ଭାରତରେ ମୁଣ୍ଡପିଛା ବାର୍ଷିକ ୫୦କେଜି ଖାଦ୍ୟ ନଷ୍ଟ ହେଉଛି

ଅଧିକାଂଶ ଦେଶରେ ଯେଉଁଠି ଖାଦ୍ୟ ପାଇଁ ହାହାକାର ଦେଖିବାକୁ ମିଳିଛି, ସେହିଠାରେ ସବୁ ସୁବିଧା ପାଉଥିବା ଲୋକ ଦିନକରେ କେଜି କେଜି ଖାଦ୍ୟ ନଷ୍ଟ କରୁଛନ୍ତି। ୟୁଏନ୍ ଦ୍ୱାରା ଜାରି ହୋଇଥିବା ଫୁଡ୍ ୱେଷ୍ଟ ଇଣ୍ଡେକ୍ସ ରିପୋର୍ଟ-୨୦୨୧ରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ୟୁନାଇଟେଡ୍ ନେସନ୍ ଏନଭାର୍ନମେଣ୍ଟ ପ୍ରୋଗ୍ରାମ୍‌ (UNEP) ରିପୋର୍ଟ ଅନୁସାରେ, ପୂରା ଦୁନିଆରେ ଆନୁମାନିକ ୯୩୧ ମିଲିୟନ୍ ଟନ୍ ଖାଦ୍ୟ ଡଷ୍ଟବିନରେ ଫୋପଡ଼ା ଯାଉଛି। ଏତେ ସଂଖ୍ୟକ ଖାଦ୍ୟ ଘରେ, ଖୁଚୁରା ଦୋକାନୀ, ରେଷ୍ଟୁରାଣ୍ଟ […]

waste-food

Ranjit Kumar Jena
  • Published: Friday, 05 March 2021
  • , Updated: 05 March 2021, 06:43 PM IST

ଅଧିକାଂଶ ଦେଶରେ ଯେଉଁଠି ଖାଦ୍ୟ ପାଇଁ ହାହାକାର ଦେଖିବାକୁ ମିଳିଛି, ସେହିଠାରେ ସବୁ ସୁବିଧା ପାଉଥିବା ଲୋକ ଦିନକରେ କେଜି କେଜି ଖାଦ୍ୟ ନଷ୍ଟ କରୁଛନ୍ତି। ୟୁଏନ୍ ଦ୍ୱାରା ଜାରି ହୋଇଥିବା ଫୁଡ୍ ୱେଷ୍ଟ ଇଣ୍ଡେକ୍ସ ରିପୋର୍ଟ-୨୦୨୧ରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ୟୁନାଇଟେଡ୍ ନେସନ୍ ଏନଭାର୍ନମେଣ୍ଟ ପ୍ରୋଗ୍ରାମ୍‌ (UNEP) ରିପୋର୍ଟ ଅନୁସାରେ, ପୂରା ଦୁନିଆରେ ଆନୁମାନିକ ୯୩୧ ମିଲିୟନ୍ ଟନ୍ ଖାଦ୍ୟ ଡଷ୍ଟବିନରେ ଫୋପଡ଼ା ଯାଉଛି। ଏତେ ସଂଖ୍ୟକ ଖାଦ୍ୟ ଘରେ, ଖୁଚୁରା ଦୋକାନୀ, ରେଷ୍ଟୁରାଣ୍ଟ ସମେତ ଭୋଜନ କରାଉଥିବା ଅନ୍ୟ ସ୍ଥାନରେ ନଷ୍ଟ ହୋଇଛି।

UNEP ରିପୋର୍ଟରେ କୁହାଯାଇଛି ଯେ ୨୦୧୯-୨୦ରେ ଭାରତରେ ଖାଦ୍ୟଶସ୍ୟ, ତୈଳବୀଜ, ଆଖୁ ଏବଂ ଉଦ୍ୟାନ କୃଷିର ମୋଟ ଉତ୍ପାଦନକୁ ଯଦି ଯୋଡି ଦିଆଯିବ, ତାହେଲେ ଏହା ନଷ୍ଟ ହୋଇଥିବା ଖାଦ୍ୟର ଓଜନ ସହିତ ସମାନ ହେବ। ରିପୋର୍ଟରେ ଦର୍ଶାଯାଇଛି ଯେ ଅଧିକାଂଶ ଖାଦ୍ୟ ଘରେ ନଷ୍ଟ ହେଉଛି। ତା'ପରେ ହୋଟେଲ, ରେଷ୍ଟୁରାଣ୍ଟ ସମେତ ଖାଦ୍ୟ ମିଳୁଥିବା ଅନ୍ୟାନ୍ୟ ସ୍ଥାନ ଅର୍ଥାତ୍ ଖୁଚୁରା ଦୋକାନ ଆଦିରେ ଖାଦ୍ୟ ବହୁତ ନଷ୍ଟ ହେଉଛି। ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ମୁଣ୍ଡପିଛା ବାର୍ଷିକ ୧୨୧ କେଜି ଖାଦ୍ୟ ନଷ୍ଟ କରୁଛି। ଏଥିରେ ଘରୋଇ ଖାଦ୍ୟର ୭୪ ପ୍ରତିଶତ ରହିଛି।

ଦକ୍ଷିଣ ଏସିଆ ଦେଶ ଗୁଡ଼ିକୁ ଯଦି ଦେଖିବା, ତେବେ ଭାରତରେ ମୁଣ୍ଡପିଛା ୫୦ କେଜି ଖାଦ୍ୟ ନଷ୍ଟ ହେଉଛି। ତେବେ ଏହି ମାମଲାରେ ଆଫଗାନିସ୍ତାନ ଶୀର୍ଷରେ ରହିଛି। ଆଫଗାନିସ୍ତାନରେ ୮୧ କେଜି ଖାଦ୍ୟ ମୁଣ୍ଡପିଛା ନଷ୍ଟ ହେଉଛି। ଏହା ପଛକୁ ନେପାଳ (୭୯ କେଜି), ଶ୍ରୀଲଙ୍କା (୭୬ କେଜି) ପାକିସ୍ତାନ (୭୪ କେଜି) ଓ ବାଂଲାଦେଶ (୬୫ କେଜି)ର ନମ୍ବର ରହିଛି। ଏହିପରି ଭାବେ ଦକ୍ଷିଣ ଏସିଆ ଦେଶ ମଧ୍ୟରେ ମୁଣ୍ଡପିଛା ବାର୍ଷିକ ଖାଦ୍ୟ ନଷ୍ଟ ତାଲିକାରେ ଭାରତ ଅନ୍ତିମ ସ୍ଥାନରେ ରହିଛି।

ଗୋଟିଏ ପଟେ ଖାଦ୍ୟ ନଷ୍ଟ ଏବଂ ଅନ୍ୟପଟେ ଭୋକିଲା ସମସ୍ୟା ସାରା ବିଶ୍ୱକୁ ଚିନ୍ତାରେ ପକାଇଛି। UNFAO ରିପୋର୍ଟ ଅନୁଯାୟୀ, ୨୦୧୯ ବର୍ଷରେ ସାରା ଦୁନିଆରେ ୬୯ କୋଟି ଲୋକ ଭୋକିଲା ରହିଥିଲେ। ତେବେ କରୋନା ମହାମାରୀ ବେଳେ ଏହି ଭୋକିଲା ସଂଖ୍ୟା ଆହୁରି ବୃଦ୍ଧି ପାଇଥିବ ବୋଲି ଫୁଡ୍ ୱେଷ୍ଟ ଇଣ୍ଡେକ୍ସ ରିପୋର୍ଟରେ କୁହାଯାଇଛି।

Related story