ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ଅଗ୍ନି-୫ର ରାତ୍ରୀ କାଳୀନ ବ୍ୟବହାରିକ ପରୀକ୍ଷଣ ଗୁରୁବାର କରାଯାଇଛି। ଅବଦୁଲ କଲାମ ଦ୍ୱୀପରୁ ଅପରାହ୍ଣ ପ୍ରାୟ ୫ଟା ୪୦ରେ ଏହି ପରୀକ୍ଷଣ କରାଯାଇଛି। ଏହା ସଫଳ ହୋଇଛି ବୋଲି ମଧ୍ୟ ଜଣାଯାଇଛି।
ଏହି ମିସାଇଲର ଲକ୍ଷ୍ୟଭେଦ କ୍ଷମତା ହେଉଛି ୫,୫୦୦ କିଲୋମିଟର। ଏହା ବେଶ୍ ସହଜରେ ଚୀନ୍କୁ ଟାର୍ଗେଟ କରିପାରିବ। ଏହି ମିସାଇଲ ଦେଢ଼ ଟନ୍ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖେ। ଏହାର ଲମ୍ବ ସାଢ଼େ ୧୦ ମିଟର ଓ ଏହାର ଓସାର ଦେଢ଼ ମିଟର।
ଅଗ୍ନି-୫ ହେଉଛି ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ଗ୍ରୁପ୍ରର ଏକ ଅତ୍ୟାଧୁନିକ ମିସାଇଲ୍। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କରି ଭାରତ ବିଶ୍ୱର ଏଲିଟ୍ ଗ୍ରୁପରେ ସାମିଲ ହୋଇସାରିଛି।
ନିକଟରେ ଅରୁଣାଚଳ ପ୍ରଦେଶ ସୀମାରେ ଚୀନ୍ ସେନା ସହ ସଂଘର୍ଷ ପରେ ଅଗ୍ନି-୫ ମିସାଇଲର ପରୀକ୍ଷା କରି ଶକ୍ତି ଦେଖାଇଛି ଭାରତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Science & Environment
ମଧ୍ୟରାତ୍ରୀ ହେବାକୁ ଆଉ କେତେ ବାକି?
ମଧ୍ୟରାତ୍ରୀ ହେବାକୁ ଆଉ ମାତ୍ର ୮୯ ସେକେଣ୍ଡ ବାକି। ଏହି ବାକ୍ୟ ଲେଖିବା ଓ ଏହାର ଅର୍ଥ ବୁଝେଇବା ଭିତରେ ୮୯ ସେକେଣ୍ଡ ସରିଯିବ। ତା’ ମାନେ କ’ଣ ଏବେ ମଧ୍ୟରାତ୍ରୀ ହେବ? ଏବେ ଏଇ ଲେଖକର ଘଣ୍ଟାରେ ସନ୍ଧ୍ୟା ୫.୦୦ଟା। ନା, ସେପରି ହେବ ନାହିଁ।

Science & Environment
ରାଉରକେଲା NITର ସଫଳତା, ନୂଆ କ୍ୟାଥୋଡ ପ୍ରଯୁକ୍ତିବିଦ୍ୟା ବିକଶିତ
ଗବେଷକ ଦଳ ଏକ ମ୍ୟାଗ୍ନେସିୟମ ଭିତ୍ତିକ କ୍ୟାଥୋଡ୍ ସାମଗ୍ରୀ ବିକଶିତ କରିଛନ୍ତି, ଯାହା କୋବାଲ୍ଟକୁ ଏକ ସ୍ଥାୟୀ ଓ ସୁଲଭ ବିକଳ୍ପ ପ୍ରଦାନ କରେ।
Science & Environment
ମନ ଜିଣିଥିଲା ମହେନ୍ଦ୍ର, ୬୬ ବର୍ଷରେ ଆଖି ବୁଜିଲା
ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ‘ମହେନ୍ଦ୍ର’। ମୃତ୍ୟୁ ବେଳକୁ ତାକୁ ୬୬ ବର୍ଷ ବୟସ ହୋଇଥିଲା। ସେ ଗତ କିଛି ଦିନ ହେବ ଅସୁସ୍ଥ ଥିବା ବେଳେ ତା’ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଉଥିଲା।
Science & Environment
ସ୍ପେସ ଡକିଂ କ୍ଷେତ୍ରରେ ଇତିହାସ ରଚିବ ଇସ୍ରୋ, ୩ ମିଟର ଟ୍ରାଏଲ୍ ସଫଳ
ରାତି ୨ଟା ବେଳେ ୨ଟି ଉପଗ୍ରହ ମଧ୍ୟରେ ଦୂରତା ୧୦୫ ମିଟର ଥିଲା।
Science & Environment
ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍, ୧୮ରେ ଦୃଶ୍ୟମାନ
ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହ ଖାଲି ଆଖିରେ ଦେଖିହେବ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଜକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ।