Advertisment

ଭିତରକନିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି

ବିଦେଶାଗତ ପକ୍ଷୀଙ୍କ କଳରବରେ ଫାଟି ପଡୁଛି ଭିତରକନିକା।

ଅଦ୍ୟତନ ହୋଇଛି
Bhitarkanika

Bhitarkanika

Advertisment

ବିଦେଶାଗତ ପକ୍ଷୀଙ୍କ କଳରବରେ ଫାଟି ପଡୁଛି ଭିତରକନିକା। କୋଇଲିର କୁହୁ କୁହୁ ରାବ, ଗେଣ୍ଡାଳିଆଙ୍କ କୁହାଟ ଆଉ ତା ସାଙ୍ଗକୁ ଶହ ଶହ ପ୍ରଜାତିର ପକ୍ଷୀଙ୍କ ସ୍ୱରରେ ପ୍ରକମ୍ପିତ ହେଉଛି ଭିତର କନିକା। ପ୍ରତିବର୍ଷ ଶୀତ ଆସିଲେ ହଜାର ହଜାର ମାଇଲ ଅତିକ୍ରମ କରି ଦେଶୀ ଓ ବିଦେଶୀ ପକ୍ଷୀମାନେ ଧାଇଁ ଆସିଥାନ୍ତି ଏଠାକୁ। ଆଉ ଏହି ପକ୍ଷୀଙ୍କ ସମାଗମକୁ ଦେଖି ଆକର୍ଷିତ ହୋଇଥାନ୍ତି ପର୍ଯ୍ୟଟକ ଏବଂ ପରିବେଶବିତ୍।

Advertisment

ଚଳିତ ବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ବନବିଭାଗ ପକ୍ଷରୁ ହୋଇଥିବା ଗଣନା ରିପୋର୍ଟରୁ ଏଭଳି ସୂଚନା ମିଳିଛି।

ଚଳିତବର୍ଷ ଭିତରକନିକାକୁ ୧ ଲକ୍ଷ ୫୧ ହଜାର ୪୨୧ପକ୍ଷୀ ଆସିଛନ୍ତି। ଗତବର୍ଷ ଭିତରକନିକାକୁ ୧ ଲକ୍ଷ ୩୯ ହଜାର ୯୫୯ଟି ପକ୍ଷୀ ଆସିଥିଲେ। ଅର୍ଥାତ ଗତବର୍ଷଠାରୁ ଚଳିତବର୍ଷ ଭିତରକନିକାକୁ ୧୧ ହଜାରରୁ ଅଧିକ ପକ୍ଷୀ ଆସିଥିବା ଜଣାପଡିଛି। ଗତବର୍ଷ ଭିତରକନିକାକୁ ୧୪୦ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଚଳିତବର୍ଷ ୧୨୧ ପ୍ରଜାତି ପକ୍ଷୀ ଆସିଛନ୍ତି। ଗତବର୍ଷ ତୁଳନାରେ ୧୯ ପ୍ରଜାତି ପକ୍ଷୀ କମ ଥିବା ସୂଚନା ମିଳିଛି।

Advertisment

ଲାର୍ଜ ହୁଇସିଲିଂ ଡକ ପ୍ରଜାତିର ପକ୍ଷୀ ସବୁଠୁ ଅଧିକ ଆସିଛନ୍ତି। ଚଳିତବର୍ଷ ଭିତରକନିକାରେ ବିରଳ କମନସେଲ ଡକ ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ଏହି ପକ୍ଷୀ କମ୍ ସଂଖ୍ୟାରେ ଦେଖା ଯାଇଥାନ୍ତି। ଏହି ପକ୍ଷୀ ଚଳିତବର୍ଷ ଅଧିକ ସଂଖ୍ୟାରେ ଦେଖିବାକୁ ମିଳିଛି।

ଏହାବାଦେ ଭିତରକନିକାରେ କମନ ସୋଲଭର ଜାତୀୟ ପକ୍ଷୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଚଳିତ ବର୍ଷ ଗ୍ରେବସ, ପେଲିକାନସ, କରମୋରାନ୍‌ଟସ ଆଣ୍ଡ ଡାର୍ଟର, ହେରନସ, ଏଗ୍ରେଟ୍ସ ଏବଂ ବିଟର୍ସ, ଷ୍ଟୋର୍କସ, ଇବିସେସ ଏବଂ ସ୍ପୁନବିଲ, ଫ୍ଲମିଙ୍ଗସ, ଗିଜ, ଡକସ, କ୍ରେନଓ, ରେଲସ, ଗାଲିନଲସ, କୁଟ, ଫିନଫୁଟ, ଜାକାନାସ, ସୋରବାର୍ଡ ୱାଡର୍ସ, ଗଲ୍‌ସ, ଟରନଓ, ସ୍କିନରସ ଏବଂ ଅନ୍ୟାନ୍ୟ ବିଦେଶୀ ପକ୍ଷୀ ଗଣନା ବେଳେ ଚିହ୍ନଟ କରାଯାଇଛି। ଏହି ପକ୍ଷୀଗୁଡିକ ପ୍ରଚଣ୍ଡ ଶୀତ ଦାୟରୁ ରକ୍ଷା ପାଇବା ପାଇଁ ହିମାଳୟ ପାଦ ଦେଶ ଓ ଲଦାଖ, ସାଇବେରିଆ ଓ ଉତର ଗୋଲାର୍ଦ୍ଧରୁ  ଆସିଥିବା ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe