Advertisment

ବ୍ଲାକ ଫଙ୍ଗସ ପାଇଁ ବଟିକା ତିଆରି କଲା ଆଇଆଇଟି ହାଇଦ୍ରାବାଦ

ହାଇଦ୍ରାବାଦ: କରୋନା ମହାମାରୀ ପରେ ବ୍ଲାକ ଫଙ୍ଗସ ସମସ୍ତଙ୍କ ଟେନସନ ବଢ଼ାଇଛି। ଏହି ରୋଗର ନିରାକରଣ ପାଇଁ ଆଇଆଇଟି ହାଇଦ୍ରାବାଦର ଗେବେଷକ ମାନେ ଏକ ଟାବଲେଟ ବା ବଟିକା (Nanofibrous AMB) ତିଆରି କରିଛନ୍ତି। ଏହି ଟାବଲେଟ ତିଆରରି ଟେକ୍ନୋଲଜିକୁ ସରକାରକୁ ହସ୍ତାନ୍ତର କରିବା ପାଇଁ ଆଇଆଇଟି ହାଇଦ୍ରାବାଦ ନିଷ୍ପତ୍ତି ନେଇଛି। ବ୍ଲାକ ଫଙ୍ଗସ ରୋଗୀଙ୍କୁ ଦିଆଯାଉଥିବା ଆମ୍ଫୋଟେରିସିନ୍ ବି ନାମକ ଇଞ୍ଜେକସନର ଏହା ଟାବଲେଟ ବୋଲି କୁହାଯାଉଛି। ଆଇଆଇଟି ପକ୍ଷରୁ କୁହାଯାଇଛି ଏହି ନାନୋଫାଇବର୍ସ ଏଏମବି […]

author-image
Subhransu Sekhar
ଅଦ୍ୟତନ ହୋଇଛି
ବ୍ଲାକ ଫଙ୍ଗସ ପାଇଁ ବଟିକା ତିଆରି କଲା ଆଇଆଇଟି ହାଇଦ୍ରାବାଦ

amb

ହାଇଦ୍ରାବାଦ: କରୋନା ମହାମାରୀ ପରେ ବ୍ଲାକ ଫଙ୍ଗସ ସମସ୍ତଙ୍କ ଟେନସନ ବଢ଼ାଇଛି। ଏହି ରୋଗର ନିରାକରଣ ପାଇଁ ଆଇଆଇଟି ହାଇଦ୍ରାବାଦର ଗେବେଷକ ମାନେ ଏକ ଟାବଲେଟ ବା ବଟିକା (Nanofibrous AMB) ତିଆରି କରିଛନ୍ତି। ଏହି ଟାବଲେଟ ତିଆରରି ଟେକ୍ନୋଲଜିକୁ ସରକାରକୁ ହସ୍ତାନ୍ତର କରିବା ପାଇଁ ଆଇଆଇଟି ହାଇଦ୍ରାବାଦ ନିଷ୍ପତ୍ତି ନେଇଛି। ବ୍ଲାକ ଫଙ୍ଗସ ରୋଗୀଙ୍କୁ ଦିଆଯାଉଥିବା ଆମ୍ଫୋଟେରିସିନ୍ ବି ନାମକ ଇଞ୍ଜେକସନର ଏହା ଟାବଲେଟ ବୋଲି କୁହାଯାଉଛି।

Advertisment

ଆଇଆଇଟି ପକ୍ଷରୁ କୁହାଯାଇଛି ଏହି ନାନୋଫାଇବର୍ସ ଏଏମବି ଔଷଧ ୬୦ ମିଲିଗ୍ରାମର। ଜଣେ ଆକ୍ରାନ୍ତ ଏହି ଟାବଲେଟକୁ ଖାଇବା ପରେ ଶରୀରରେ ଧୀରେ ଧୀରେ କିଡ଼ନୀ ଉପରେ ପ୍ରଭାବ ପକାଇଥାଏ। ଏହାଦ୍ୱାରା ବ୍ଲାକ ଫଙ୍ଗସର ପ୍ରଭାବ କମିଯାଏ। ଏହି ଟାବଲେଟର ଦାମ ୨୦୦ ଟଙ୍କା ରହିଥିବା ସୂଚନା ରହିଛି।

କେମିକାଲ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟର ପ୍ରଫେସର ସପ୍ତାର୍ଷୀ ମଜୁମଦାର ଏବଂ ଡକ୍ଚର ଚନ୍ଦ୍ରଶେଖର ଶର୍ମା କହିଛନ୍ତି ଏହି ଔଷଧ କଳାଜ୍ୱର, ଅନ୍ୟାନ୍ୟ ଭାଇରାଲ ଏବଂ କବକ ରୋଗ କ୍ଷେତ୍ରରେ ପ୍ରଭାବୀ। ୨୦୧୯ ପାଖରୁ ଏହି ଔଷଧ ଉପରେ ଅଧ୍ୟୟନ ଚାଲିଥିଲା ବୋଲି ଉଭୟ କହିଛନ୍ତି।

Advertisment

ଡକ୍ଟର ଶର୍ମା କହିଛନ୍ତି,  ଦୁଇ ବର୍ଷରୁ ଅଧିକ ସମୟ ଧରି ଏହି ଔଷଧ ଉପରେ ଗବେଷଣା କରାଯାଇଥିଲା। ଗୋଟିଏ ବଡ଼ ଫାର୍ମା କମ୍ପାନୀକୁ ଯଦି ଏହି ଔଷଧ ତିଆରିର କୌଶଳ ମିଳିବ ତାହେଲେ ଅଧିକରୁ ଅଧିକ ଏହି ଟାବଲେଟ ତିଆରି ହୋଇପାରିବ। ଏହି ଟାବଲେଟକୁ ନେଇ ସେମିତି କୌଣସି ନିୟମ ନାହିଁ। ଯିଏ ସଫଳ ଭାବରେ ଏହି ଔଷଧକୁ ତିଆରି କରିବ ସେ ଏହି ଟାବଲେଟର ପ୍ୟାଟର୍ଣ୍ଣ ନେଇପାରିବ ବୋଲି ଆଇଆଇଟି ହାଇଦ୍ରାବାଦ କହିଛି।

ସୂଚନାଯୋଗ୍ୟ, କରୋନାରୁ ଆରୋଗ୍ୟ ହେବା ପରେ ବା ପୋଷ୍ଟ କୋଭିଡ ବେଳେ ଅଧିକାଂଶ ଏବେ ବ୍ଲାକ ଫଙ୍ଗସର ଶିକାର ହେଉଛନ୍ତି। ଅତ୍ୟଧିକ ଷ୍ଟିରଏଡ ଯୁକ୍ତ ଔଷଧ ଏବଂ ଆଣ୍ଟି ବାୟୋଟିକ ଖାଇଲେ କିମ୍ୱା ହସ୍ପିଟାଲରେ ପରିଷ୍କାର ପରିଛନ୍ନତା ନଥିଲେ ଏହି ବ୍ଲାକ ଫଙ୍ଗସ ଜଣେ ବ୍ୟକ୍ତିଙ୍କ ଶରୀରକୁ ପ୍ରଭାବିତ କରୁଛି।

Black Fungus