Advertisment

ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କଲା ଭାରତ

ଇତିହାସ ରଚିଛି ଭାରତ । ଜହ୍ନ ରାଇଜରେ ଦେଶ ନାଁ ଲେଖିଛି । ଚନ୍ଦ୍ରପୃଷ୍ଠରେ ଉଡ଼ିଛି ତ୍ରିରଙ୍ଗା । ଇସ୍ରୋର ମିଶନ ଚନ୍ଦ୍ର ସଫଳ ହେବା ପରେ ପ୍ରତି ଭାରତୀୟ ଗର୍ବରେ କୁଣ୍ଡେ ମୋଟ ହୋଇଯାଉଛନ୍ତି । ଏହି ସଫଳତା ପରେ ଭାରତର ଚନ୍ଦ୍ରଯାତ୍ରା ସ୍ୱପ୍ନ ସାକାର ହୋଇଛି। ଆଉ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି ଭାରତ।

author-image
Manoj Swain

ଇତିହାସ ରଚିଛି ଭାରତ । ଜହ୍ନ ରାଇଜରେ ଦେଶ ନାଁ ଲେଖିଛି । ଚନ୍ଦ୍ରପୃଷ୍ଠରେ ଉଡ଼ିଛି ତ୍ରିରଙ୍ଗା । ଇସ୍ରୋର ମିଶନ ଚନ୍ଦ୍ର ସଫଳ ହେବା ପରେ ପ୍ରତି ଭାରତୀୟ ଗର୍ବରେ କୁଣ୍ଡେ ମୋଟ ହୋଇଯାଉଛନ୍ତି । ଏହି ସଫଳତା ପରେ ଭାରତର ଚନ୍ଦ୍ରଯାତ୍ରା ସ୍ୱପ୍ନ ସାକାର ହୋଇଛି। ଆଉ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି ଭାରତ। ମହାକାଶ ଅନୁସନ୍ଧାନର ଇତିହାସ ପୃଷ୍ଠାରେ ଇସ୍ରୋ ଯୋଡ଼ିଛି ଏହି ସ୍ୱର୍ଣ୍ଣିମ ଅଧ୍ୟାୟ। ବଦଳାଇ ଦେଇଛି ଚନ୍ଦ୍ରମାରେ ଭୌଗୋଳିକ କ୍ଷେତ୍ର। ବର୍ଷ ବର୍ଷ ଧରି ଯେଉଁ ଅପେକ୍ଷା ଥିଲା ତାର ମିଠା ଫଳ ଚାଖିଛନ୍ତି ପୂରା ଦେଶବାସୀ। ଦୁଇ ଦୁଇଟି ପରୀକ୍ଷଣ ବିଫଳ ହେବା ପରେ ଶେଷରେ ଇସ୍ରୋର ତୃତୀୟ ପ୍ରଚେଷ୍ଟା ସଫଳ ହୋଇଛି। 

Advertisment
ISRO Chandrayaan-3