Advertisment

କାହିଁକି ଦକ୍ଷିଣ ମେରୁକୁ ବାଛିଲା ଭାରତ ?

ଏହି ସଫଳତା ସହ ଭାରତ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ଚତୁର୍ଥ ରାଷ୍ଟ୍ର ହୋଇଯାଇଛି। ଏହା ପୂର୍ବରୁ ଆମେରିକା, ଋଷ୍ ଏବଂ ଚୀନ୍ ଚନ୍ଦ୍ରଯାତ୍ରାରେ ସଫଳ ହୋଇଥିଲେ।

author-image
Manoj Swain

ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ପରେ ସାରା ଦେଶରେ ଖୁସିର ମାହୋଲ । ଇତିହାସ ରଚିଛି ଭାରତ । ଜହ୍ନ ରାଇଜରେ ଦେଶ ନାଁ ଲେଖିଛି । ଚନ୍ଦ୍ରପୃଷ୍ଠରେ ଉଡ଼ିଛି ତ୍ରିରଙ୍ଗା । ଆଉ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି ଭାରତ। ମହାକାଶ ଅନୁସନ୍ଧାନର ଇତିହାସ ପୃଷ୍ଠାରେ ଇସ୍ରୋ ଯୋଡ଼ିଛି ଏହି ସ୍ୱର୍ଣ୍ଣିମ ଅଧ୍ୟାୟ। ବଦଳାଇ ଦେଇଛି ଚନ୍ଦ୍ରମାରେ ଭୌଗୋଳିକ କ୍ଷେତ୍ର। ବର୍ଷ ବର୍ଷ ଧରି ଯେଉଁ ଅପେକ୍ଷା ଥିଲା ତାର ମିଠା ଫଳ ଚାଖିଛନ୍ତି ପୂରା ଦେଶବାସୀ।  ଏହି ସଫଳତା ସହ ଭାରତ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ଚତୁର୍ଥ ରାଷ୍ଟ୍ର ହୋଇଯାଇଛି। ଏହା ପୂର୍ବରୁ ଆମେରିକା, ଋଷ୍ ଏବଂ ଚୀନ୍ ଚନ୍ଦ୍ରଯାତ୍ରାରେ ସଫଳ ହୋଇଥିଲେ।

Advertisment
ISRO Moon Mission Chandrayaan-3