Advertisment

ସୁନୀତା ୱିଲିୟମ୍ସ ପୁଣି ଯିବେ ମହାକାଶ, ଆସନ୍ତାକାଲି ଭରିବେ ଉଡ଼ାଣ

ଆସନ୍ତାକାଲି କେନେଡ଼ି ସ୍ପେଶ୍ ସେଣ୍ଟରରୁ ମହାକାଶକୁ ତୃତୀୟ ଥର ପାଇଁ ଉଡାଣ ଭରିବେ ନାସା ମହାକାଶଚାରୀ କ୍ୟାପ୍ଟେନ ସୁନୀତା ୱିଲିୟମ୍ସ।

ଅଦ୍ୟତନ ହୋଇଛି
Sunita Williams & Butch Wilmore

Sunita Williams & Butch Wilmore

Advertisment

ପୁଣି ଥରେ ମହାକାଶ ଯାତ୍ରା ପାଇଁ ପ୍ରସ୍ତୁତ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ କ୍ୟାପଟେନ ସୁନୀତା ୱିଲିୟମ୍ସ। ଆସନ୍ତାକାଲି ମହାକାଶକୁ ତୃତୀୟ ଥର ପାଇଁ ଉଡ଼ାଣ ଭରିବେ ସୁନୀତା ୱିଲିୟମ୍ସ। ଏଥର ତାଙ୍କ ସହ ବଚ ୱିଲମୋର ମଧ୍ୟ ମହାକାଶ ଯାତ୍ରା କରିବେ।

Advertisment

ଏହି ଦୁଇ ଅଭିଜ୍ଞ ନାସା ମହାକାଶଚାରୀ ଆସନ୍ତାକାଲି କେନେଡ଼ି ସ୍ପେଶ୍ ସେଣ୍ଟରରୁ ମହାକାଶକୁ ଉଡାଣ ଭରିବେ। ୟୁନାଇଟେଡ୍ ଲଞ୍ଚ ଆଲାଏନ୍ସ ଆଟଲାସ୍ ଭି ରକେଟ୍ ଏବଂ ବୋଇଙ୍ଗ ଷ୍ଟାରଲିନର୍ ମହାକାଶଯାନରେ ମହାକାଶକୁ ଯାତ୍ରା କରିବେ ୱିଲିୟମ୍ସ ଓ ୱିଲମୋର। 

ଆସନ୍ତାକାଲି ସକାଳ ୮ଟା ୪ ମିନିଟରେ ମହାକାଶଯାନ ଉତକ୍ଷେପଣ ହେବ। ଏଥିପାଇଁ ଲଞ୍ଚ ପ୍ୟାଡରେ ଟ୍ରେନିଂ ସମୟରେ ୱିଲିୟମ୍ସ କହିଛନ୍ତି, ମୁଁ ଯେତେବେଳେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ପହଞ୍ଚିବି, ସେତେବେଳେ ମୋତେ ଘରକୁ ଫେରିବା ପରି ଅନୁଭବ ହେବ।

Advertisment

ଡ. ଦୀପକ ପାଣ୍ଡ୍ୟା ଏବଂ ବୋନି ପାଣ୍ଡ୍ୟାଙ୍କ ଝିଅ ହେଉଛନ୍ତି ସୁନୀତା ୱିଲିମ୍ସ। ବର୍ତ୍ତମାନ ତାଙ୍କୁ ୫୯ ବର୍ଷ। ସେ ୨୦୦୬ ଏବଂ ୨୦୧୨ରେ ଦୁଇଥର ମହାକାଶକୁ ଯାତ୍ରା କରି ସାରିଛନ୍ତି। ନାସା ରିପୋର୍ଟ ଅନୁସାରେ, ସେ ଏଥର ମହାକାଶରେ ମୋଟ ୩୨୨ ଦିନ ରହିବେ। 

Sunita Williams Astronaut
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe