Advertisment

ଇତିହାସ ରଚିଲା ଭାରତ

ଇସ୍ରୋ ନିର୍ଦ୍ଦେଶକ ଏସ ସୋମନାଥ ଲ୍ୟାଣ୍ଡିଂ ସଫଳ ହୋଇଥିବା ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣାଇଥିଲେ। ଏହାପରେ ମୋଦି ଶୁଭେଚ୍ଛା ଜଣାଇବା ସହ ଏହି କ୍ଷଣ ଅବିସ୍ମରଣୀୟ। ଭାରତ ଏବେ ଜହ୍ନରେ ପହଞ୍ଚି ସାରିଥିବା ସେ କହିଥିଲେ।

author-image
Manoj Swain

ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି ଭାରତ। ଇସ୍ରୋ ପଠାଇଥିବା ଚନ୍ଦ୍ରଯାନ ୩ର ଲ୍ୟାଣ୍ଡର ବିକ୍ରମ ସନ୍ଧ୍ୟା ୬.୦୪ ମିନିଟ୍‌ରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି। ଏହି ଐତିହାସିକ ମୁହୂର୍ତ୍ତକୁ ଅବିସ୍ମରଣୀୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ତ୍ତମାନ ବ୍ରିକ୍ସ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ରହିଛନ୍ତି। ସେଠାରୁ ସେ ଭିଡିଓ କନଫରେନ୍ସିଂ ଜରିଆରେ ଲ୍ୟାଣ୍ଡିଂର ଲାଇଭ ଚିତ୍ର ଦେଖିଥିଲେ। ବିକ୍ରିମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବା ମାତ୍ରେ ମୋଦି ତ୍ରିରଙ୍ଗା ଉଡ଼ାଇବା ସହ ତାଳି ମାରି ଇସ୍ରୋ ଓ ଦେଶବାସୀଙ୍କ ଉତ୍ସାହକୁ ବଢ଼ାଇଥିଲେ । 

Advertisment
ISRO Chandrayaan-3