଇ ନାଶା ମଧ୍ୟ ମିଶନ୍ ଆରମ୍ଭ କରିସାରିଛି, ଏଥିସହ ଚନ୍ଦ୍ରପୃଷ୍ଠ ଯାତ୍ରା ପାଇଁ କ୍ରୁ ସଦସ୍ୟଙ୍କୁ ମଧ୍ୟ ଚୟନ କରିସାରିଛି। ଏସବୁ ସଫଳତା ପରେ ଯଦି ମହାକାଶ ଯାତ୍ରା ସହଜ ଓ ସୁଗମ ହୁଏ ତେବେ ସାଧାରଣ ନାଗରିକ ମଧ୍ୟ ଏଥିପାଇଁ ମନ ବଳାଇବେ ନିଶ୍ଚୟ। ଯଦି ମହାକାଶକୁ ଯାତ୍ରା ସମୟରେ ଦୁର୍ଭାଗ୍ୟବଶତଃ କିଛି ଦୁର୍ଘଟଣା ଘଟେ, ତେବେ କଣ ହୁଏ...

Advertisment

ମହାକାଶରେ ମୃତ୍ୟୁ ହେଲେ କଣ ହୁଏ?

ଯଦି ନିମ୍ନ ପୃଥିବୀ-କକ୍ଷପଥ ମିଶନରେ ଜୀବନ ଚାଲିଯାଏ, ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ କ୍ରୁ ବା କର୍ମଚାରୀମାନେ କିଛି ଘଣ୍ଟା ମଧ୍ୟରେ ଶରୀରକୁ କ୍ୟାପସୁଲରେ ପୃଥିବୀକୁ ଫେରାଇ ଆଣନ୍ତି। ଯଦି ଏହା ଚନ୍ଦ୍ରରେ ଘଟେ, ତେବେ ଅନ୍ୟ ମହାକାଶଚାରୀମାନେ ଅଳ୍ପ ଦିନ ମଧ୍ୟରେ ଶବ ସହିତ ପୃଥିବୀକୁ ଫେରିଆସନ୍ତି। ଏହିପରି ଘଟଣା ପାଇଁ ନାସାର ପୂର୍ବରୁ ବିସ୍ତୃତ ପ୍ରୋଟୋକଲ ରହିଛି। ଶୀଘ୍ର ପ୍ରତ୍ୟାବର୍ତ୍ତନ ସୁବିଧା ଥିବାରୁ ମୃତଦେହ ସଂରକ୍ଷଣ ନାସା ପାଇଁ ବିଶେଷ ଚ୍ୟାଲେଞ୍ଜ ହୁଏନାହିଁ। ଏହା ପରିବର୍ତ୍ତେ, ପ୍ରାଥମିକତା ଦୃଷ୍ଟିରୁ ଅନ୍ୟ ମହାକାଶଚାରୀମାନେ କିପରି ନିରାପଦରେ ପୃଥିବୀକୁ ଫେରିବେ ସେ ଉପରେ ବିଶେଷ ଦୃଷ୍ଟି ଦିଆଯାଏ।

ମଙ୍ଗଳ ଗ୍ରହକୁ ୩୦୦ ନିୟୁତ ମାଇଲ୍ ଯାତ୍ରା ସମୟରେ ଯଦି ଜଣେ ମହାକାଶଚାରୀଙ୍କ ମୃତ୍ୟୁ ହୁଏ ତେବେ ଏ କ୍ଷେତ୍ରରେ କିଛି ଭିନ୍ନତା ଦେଖାଯାଏ। ଏହି ପରିପ୍ରେକ୍ଷୀରେ, କ୍ରୁମାନେ ହଠାତ୍ ମୃତଦେହ ନେଇ ପୃଥିବାକୁ ଫେରି ପାରନ୍ତି ନାହିଁ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସେମାନରେ ମିଶନରେ ଉପସ୍ଥିତ ରହନ୍ତି ଏବଂ ଯାତ୍ରା କରନ୍ତି। ଯେତେବେଳେ ମିଶନ୍ ଶେଷ ହୁଏ, ସେତେବେଳେ ସେମାନେ ମୃତଦେହ ସାଙ୍ଗରେ ନେଇ ଫେରନ୍ତି। ସେତବେଳକୁ ଦୁଇ ବର୍ଷରୁ ଅଧିକ ସମୟ ହୋଇଯାଇଥାଏ। 

ଏହି ମିଶନ ସମୟରେ ଅନ୍ୟ କ୍ରୁ ମେମ୍ବର ଏକ ଅଲଗା ଚାମ୍ବର କିମ୍ବା ସ୍ୱତନ୍ତ୍ର ଡେଡବଡି ବ୍ୟାଗରେ ଶରୀରକୁ ସଂରକ୍ଷିତ ରଖନ୍ତି। ସ୍ପେସ୍ ଯାନ ଭିତରେ ସ୍ଥିର ତାପମାତ୍ରା ଏବଂ ଆର୍ଦ୍ରତା ତତ୍ତ୍ୱଗତ ଭାବରେ ଶରୀରକୁ ଖରାପ ନହେବାରେ ସାହାଯ୍ୟ କରେ। ଏସବୁ ନିୟମ ସେତେବେଳେ କାର୍ଯ୍ୟକାରୀ ଯୁଏ, ଯଦି କେହି ମହାକାଶ ପରିବେଶର ଚାପ, ଯେପରିକି ସ୍ପେଶ୍ ଷ୍ଟେସନ୍ କିମ୍ବା ସ୍ପେଶକ୍ରାଫ୍ଟରେ ମୃତ୍ୟୁ ଘଟେ।

ଯଦି କେହି ସ୍ପେସସୁଟର ବିନା ସୁରକ୍ଷାରେ ମହାକାଶରେ ପାଦ ଦିଏ କ’ଣ ହୁଏ?

ଏପରି ହେଲେ ଜଣେ ମହାକାଶଚାରୀଙ୍କ ତତକ୍ଷଣାତ ମୃତ୍ୟୁ ଘଟେ। ନିମ୍ନ ଚାପ ଏବଂ ସ୍ପେଶର ଶୂନ୍ୟସ୍ଥାନର ସଂସ୍ପର୍ଶରେ ଆସିବା ଦ୍ୱାରା ମହାକାଶଚାରୀଙ୍କ ନିଶ୍ୱାସ ନେବା କଷ୍ଟକର ହୋଇପଡେ, ରକ୍ତ ଏବଂ ଶରୀରର ଅନ୍ୟ ତରଳ ପଦାର୍ଥ ଉତ୍ତପ୍ତ ହୋଇଯାଏ। ଫଳରେ ତତକ୍ଷଣାତ୍ ମୃତ୍ୟୁ ଘଟେ।

ବିନା ସ୍ପେସସୁଟରେ ଚନ୍ଦ୍ର କିମ୍ବା ମଙ୍ଗଳ ଗ୍ରହ ବାହାରକୁ ଗଲେ କ’ଣ ହେବ?

ଚନ୍ଦ୍ରର ପ୍ରାୟ କୌଣସି ବାୟୁମଣ୍ଡଳ ନାହିଁ, ଯଦି ଥାଏ, ତେବେ ଖୁବ୍ କୋଚିତ୍ ପରିମାଣରେ ଥାଏ। ମଙ୍ଗଳ ଗ୍ରହରେ ବହୁତ ପତଳା ବାତାବରଣ ଅଛି ଏବଂ ପ୍ରାୟ ଅମ୍ଳଜାନ ନାହିଁ। ତେଣୁ ଏଠାରେ ମଧ୍ୟ ସମାନ ଅବସ୍ଥା ଭୋଗିବାକୁ ପଡିବ।

ମୃତଶରୀରକୁ କଣ କରାଯିବ ଯେତିକି ଗୁରୁତ୍ୱପୂର୍ଣ୍ଣ, ତା'ଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଏପରି ଘଟଣା ଘଟିଲେ କ୍ରୁ ମେମ୍ୱରଙ୍କୁ ମୁକାବିଲା ପାଇଁ ସାହାଯ୍ୟ କରିବା। ପୃଥିବୀକୁ ଫେରିବା ପର୍ଯ୍ୟନ୍ତ ମୃତ ଶରୀରର ସଠିକ୍ ରକ୍ଷଣାବେକ୍ଷଣ ବାବଦରେ ଧ୍ୟାନ ଦେବା ଇତ୍ୟାଦି। 

NASA Science News NASA Protocol On Astronauts Died In Space Death Astronauts Burial Spacecraft Mission Space